ଜାତୀୟ ସଙ୍ଗୀତକୁ ଅସମ୍ମାନ କଲେ ନୀତୀଶ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜାତୀୟ ସଙ୍ଗୀତକୁ ଅସମ୍ମାନ କରିଛନ୍ତି। ଏକ କ୍ରୀଡା କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ଗାନ କରାଯାଉଥିବାବେଳେ ନୀତୀଶ ସାବ୍‌ଧାନ ସ୍ଥିତିରେ ରହିବା ପରିବର୍ତ୍ତେ ଏପଟ ସେପଟ ହେଉଥିବା ଦେଖାଯାଇଛି। ଜାତୀୟ ସଙ୍ଗୀତକୁ ନୀତୀଶ ଅସମ୍ମାନ କରିବା ସମ୍ପର୍କିତ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଏହାକୁ ନେଇ ବିରୋଧୀ ଆରଜେଡି ନୀତୀଶଙ୍କ ଠାରୁ କ୍ଷମା ପ୍ରାର୍ଥନା ଦାବି କରିଛି। ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ କହିଛନ୍ତି ଯେ ନୀତୀଶ ମାନସିକସ୍ଥିତିକୁ […]

ଜାତୀୟ ସଙ୍ଗୀତକୁ ଅସମ୍ମାନ କଲେ ନୀତୀଶ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜାତୀୟ ସଙ୍ଗୀତକୁ ଅସମ୍ମାନ କରିଛନ୍ତି। ଏକ କ୍ରୀଡା କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ଗାନ କରାଯାଉଥିବାବେଳେ ନୀତୀଶ ସାବ୍‌ଧାନ ସ୍ଥିତିରେ ରହିବା ପରିବର୍ତ୍ତେ ଏପଟ ସେପଟ ହେଉଥିବା ଦେଖାଯାଇଛି। ଜାତୀୟ ସଙ୍ଗୀତକୁ ନୀତୀଶ ଅସମ୍ମାନ କରିବା ସମ୍ପର୍କିତ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଏହାକୁ ନେଇ ବିରୋଧୀ ଆରଜେଡି ନୀତୀଶଙ୍କ ଠାରୁ କ୍ଷମା ପ୍ରାର୍ଥନା ଦାବି କରିଛି। ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ କହିଛନ୍ତି ଯେ ନୀତୀଶ ମାନସିକସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ନୀତୀଶ ଜାତୀୟ ସଙ୍ଗୀତକୁ ଅସମ୍ମାନ କରିବା ଘଟଣାକୁ ବିରୋଧୀ ଦଳ ସଦସ୍ୟମାନେ ବିଧାନସଭାରେ ଉଠାଇଛନ୍ତି।