ଜାତୀୟ ସ୍ତରୀୟ ବିକଶିତ ଭାରତ ଯୁବ ପାର୍ଲିଆମେଣ୍ଟ:ମା’ ମାଣିକେଶରୀ ବିଶ୍ୱବିଦ୍ୟାଳୟର ସୁହାନୀ ମନୋନୀତ

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ ଯୁବ ପାର୍ଲିଆମେଣ୍ଟ ଅବସରରେ ଗତ ୨ ଦିନ ଧରି ଓଡ଼ିଶା ବିଧାନ ସଭା ଗୃହରେ ଯୁବକମାନଙ୍କୁ ନେଇ ଏକ ବକୃତା ହୋଇଥିଲା। ଏଥିରେ ଯୁବ ଶକ୍ତି କିଭଳି ନେତୃତ୍ୱ ନେଇ ଦେଶର ପ୍ରଗତିରେ ସହାୟକ ହେବେ ତାହା ଉପରେ ବିଷୟ ବସ୍ତୁ ରହିଥିଲା। ଏପରି ସ୍ଥଳେ ଭବାନୀପାଟଣା ମା’ ମାଣିକେଶରୀ ବିଶ୍ୱବିଦ୍ୟାଳୟ ସ୍ନାତକ ଦ୍ୱିତୀୟ ବର୍ଷ ପଦାର୍ଥ ବିଜ୍ଞାନର […] The post ଜାତୀୟ ସ୍ତରୀୟ ବିକଶିତ ଭାରତ ଯୁବ ପାର୍ଲିଆମେଣ୍ଟ:ମା’ ମାଣିକେଶରୀ ବିଶ୍ୱବିଦ୍ୟାଳୟର ସୁହାନୀ ମନୋନୀତ appeared first on Dharitri Odia News.

ଜାତୀୟ ସ୍ତରୀୟ ବିକଶିତ ଭାରତ ଯୁବ ପାର୍ଲିଆମେଣ୍ଟ:ମା’ ମାଣିକେଶରୀ ବିଶ୍ୱବିଦ୍ୟାଳୟର ସୁହାନୀ ମନୋନୀତ

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ ଯୁବ ପାର୍ଲିଆମେଣ୍ଟ ଅବସରରେ ଗତ ୨ ଦିନ ଧରି ଓଡ଼ିଶା ବିଧାନ ସଭା ଗୃହରେ ଯୁବକମାନଙ୍କୁ ନେଇ ଏକ ବକୃତା ହୋଇଥିଲା। ଏଥିରେ ଯୁବ ଶକ୍ତି କିଭଳି ନେତୃତ୍ୱ ନେଇ ଦେଶର ପ୍ରଗତିରେ ସହାୟକ ହେବେ ତାହା ଉପରେ ବିଷୟ ବସ୍ତୁ ରହିଥିଲା। ଏପରି ସ୍ଥଳେ ଭବାନୀପାଟଣା ମା’ ମାଣିକେଶରୀ ବିଶ୍ୱବିଦ୍ୟାଳୟ ସ୍ନାତକ ଦ୍ୱିତୀୟ ବର୍ଷ ପଦାର୍ଥ ବିଜ୍ଞାନର ଛାତ୍ରୀ ସୁଶ୍ରୀ ସୁହାନୀ ନାଏକ ଅଂଶ ଗ୍ରହଣ କରି ଉଚ୍ଚ କୋଟିର ବକୃତା ଉପସ୍ଥାପନା କରି ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ସଫଳତା ପାଇଁ ସେ ଜାତୀୟ ସ୍ତରୀୟ ବିକଶିତ ଭାରତ ଯୁବ ପାର୍ଲିଆମେଣ୍ଟ ୨୦୨୫ ପାଇଁ ମନୋନୀତ ହୋଇଛନ୍ତି । ପ୍ରକାଶ ଥାଉ କି, ଏହା ପୂର୍ବରୁ ସୁହାନୀ ଅନେକ ଥର ରାଜ୍ୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଶ୍ୱବିଦ୍ୟାଳୟର ଗୌରବ ଆଣିଛନ୍ତି । ଏହି ସଫଳତା ପରେ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥଙ୍କ ସହିତ ସମସ୍ତ କର୍ମଚାରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

The post ଜାତୀୟ ସ୍ତରୀୟ ବିକଶିତ ଭାରତ ଯୁବ ପାର୍ଲିଆମେଣ୍ଟ:ମା’ ମାଣିକେଶରୀ ବିଶ୍ୱବିଦ୍ୟାଳୟର ସୁହାନୀ ମନୋନୀତ appeared first on Dharitri Odia News.