ଜାନୁଆରୀ ୧୮ରୁ ହୀରାକୁଦ ଡ୍ୟାମରେ ବିଦେଶୀ ପକ୍ଷୀ ଗଣନା

ବିଗତ ୫ ବର୍ଷ ମଧ୍ୟରେ ପ୍ରତିବର୍ଷ ପକ୍ଷୀଙ୍କ ସଂଖ୍ୟା ବଢିବାରେ ଲାଗିଛି।

ଜାନୁଆରୀ ୧୮ରୁ ହୀରାକୁଦ ଡ୍ୟାମରେ ବିଦେଶୀ ପକ୍ଷୀ ଗଣନା

ଆସନ୍ତା ଜାନୁଆରୀ ୧୮ ତାରିଖରୁ ହୀରାକୁଦ ଡ୍ୟାମରେ ବିଦେଶୀ ପକ୍ଷୀ ଗଣନା। ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ବନ୍ୟ ପ୍ରାଣୀ DFO ଅଂଶୁପ୍ରଜ୍ଞା ଦାସ।

ଗତ ଅକ୍ଟୋବରରୁ ବିଦେଶୀ ପକ୍ଷୀମାନେ ହୀରାକୁଦ ଡ୍ୟାମକୁ ଆସୁଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ହୀରାକୁଦରେ ଆବଶ୍ୟକ ଖାଦ୍ୟ ମହଜୁଦ ସାଙ୍ଗକୁ ଉପଯୁକ୍ତ ପରିବେଶ ମିଳୁଥିବାରୁ ଦିନକୁ ଦିନ ପକ୍ଷୀଙ୍କ ସଂଖ୍ୟା ବଢିବାରେ ଲାଗିଛି।

ବିଗତ ୫ ବର୍ଷ ମଧ୍ୟରେ ପ୍ରତିବର୍ଷ ପକ୍ଷୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତବର୍ଷ ହୀରାକୁଦକୁ ୧୧୨ ପ୍ରଜାତିର ୩ ଲକ୍ଷ ୪୨ ହଜାର ୩୩୯ଟି ପକ୍ଷୀ ଆସିଥିଲେ ।