ଜାନୁଆରୀ ୩୧ ପରେ ବନ୍ଦ ହୋଇଯିବ ଆପଣଙ୍କ FASTag, ଏହା ପୂର୍ବରୁ କରିଦିଅନ୍ତୁ KYC ଅପଡେଟ୍‌

NHAI ପକ୍ଷରୁ ଆହୁରି କହୁଯାଇଛି କି ଯେଉଁ ଫାଷ୍ଟଟ୍ୟାଗର KYC ଜାନୁୟାରୀ ୩୧ ସୁଦ୍ଧା ସମ୍ପୂର୍ଣ୍ଣ ହୋଇନାହିଁ, ସେମାନଙ୍କୁ ବ୍ଲାକଲିଷ୍ଟ୍‌ କରାଯିବ କିମ୍ବା ନିଷ୍କ୍ରିୟ କରାଯିବ।

ଜାନୁଆରୀ ୩୧ ପରେ ବନ୍ଦ ହୋଇଯିବ ଆପଣଙ୍କ FASTag, ଏହା ପୂର୍ବରୁ କରିଦିଅନ୍ତୁ KYC ଅପଡେଟ୍‌

ଆପଣ ଫାଷ୍ଟଟ୍ୟାଗ୍‌ ବ୍ୟବହାର କରୁଛନ୍ତି କି ? ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ଫାଷ୍ଟଟ୍ୟାଗ୍‌ର KYC କରିନାହାନ୍ତି ତେବେ ଖୁବଶୀଘ୍ର ସାରିଦିଅନ୍ତୁ ଏହି କାମ। ନଚେତ୍‌ ଜାନୁଆରୀ ୩୧ ପରେ ଏହା ନିଷ୍କ୍ରିୟ ହୋଇଯିବ। ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ପକ୍ଷରୁ ସୋମବାର କୁହାଯାଇଛି ଯେ, ୱାନ ଭେଇକିଲ୍ ୱାନ୍ ଫାଷ୍ଟଟ୍ୟାଗ୍ ଅଭିଯାନ ଅଧୀନରେ ଫାଷ୍ଟଟ୍ୟାଗର ଉନ୍ନତ ଅଭିଜ୍ଞତାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। NHAI ପକ୍ଷରୁ ଆହୁରି କହୁଯାଇଛି କି ଯେଉଁ ଫାଷ୍ଟଟ୍ୟାଗର KYC ଜାନୁୟାରୀ ୩୧ ସୁଦ୍ଧା ସମ୍ପୂର୍ଣ୍ଣ ହୋଇନାହିଁ, ସେମାନଙ୍କୁ ବ୍ଲାକଲିଷ୍ଟ୍‌ କରାଯିବ କିମ୍ବା ନିଷ୍କ୍ରିୟ କରାଯିବ।