ଜାନୁୟାରୀ ୩ରେ ସେଞ୍ଚୁରିଅନ ଟେଷ୍ଟ: ନେଟ୍ସରେ ଜୋର୍‌ଦାର ଅଭ୍ୟାସ କଲେ ବିରାଟ

କେପ୍‌ ଟାଉନ୍‌, ୨।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବୁଧବାରଠାରୁ ଆରମ୍ଭ ହେବ ଦ୍ୱିତୀୟ କ୍ରିକେଟ ଟେଷ୍ଟ। ସେଞ୍ଚୁରିଅନଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟକୁ ଏକ ଇନିଂସ ଓ ୩୨ ରନ୍‌ରେ ଜିତି ଦକ୍ଷିଣ ଆଫ୍ରିକା ୨ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗରେ ରହିଛି। ତେଣୁ ଦ୍ୱିତୀୟ ଟେଷ୍ଟ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଦଳର ଖେଳାଳିମାନେ ଅଭ୍ୟାସକୁ ଜୋରଦାର କରିଛନ୍ତି। ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ବାମହାତୀ ଦ୍ରୁତ […] The post ଜାନୁୟାରୀ ୩ରେ ସେଞ୍ଚୁରିଅନ ଟେଷ୍ଟ: ନେଟ୍ସରେ ଜୋର୍‌ଦାର ଅଭ୍ୟାସ କଲେ ବିରାଟ appeared first on Dharitri Odia News.

ଜାନୁୟାରୀ ୩ରେ ସେଞ୍ଚୁରିଅନ ଟେଷ୍ଟ: ନେଟ୍ସରେ ଜୋର୍‌ଦାର ଅଭ୍ୟାସ କଲେ ବିରାଟ

କେପ୍‌ ଟାଉନ୍‌, ୨।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବୁଧବାରଠାରୁ ଆରମ୍ଭ ହେବ ଦ୍ୱିତୀୟ କ୍ରିକେଟ ଟେଷ୍ଟ। ସେଞ୍ଚୁରିଅନଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟକୁ ଏକ ଇନିଂସ ଓ ୩୨ ରନ୍‌ରେ ଜିତି ଦକ୍ଷିଣ ଆଫ୍ରିକା ୨ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗରେ ରହିଛି। ତେଣୁ ଦ୍ୱିତୀୟ ଟେଷ୍ଟ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଦଳର ଖେଳାଳିମାନେ ଅଭ୍ୟାସକୁ ଜୋରଦାର କରିଛନ୍ତି।

ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ବାମହାତୀ ଦ୍ରୁତ ବୋଲର ନନ୍ଦ୍ରେ ବର୍ଗର ଉଭୟ ଇନିଂସରେ ଚମତ୍କାର ବୋଲିଂ କରି ଭାରତୟ ଦଳକୁ କ୍ଷତି ପହଞ୍ଚାଇ ଥିଲେ। ତେଣୁ ସୋମବାର ଅନୁଷ୍ଠିତ ଅଭ୍ୟାସ ସେସନରେ ତାରକା ବ୍ୟାଟର ବିରାଟ କୋହଲି ନେଟ୍ସରେ ଏବଂ ନେଟ୍ସ ବାହାରେ ଦ୍ରୁତ ବୋଲରଙ୍କୁ ଅଧିକ ସମୟ ଖେଳିଥିଲେ। ସେ ଜଣେ ବାମହାତୀ ଦ୍ରୁତ ବୋଲରଙ୍କୁ ସମ୍ମୁଖୀନ ହେବାକୁ ଇଚ୍ଛା କରିଥିଲେ।

ବର୍ତ୍ତମାନର ଭାରତୀୟ ଦଳରେ କେହି ବାମହାତୀ ଦ୍ରୁତ ବୋଲର ନ ଥିବାରୁ ଦକ୍ଷିଣ ଆଫ୍ରିକା ବୋର୍ଡ ପକ୍ଷରୁ ଜଣେ ନେଟ୍‌ ବୋଲର ଯୋଗାଇ ଦିଆ ଯାଇଥିଲା। ଏହି ବୋଲରଙ୍କ ବିପକ୍ଷରେ କୋହଲି ୨୫ରୁ ୩୦ ବଲ୍‌ ଖେଳିଥିଲେ। ତେବେ ସବୁଠାରୁ କୌତୁହଳପ୍ରଦ କଥା ହେଲା ଦକ୍ଷିଣ ଆଫ୍ରିକା ବୋର୍ଡ ପକ୍ଷରୁ ଯେଉଁ ଯୁବ ବୋଲରଙ୍କୁ ଯୋଗାଇ ଦିଆ ଯାଇଥିଲା ତାଙ୍କ ସ୍ପିଡ୍‌ ନନ୍ଦ୍ରେ ବର୍ଗରଙ୍କ ସ୍ପିଡ୍‌ଠାରୁ ଅତିକମ୍‌ରେ ୧୫ ଭାଗ କମ୍‌। ନେଟ୍‌ ବୋଲରଙ୍କ ସ୍ପିଡ୍‌ କମ୍‌ ଥିବାରୁ କୋହଲି ତାଙ୍କ ଇନ୍‌ ସୁଇଂ ବଲ୍‌କୁ ମିଡ୍‌ ଉଇକେଟ ଉପରେ ମାରି ଅଭ୍ୟାସ କରିଥିଲେ। ଏହା ବ୍ୟତୀତ ସେ ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସିରାଜ, ରବିଚନ୍ଦ୍ରନ ଅଶ୍ୱିନ ଓ ଆଭେଶ ଖାଁଙ୍କ ବଲ୍‌ ମଧ୍ୟ ଖେଳିଥିଲେ।

The post ଜାନୁୟାରୀ ୩ରେ ସେଞ୍ଚୁରିଅନ ଟେଷ୍ଟ: ନେଟ୍ସରେ ଜୋର୍‌ଦାର ଅଭ୍ୟାସ କଲେ ବିରାଟ appeared first on Dharitri Odia News.