ଜାପାନ ପ୍ରଧାନମନ୍ତ୍ରୀ ଭାବେ ଶିଗେରୁ ଇଶିବା ପୁନଃନିର୍ବାଚିତ

ଟୋକିଓ, ୧୧।୧୧: ଜାପାନର ଲିବରାଲ ଡେମୋକ୍ରାଟିକ ପାର୍ଟି(ଏଲ୍‌ଡିପି) ନେତା ଶିଗେରୁ ଇଶିବା(୬୭) ସୋମବାର ଦେଶର ନିମ୍ନ ସଦନରେ ସର୍ବାଧିକ ଭୋଟ ପାଇ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ଗତ ମାସ ୨୭ରେ ହୋଇଥିବା ଜାପାନ ସାଧାରଣ ନିର୍ବାଚନରେ ଇଶିବାଙ୍କ ଏଲ୍‌ଡିପି ଓ ସହଯୋଗୀ ଦଳଗୁଡ଼ିକୁ ୪୬୫ ଆସନ ବିଶିଷ୍ଟ ଦେଶର ନିମ୍ନ ସଦନରେ ବହୁମତ ମିଳି ନ ଥିଲା। ସୋମବାର ଜାପାନର ସ୍ବତନ୍ତ୍ର ସଂସଦ ଅଧିବେଶନ ଅନୁଷ୍ଠିତ ହୋଇଥିବାବେଳେ ଆସ୍ଥା ଭୋଟ କରାଯାଇଥିଲା, ଯେଉଁଥିରେ ଇଶିବାଙ୍କୁ […] The post ଜାପାନ ପ୍ରଧାନମନ୍ତ୍ରୀ ଭାବେ ଶିଗେରୁ ଇଶିବା ପୁନଃନିର୍ବାଚିତ appeared first on Dharitri Odia News.

ଜାପାନ ପ୍ରଧାନମନ୍ତ୍ରୀ ଭାବେ ଶିଗେରୁ ଇଶିବା ପୁନଃନିର୍ବାଚିତ

ଟୋକିଓ, ୧୧।୧୧: ଜାପାନର ଲିବରାଲ ଡେମୋକ୍ରାଟିକ ପାର୍ଟି(ଏଲ୍‌ଡିପି) ନେତା ଶିଗେରୁ ଇଶିବା(୬୭) ସୋମବାର ଦେଶର ନିମ୍ନ ସଦନରେ ସର୍ବାଧିକ ଭୋଟ ପାଇ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ଗତ ମାସ ୨୭ରେ ହୋଇଥିବା ଜାପାନ ସାଧାରଣ ନିର୍ବାଚନରେ ଇଶିବାଙ୍କ ଏଲ୍‌ଡିପି ଓ ସହଯୋଗୀ ଦଳଗୁଡ଼ିକୁ ୪୬୫ ଆସନ ବିଶିଷ୍ଟ ଦେଶର ନିମ୍ନ ସଦନରେ ବହୁମତ ମିଳି ନ ଥିଲା।

ସୋମବାର ଜାପାନର ସ୍ବତନ୍ତ୍ର ସଂସଦ ଅଧିବେଶନ ଅନୁଷ୍ଠିତ ହୋଇଥିବାବେଳେ ଆସ୍ଥା ଭୋଟ କରାଯାଇଥିଲା, ଯେଉଁଥିରେ ଇଶିବାଙ୍କୁ ୨୨୧ ଏବଂ ବିରୋଧୀ ନେତା ୟୋଶିହିକୋ ନୋଡାଙ୍କୁ ୧୬୦ ଭୋଟ ମିଳିଥିଲା। ସେହିପରି ଆସ୍ଥା ଭୋଟରେ ୮୪ ଭୋଟକୁ ଅବୈଧ ଘୋଷଣା କରାଯାଇଥିଲା। ପ୍ରକାଶ ଯେ, ଦୁର୍ନୀତି ମାମଲାରେ ନାମ ଆସିବାରୁ ଜାପାନର ପୁର୍ବ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଗତ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତେଣୁ ନିର୍ବାଚନର ଠିକ୍‌ ମାସେ ପୂର୍ବରୁ ଏଲ୍‌ଡିପି ଇଶିବାଙ୍କୁ ଦଳର ନେତା ଭାବେ ନିର୍ବାଚିତ କରି ପ୍ରଧାନମନ୍ତ୍ରୀ କରାଇଥିଲା।

The post ଜାପାନ ପ୍ରଧାନମନ୍ତ୍ରୀ ଭାବେ ଶିଗେରୁ ଇଶିବା ପୁନଃନିର୍ବାଚିତ appeared first on Dharitri Odia News.