ଜାପାନ ଭୂକମ୍ପରୁ ଅଳ୍ପକେ ବର୍ତ୍ତିଲେ ରାଜାମୌଲି ଏବଂ ପୁଅ କାର୍ତ୍ତିକେୟା, ଫଟୋ ସେୟାର କରି ଦେଲେ ସୂଚନା

ମୁମ୍ଵାଇ ୨୧।୦୩: ସାଉଥ ସିନେମାର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଏସ୍.ଏସ୍ ରାଜାମୌଲି । ବର୍ତ୍ତମାନ ସେ ଭାରତ ଠାରୁ ଦୂରରେ ରହିଛନ୍ତି ଅର୍ଥାତ୍‌ ସେ ଏବେ ଜାପାନରେ ଅଛନ୍ତି । ସେଠାରେ ସେ ପୁଣି ଏକା ନୁହଁ ବରଂ ତାଙ୍କ ପୁଅ ଏସ୍ କାର୍ତ୍ତିକେୟଙ୍କ ସହ । ଏହି ସମୟ ମଧ୍ୟରେ ସେ ଅନେକ ପ୍ରଶଂସକଙ୍କୁ ଭେଟିଛନ୍ତି। ହେଲେ ସେ ନିକଟରେ ଏପରି କିଛି ସେୟାର କରିଛନ୍ତି । ଯାହା ସମସ୍ତଙ୍କୁ ଚକିତ କରିଛି।ଏସ୍.ଏସ୍ ରାଜାମୌଲି ଏବଂ ତାଙ୍କ ପୁଅ ଏସ୍ କାର୍ତ୍ତିକେୟା ଜାପାନରେ ହୋଇଥିବା ଭୂକମ୍ପରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କହିବାକୁ ଗଲେ ଯେ ମାର୍ଚ୍ଚ ୨୧ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୩ ମାପ କରାଯାଇଥିଲା। । ଏଭଳି ପରିସ୍ଥିତିରେ ରାଜାମୌଲି ଏହି ଭୂକମ୍ପ ବିଷୟରେ ପ୍ରଶଂସକଙ୍କ ସହ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି।ଚଳଚ୍ଚିତ୍ର ନିର୍ମାତା ଏବଂ ତାଙ୍କ ପୁଅ ଏସ୍ କାର୍ତ୍ତିକେୟା ଜାପାନର ଭୂକମ୍ପରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। Felt a freaking earthquake in Japan just now!!!Was on the 28th floor and slowly the ground started to move and took us a while to realise it was an earthquake. I was just about to panic but all the Japanese around did not budge as if it just started to rain!! ????????????????????… pic.twitter.com/7rXh

ଜାପାନ ଭୂକମ୍ପରୁ ଅଳ୍ପକେ ବର୍ତ୍ତିଲେ ରାଜାମୌଲି ଏବଂ ପୁଅ କାର୍ତ୍ତିକେୟା, ଫଟୋ ସେୟାର କରି ଦେଲେ ସୂଚନା

ମୁମ୍ଵାଇ ୨୧।୦୩: ସାଉଥ ସିନେମାର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଏସ୍.ଏସ୍ ରାଜାମୌଲି । ବର୍ତ୍ତମାନ ସେ ଭାରତ ଠାରୁ ଦୂରରେ ରହିଛନ୍ତି ଅର୍ଥାତ୍‌ ସେ ଏବେ ଜାପାନରେ ଅଛନ୍ତି । ସେଠାରେ ସେ ପୁଣି ଏକା ନୁହଁ ବରଂ ତାଙ୍କ ପୁଅ ଏସ୍ କାର୍ତ୍ତିକେୟଙ୍କ ସହ । ଏହି ସମୟ ମଧ୍ୟରେ ସେ ଅନେକ ପ୍ରଶଂସକଙ୍କୁ ଭେଟିଛନ୍ତି। ହେଲେ ସେ ନିକଟରେ ଏପରି କିଛି ସେୟାର କରିଛନ୍ତି । ଯାହା ସମସ୍ତଙ୍କୁ ଚକିତ କରିଛି।

ଏସ୍.ଏସ୍ ରାଜାମୌଲି ଏବଂ ତାଙ୍କ ପୁଅ ଏସ୍ କାର୍ତ୍ତିକେୟା ଜାପାନରେ ହୋଇଥିବା ଭୂକମ୍ପରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କହିବାକୁ ଗଲେ ଯେ ମାର୍ଚ୍ଚ ୨୧ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୩ ମାପ କରାଯାଇଥିଲା। । ଏଭଳି ପରିସ୍ଥିତିରେ ରାଜାମୌଲି ଏହି ଭୂକମ୍ପ ବିଷୟରେ ପ୍ରଶଂସକଙ୍କ ସହ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି।

ଚଳଚ୍ଚିତ୍ର ନିର୍ମାତା ଏବଂ ତାଙ୍କ ପୁଅ ଏସ୍ କାର୍ତ୍ତିକେୟା ଜାପାନର ଭୂକମ୍ପରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। 


ମାର୍ଚ୍ଚ ୨୧ ଗୁରୁବାର ଦିନ ଜାପାନରେ ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିଚ୍ଟର ସ୍କେଲରେ ୫.୩ ରେ ରେକର୍ଡ କରାଯାଇଛି ।ଏହି ସମୟ ମଧ୍ୟରେ କାର୍ତ୍ତିକେୟ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଏବଂ ଏଥିରେ ସେ ନିଜ ସ୍ମାର୍ଟ ୱାଚରେ ଭୂକମ୍ପ ଆଲର୍ଟ ଦେଖାଇଛନ୍ତି ଏବଂ କିଛି ସମୟ ମଧ୍ୟରେ ୫.୩ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି। ଯେତେବେଳେ ଭୂକମ୍ପ ଘଟିଲା ସେତେବେଳେ ସେ ଏବଂ RRR ର ସମସ୍ତ ଟିମ୍ ବିଲ୍ଡିଂର ୨୮ ମହଲାରେ ଥିଲେ।

କାର୍ତ୍ତିକେୟ ତାଙ୍କ X ଆକାଉଣ୍ଟରେ ଲେଖିଛନ୍ତି, “ଜାପାନରେ ଏକ ଭୟଙ୍କର ଭୂକମ୍ପ ଅନୁଭବ କରିଛି !!! ୨୮ ତମ ମହଲାରେ ଥିଲି ଏବଂ ଧୀରେ ଧୀରେ ସବୁକିଛି ଥରିଥିଲା ।  ଏହାକୁ ବୁଝିବା ପାଇଁ କିଛି ସମୟ ଲାଗିଲା ଯେ ଏହା ଏକ ଭୂମିକମ୍ପ । କହିବାକୁ ଗଲେ ସେ ଗତ କିଛି ଦିନ ହେବ ଜାପାନରେ ଅଛନ୍ତି। ସେ ଫିଲ୍ମ ଦଳ ଏବଂ ପରିବାର ସହିତ RRR ର ସ୍କ୍ରିନିଂରେ ଭାଗ ନେବାକୁ ସେଠାକୁ ଯାଇଥିଲେ ।