ଜାପାନରେ ୩ ଦଶନ୍ଧିର ସବୁଠୁ ବଡ଼ ବନାଗ୍ନି, ନିଆଁ ଆୟତ୍ତ କରିବା ଲାଗି ୨୦୦୦ ଅଗ୍ନିଶମ କର୍ମଚାରୀ ନିୟୋଜିତ
ନୂଆଦିଲ୍ଲୀ: ଆମେରିକା ପରେ ଏବେ ଜାପାନ ଗତ ତିନି ଦଶନ୍ଧିର ସବୁଠୁ ବଡ଼ ବନାଗ୍ନିର ସାମନା କରୁଛି । ନିଆଁକୁ ଆୟତ୍ତ କରିବା ପାଇଁ ଯୁଦ୍ଧସ୍ତରରେ କାର୍ଯ୍ୟ କରାଯାଉଛି । ଜଙ୍ଗଲ ନିଆଁକୁ କାବୁ କରିବା ପାଇଁ ଅଗ୍ନିଶମ ବାହିନୀର ୨ ହଜାର କର୍ମଚାରୀଙ୍କୁ ମିଲିଟାରୀ ହେଲିକପ୍ଟର ସହ ମୁତୟନ କରାଯାଇଛି । ଅଧିକାରୀମାନେ କହିଛନ୍ତି ଯେ ୪୬୦୦ ଜଣଙ୍କୁ ଯେକୌଣସି ମୁହୂର୍ତ୍ତରେ ସ୍ଥାନାନ୍ତିରତ ହେବା ଲାଗି ପ୍ରସ୍ତୁତ ରହିବାକୁ କୁହାଯାଇଛି । ଅଫୁନାଟୋ ସହର ନିକଟରେ ଘଟିଥିବା ଅଗ୍ନିକାଣ୍ଡ, ଅଞ୍ଚଳରେ ସ୍ୱଳ୍ପ ବୃଷ୍ଟିପାତ ଏବଂ ଗତ ବର୍ଷ ଜାପାନରେ ରେକର୍ଡ କରାଯାଇଥିବା ସବୁଠୁ ସବୁଠୁ ଅଧିକ ଗରମ ପରେ ଘଟିଛି । ପ୍ରଧାନମନ୍ତ୍ରୀ ଶିଗୁରୁ ଇଶିବା ସଂସଦରେ କହିଛନ୍ତି ଯେ ଯଦିଓ ନିଆଁ କିଛି ପରିମାଣରେ ବ୍ୟାପିବ, ତେବେ ଲୋକଙ୍କ ଘର ଉପରେ ଯେପରି କୌଣସି ପ୍ରଭାବ ନପଡ଼ିବ ସେଥିପାଇଁ ସରକାର ପଦକ୍ଷେପ ନେଉଛନ୍ତି ।ଦେଶର ବିପର୍ଯ୍ୟୟ ପରିଚାଳନା ଏଜେନ୍ସି କହିଛି ଯେ ନିଆଁରେ ପ୍ରାୟ ୫୨୦୦ ଏକର ଅଞ୍ଚଳ ପ୍ରଭାବିତ ହୋଇଛି । ଏଫଡିଏମଏ ମୁଖପାତ୍ର କୁଶିରୋ କହିଛନ୍ତି ଯେ କେତେ ଅଞ୍ଚଳ ନିଆଁରେ ପ୍ରଭାବିତ ହୋଇଛି, ଯାହା ନୀରକ୍ଷଣ କରାଯାଉଛି । କିନ୍ତୁ ଏହି ନିଆଁ ୧୯୯୨ ମସିହାରେ ଘଟିଥିବା ବନାଗ୍ନିଠାରୁ ବଡ଼ ଥିବା ସେ ସ୍ପଷ୍ଟ କରିଛନ୍ତି ।
ନୂଆଦିଲ୍ଲୀ: ଆମେରିକା ପରେ ଏବେ ଜାପାନ ଗତ ତିନି ଦଶନ୍ଧିର ସବୁଠୁ ବଡ଼ ବନାଗ୍ନିର ସାମନା କରୁଛି । ନିଆଁକୁ ଆୟତ୍ତ କରିବା ପାଇଁ ଯୁଦ୍ଧସ୍ତରରେ କାର୍ଯ୍ୟ କରାଯାଉଛି । ଜଙ୍ଗଲ ନିଆଁକୁ କାବୁ କରିବା ପାଇଁ ଅଗ୍ନିଶମ ବାହିନୀର ୨ ହଜାର କର୍ମଚାରୀଙ୍କୁ ମିଲିଟାରୀ ହେଲିକପ୍ଟର ସହ ମୁତୟନ କରାଯାଇଛି । ଅଧିକାରୀମାନେ କହିଛନ୍ତି ଯେ ୪୬୦୦ ଜଣଙ୍କୁ ଯେକୌଣସି ମୁହୂର୍ତ୍ତରେ ସ୍ଥାନାନ୍ତିରତ ହେବା ଲାଗି ପ୍ରସ୍ତୁତ ରହିବାକୁ କୁହାଯାଇଛି ।

ଅଫୁନାଟୋ ସହର ନିକଟରେ ଘଟିଥିବା ଅଗ୍ନିକାଣ୍ଡ, ଅଞ୍ଚଳରେ ସ୍ୱଳ୍ପ ବୃଷ୍ଟିପାତ ଏବଂ ଗତ ବର୍ଷ ଜାପାନରେ ରେକର୍ଡ କରାଯାଇଥିବା ସବୁଠୁ ସବୁଠୁ ଅଧିକ ଗରମ ପରେ ଘଟିଛି । ପ୍ରଧାନମନ୍ତ୍ରୀ ଶିଗୁରୁ ଇଶିବା ସଂସଦରେ କହିଛନ୍ତି ଯେ ଯଦିଓ ନିଆଁ କିଛି ପରିମାଣରେ ବ୍ୟାପିବ, ତେବେ ଲୋକଙ୍କ ଘର ଉପରେ ଯେପରି କୌଣସି ପ୍ରଭାବ ନପଡ଼ିବ ସେଥିପାଇଁ ସରକାର ପଦକ୍ଷେପ ନେଉଛନ୍ତି ।

ଦେଶର ବିପର୍ଯ୍ୟୟ ପରିଚାଳନା ଏଜେନ୍ସି କହିଛି ଯେ ନିଆଁରେ ପ୍ରାୟ ୫୨୦୦ ଏକର ଅଞ୍ଚଳ ପ୍ରଭାବିତ ହୋଇଛି । ଏଫଡିଏମଏ ମୁଖପାତ୍ର କୁଶିରୋ କହିଛନ୍ତି ଯେ କେତେ ଅଞ୍ଚଳ ନିଆଁରେ ପ୍ରଭାବିତ ହୋଇଛି, ଯାହା ନୀରକ୍ଷଣ କରାଯାଉଛି । କିନ୍ତୁ ଏହି ନିଆଁ ୧୯୯୨ ମସିହାରେ ଘଟିଥିବା ବନାଗ୍ନିଠାରୁ ବଡ଼ ଥିବା ସେ ସ୍ପଷ୍ଟ କରିଛନ୍ତି ।