ଜାମିନ ନିଷ୍ପତ୍ତିରେ ଦିନେ ବିଳମ୍ବ ହେଲେ ମୌଳିକ ଅଧିକାର ଉପରେ ପଡେ ପ୍ରତିକୂଳ ପ୍ରଭାବ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ ୯।୧୧: ସୁପ୍ରିମକୋର୍ଟ ଜାମିନ ନିବେଦନ ଉପରେ ନିଷ୍ପତ୍ତି ବିଳମ୍ବକୁ ନେଇ ବଡ଼ ଟିପ୍ପଣୀ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଜାମିନ ଆବେଦନ ଉପରେ ଅନେକ ବର୍ଷ ପର୍ଯ୍ୟନ୍ତ ନିଷ୍ପତ୍ତି ଦିଆ ନଯିବାର କୋର୍ଟ ପ୍ରଥାକୁ ବି ସମାଲୋଚନା କରିଛନ୍ତି ଓ କହିଛନ୍ତି ଯେ ଜାମିନ ଆବେଦନ ଉପରେ ଦିନେ ନିଷ୍ପତ୍ତି ବିଳମ୍ବ ହେବା ନାଗରିକଙ୍କ ମୌଳିକ ଅଧିକାରକୁ ପ୍ରଭାବିତ କରିବା ସାବ୍ୟସ୍ତ ହୋଇପାରେ। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ବି.ଆର.ଗଭଇ ଓ ଜଷ୍ଟିସ୍ କେ.ଭି. ଭିଶ୍ୱନାଥନଙ୍କ ବେଞ୍ଚ ଏକ ଆଦେଶରେ କହିଛନ୍ତି ଯେ ସୁପ୍ରିମକୋର୍ଟ ବାରମ୍ବାର ବ୍ୟକ୍ତିଗତ ସ୍ୱାୟତତାର ଗୁରୁତ୍ୱ ଉପରେ ଜୋର ଦେଇ ଆସୁଛନ୍ତି। ବେଞ୍ଚ କହିଛନ୍ତି ଯେ ଆମେ ଜାମିନ ଆବେଦନକୁ ବର୍ଷବର୍ଷ ଧରି ଲମ୍ବିତ ରଖିବାର ପ୍ରଥାକୁ ଠିକ ମନେ କରୁନାହୁଁ। ସୁପ୍ରିମକୋର୍ଟଙ୍କ ଏହି ରାୟ ଜଣେ ବ୍ୟକ୍ତିଙ୍କ ପିଟିସନ ଉପରେ ଆସିଛି। ଏହି ବ୍ୟକ୍ତିଙ୍କ ଆବେଦନ ଗତବର୍ଷ ଅଗଷ୍ଟ ମାସରୁ ଏଲହାବାଦ ହାଇକୋର୍ଟରେ ଲମ୍ବିତ ରହିଛି ଓ ମାମଲାରେ କୌଣସି ପ୍ରଗତି ମଧ୍ୟ ହୋଇ ନାହିଁ। ଆବେଦନକାରୀ କୋର୍ଟଙ୍କୁ କହିଛନ୍ତି ଯେ ଏହି ମାମଲାକୁ ହାଇକୋର୍ଟ ବିନା କୌଣସି ପ୍ରଭବୀ ଶୁଣାଣିରେ ଅନେକବାର ସ୍ଥଗିତ ମଧ୍ୟ କରିଦେଇଛନ୍ତି। ସୁପ୍ରିମକୋର୍ଟ ଜାଣିବାକୁ ପାଇଛନ୍ତି ଯେ ଏହି ମାମଲାରେ ହାଇକୋର୍ଟ ନଭେମ୍ବର ୧୧ ତାରିଖରେ ଶୁଣାଣି କରିବେ। ବେଞ୍ଚ କହିଛନ୍ତି ‘ଯେଉଁ ଜଜ୍ ଙ୍କ ନିକଟରେ ଏହି ମାମଲାକ
ନୂଆଦିଲ୍ଲୀ ୯।୧୧: ସୁପ୍ରିମକୋର୍ଟ ଜାମିନ ନିବେଦନ ଉପରେ ନିଷ୍ପତ୍ତି ବିଳମ୍ବକୁ ନେଇ ବଡ଼ ଟିପ୍ପଣୀ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଜାମିନ ଆବେଦନ ଉପରେ ଅନେକ ବର୍ଷ ପର୍ଯ୍ୟନ୍ତ ନିଷ୍ପତ୍ତି ଦିଆ ନଯିବାର କୋର୍ଟ ପ୍ରଥାକୁ ବି ସମାଲୋଚନା କରିଛନ୍ତି ଓ କହିଛନ୍ତି ଯେ ଜାମିନ ଆବେଦନ ଉପରେ ଦିନେ ନିଷ୍ପତ୍ତି ବିଳମ୍ବ ହେବା ନାଗରିକଙ୍କ ମୌଳିକ ଅଧିକାରକୁ ପ୍ରଭାବିତ କରିବା ସାବ୍ୟସ୍ତ ହୋଇପାରେ।
ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ବି.ଆର.ଗଭଇ ଓ ଜଷ୍ଟିସ୍ କେ.ଭି. ଭିଶ୍ୱନାଥନଙ୍କ ବେଞ୍ଚ ଏକ ଆଦେଶରେ କହିଛନ୍ତି ଯେ ସୁପ୍ରିମକୋର୍ଟ ବାରମ୍ବାର ବ୍ୟକ୍ତିଗତ ସ୍ୱାୟତତାର ଗୁରୁତ୍ୱ ଉପରେ ଜୋର ଦେଇ ଆସୁଛନ୍ତି। ବେଞ୍ଚ କହିଛନ୍ତି ଯେ ଆମେ ଜାମିନ ଆବେଦନକୁ ବର୍ଷବର୍ଷ ଧରି ଲମ୍ବିତ ରଖିବାର ପ୍ରଥାକୁ ଠିକ ମନେ କରୁନାହୁଁ। ସୁପ୍ରିମକୋର୍ଟଙ୍କ ଏହି ରାୟ ଜଣେ ବ୍ୟକ୍ତିଙ୍କ ପିଟିସନ ଉପରେ ଆସିଛି। ଏହି ବ୍ୟକ୍ତିଙ୍କ ଆବେଦନ ଗତବର୍ଷ ଅଗଷ୍ଟ ମାସରୁ ଏଲହାବାଦ ହାଇକୋର୍ଟରେ ଲମ୍ବିତ ରହିଛି ଓ ମାମଲାରେ କୌଣସି ପ୍ରଗତି ମଧ୍ୟ ହୋଇ ନାହିଁ।
ଆବେଦନକାରୀ କୋର୍ଟଙ୍କୁ କହିଛନ୍ତି ଯେ ଏହି ମାମଲାକୁ ହାଇକୋର୍ଟ ବିନା କୌଣସି ପ୍ରଭବୀ ଶୁଣାଣିରେ ଅନେକବାର ସ୍ଥଗିତ ମଧ୍ୟ କରିଦେଇଛନ୍ତି। ସୁପ୍ରିମକୋର୍ଟ ଜାଣିବାକୁ ପାଇଛନ୍ତି ଯେ ଏହି ମାମଲାରେ ହାଇକୋର୍ଟ ନଭେମ୍ବର ୧୧ ତାରିଖରେ ଶୁଣାଣି କରିବେ। ବେଞ୍ଚ କହିଛନ୍ତି ‘ଯେଉଁ ଜଜ୍ ଙ୍କ ନିକଟରେ ଏହି ମାମଲାକୁ ଶୁଣାଣି ନିମନ୍ତେ ରଖାଯିବ ଆମେ ତାଙ୍କୁ ଅନୁରୋଧ କରୁକି ସେହି ଦିନ ମାମଲାର ଶୁଣାଣି କରନ୍ତୁ ଓ ଏହା ଉପରେ ବିଚାର କରନ୍ତୁ। କୌଣସି ପରିସ୍ଥିତିରେ ବି ୧୧ ନଭେମ୍ବର ୨୦୨୪ରୁ ଦୁଇ ସପ୍ତାହ ସମୟ ମଧ୍ୟରେ ଏହା ଉପରେ ଅନ୍ତତଃ କିଛି ନିଷ୍ପତ୍ତି ନିଆଯାଉ’।