ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ଭାରତ ସହ ସ୍ୱର ମିଳାଇଲା ସାଉଦି ଆରବ: କହିଲା- ଆଲୋଚନା ମାଧ୍ୟମରେ ସମାଧାନ କର ସମସ୍ୟା
ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ମାମଲାରେ ସାଉଦିଆରବ ଭାରତ ସମର୍ଥନରେ ଥିବା ଦେଖିବାକୁ ମିଳୁଛି। କାରଣ ଏହି ପ୍ରସଙ୍ଗ ଉଭୟ ଭାରତ ଓ ପାକିସ୍ତାନ ମିଶି ସମାଧାନ କରିବ ଉଚିତ ବୋଲି ପାକିସ୍ତାନ ସହିତ ସ୍ୱାକ୍ଷରିତ ଏକ ମିଳିତ ବିବୃତ୍ତିରେ ସାଉଦି ଆରବ କହିଛି। ଏପ୍ରିଲ ୭ ତାରିଖରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଜ ସରିଫ ଓ ସାଉଦିଆରବ ରାଜା ମହମ୍ମଦ ବିନ ସଲମାନଙ୍କ ମଧ୍ୟରେ ମକ୍କାର ଅଲ୍ ସଫା ପେଲେସ୍ରେ ସରକାରୀ ବୈଠକ ପରେ ଏହି ମିଳିତ ବିବୃତ୍ତି ଜାରି କରାଯାଇଛି। ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ଦୁଇ ଦେଶ ମଧ୍ୟରେ ଥିବା ସମସ୍ତ ପ୍ରସଙ୍ଗ ଦୁଇ ଆଲୋଚନା ମାଧ୍ୟମରେ ସମାଧାନ କରିବା ଉଚିତ୍। ବିଶେଷ କରି ଜାମ୍ମୁ-କାଶ୍ମୀର ସ୍ଥିରତା ଓ ଶାନ୍ତି ଆଣିବା ପାଇଁ ଆଲୋଚନା କରିବା ଉଚିତ୍ ବୋଲି ସାଉଦି ଆରବ କହିଛି। ଜାମ୍ମୁ-କାଶ୍ମୀର ପ୍ରସଙ୍ଗକୁ ଭାରତ ସବୁବେଳେ ଦୁଇ ଦେଶର ମାମଲା ବୋଲି କହିବା ସହ ତୃତୀୟ ପକ୍ଷର ମଧ୍ୟସ୍ଥାତାକୁ ବିରୋଧ କରି ଆସିଛି। ସାଉଦିଆରବ ମଧ୍ୟ ସମାନ କଥା କହିଛି।ପଢ଼ନ୍ତୁ-ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପବନ ଚାମଲିଂଙ୍କ ଉପରେ ଆକ୍ରମଣ: ଏସ୍କେଏମ୍ ସମର୍ଥକ ତଣ୍ଟି ଚିପିଥିବା ଅଭିଯୋଗ ଏହି ପ୍ରସଙ୍ଗରେ ସାଉଦି ଆରବ ନିରପେକ୍ଷତା କାଏମ ରଖିଛି। ତେବେ ୨୦୧୯ରେ ଧାରା ୩୭୦ ଉଚ୍ଛେଦକୁ ନେଇ ସାଉଦି ଆରବ ଯଦିଓ ଚିନ୍ତା ପ୍ରକଟ କରିଥିଲା। ତେବେ ଏହା ଅନ୍ତରୀଣ ବ୍ୟାପାର କହି ଏଥିରୁ ବାହାରିଯାଇଥିଲା। ହ
ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ମାମଲାରେ ସାଉଦିଆରବ ଭାରତ ସମର୍ଥନରେ ଥିବା ଦେଖିବାକୁ ମିଳୁଛି। କାରଣ ଏହି ପ୍ରସଙ୍ଗ ଉଭୟ ଭାରତ ଓ ପାକିସ୍ତାନ ମିଶି ସମାଧାନ କରିବ ଉଚିତ ବୋଲି ପାକିସ୍ତାନ ସହିତ ସ୍ୱାକ୍ଷରିତ ଏକ ମିଳିତ ବିବୃତ୍ତିରେ ସାଉଦି ଆରବ କହିଛି।
ଏପ୍ରିଲ ୭ ତାରିଖରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଜ ସରିଫ ଓ ସାଉଦିଆରବ ରାଜା ମହମ୍ମଦ ବିନ ସଲମାନଙ୍କ ମଧ୍ୟରେ ମକ୍କାର ଅଲ୍ ସଫା ପେଲେସ୍ରେ ସରକାରୀ ବୈଠକ ପରେ ଏହି ମିଳିତ ବିବୃତ୍ତି ଜାରି କରାଯାଇଛି।
ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ଦୁଇ ଦେଶ ମଧ୍ୟରେ ଥିବା ସମସ୍ତ ପ୍ରସଙ୍ଗ ଦୁଇ ଆଲୋଚନା ମାଧ୍ୟମରେ ସମାଧାନ କରିବା ଉଚିତ୍। ବିଶେଷ କରି ଜାମ୍ମୁ-କାଶ୍ମୀର ସ୍ଥିରତା ଓ ଶାନ୍ତି ଆଣିବା ପାଇଁ ଆଲୋଚନା କରିବା ଉଚିତ୍ ବୋଲି ସାଉଦି ଆରବ କହିଛି।
ଜାମ୍ମୁ-କାଶ୍ମୀର ପ୍ରସଙ୍ଗକୁ ଭାରତ ସବୁବେଳେ ଦୁଇ ଦେଶର ମାମଲା ବୋଲି କହିବା ସହ ତୃତୀୟ ପକ୍ଷର ମଧ୍ୟସ୍ଥାତାକୁ ବିରୋଧ କରି ଆସିଛି। ସାଉଦିଆରବ ମଧ୍ୟ ସମାନ କଥା କହିଛି।
ଏହି ପ୍ରସଙ୍ଗରେ ସାଉଦି ଆରବ ନିରପେକ୍ଷତା କାଏମ ରଖିଛି। ତେବେ ୨୦୧୯ରେ ଧାରା ୩୭୦ ଉଚ୍ଛେଦକୁ ନେଇ ସାଉଦି ଆରବ ଯଦିଓ ଚିନ୍ତା ପ୍ରକଟ କରିଥିଲା। ତେବେ ଏହା ଅନ୍ତରୀଣ ବ୍ୟାପାର କହି ଏଥିରୁ ବାହାରିଯାଇଥିଲା।
ହେଲେ ପାକିସ୍ତାନ କିନ୍ତୁ ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ କଥା ହେବାକୁ ଭାରତ ଉପରେ ଚାପ ପକାଇବାକୁ ଆମେରିକାକୁ ବାଧ୍ୟ କରିଥିଲା। ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ ଦିଗରେ ମଧ୍ୟସ୍ଥତା କରିବେ ବୋଲି କହିଥିଲେ। ହେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କିନ୍ତୁ ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ସଫା ସଫା ମନା କରିଦେଇଥିଲେ।