ଜାମ୍ମୁ କାଶ୍ମୀର ବିଧାନସଭା ପାଇଁ ଶେଷ ପର୍ଯ୍ୟାୟ ଭୋଟ୍ ଜାରି: ଦିନ ୧୧ଟା ସୁଦ୍ଧା ୨୮ ପ୍ରତିଶତ ଭୋଟ ଗ୍ରହଣ
କନକ ବ୍ୟୁରୋ: ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଆଜି ଅନ୍ତିମ ପର୍ୟ୍ୟାୟ ଭୋଟ୍। ୭ ଜିଲ୍ଲାର ୪୦ ଆସନ ପାଇଁ ଭୋଟିଂ ଆରମ୍ଭ ହୋଇଛି। ୩୯ ଲକ୍ଷ ୧୮ ହଜାର ଭୋଟର ୪୧୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ତୃତୀୟ ପର୍ୟ୍ୟାୟରେ ୪୦ ଆସନ ମଧ୍ୟରୁ ୨୪ଟି ଜମ୍ମୁ ଡିଭିଜନ୍ ଓ ୧୬ଟି କାଶ୍ମୀର ଘାଟିରୁ ରହିଛି। ଶେଷ ପର୍ୟ୍ୟାୟରେ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୩୮୭ ପୁରୁଷ ଓ ୨୮ ଜଣ ମହିଳା ରହିଛନ୍ତି। ଏହି ପର୍ୟ୍ୟାୟରେ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୧୬୯ ଜଣ କୋଟିପତି ଥିବା ବେଳେ ୬୭ ଜଣଙ୍କ ବିରୋଧରେ ଫୌଜଦାରୀ ମାମଲା ରହିଛି। ଜମ୍ମୁର ନଗରୋଟାରୁ ବିଜେପି ପ୍ରାର୍ଥୀ ଥିବା ଦେବେନ୍ଦ୍ର ସିଂହ ରାଣାଙ୍କ ସମ୍ପତ୍ତି ମୂଲ୍ୟ ସର୍ବାଧିକ ୧୨୬ କୋଟି ଟଙ୍କା। ଶେଷ ପର୍ୟ୍ୟାୟରେ ସଂସଦ ଆକ୍ରମଣର ମାଷ୍ଟର ମାଇଣ୍ଡ ଅଫଜଲ ଗୁରୁର ବଡ଼ଭାଇ ଇଜାଜ୍ ଅହମ୍ମଦ ଗୁରୁ ଲଢୁଛନ୍ତି। ସେ ସୋପର ଆସନରୁ ସ୍ବାଧୀନ ପ୍ରାର୍ଥୀ ହୋଇଛନ୍ତି।