ଜାମ୍ମୁ-କାଶ୍ମୀର ଲିବରେସନ ଫ୍ରଣ୍ଟ୍ ୫ ବର୍ଷ ପାଇଁ ବ୍ୟାନ୍; ସଂଗଠନକୁ ବେଆଇନ ଘୋଷିତ କଲା କେନ୍ଦ୍ର

ନୂଆଦିଲ୍ଲୀ: ୟାସିନ୍ ମଲ୍ଲିକଙ୍କ ଜାମ୍ମୁ ଆଣ୍ଡ୍ କାଶ୍ମୀର ଲିବରେସନ ଫ୍ରଣ୍ଟ ଉପରେ ଆକ୍ସନ। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ଆତଙ୍କବାଦ କାର୍ଯ୍ୟାକଳାପରେ ଜଡ଼ିଥିବା ପ୍ରମାଣ ମିଳିବା ପରେ ସରକାର ସଂଗଠନକୁ ବେଆଇନ ଘୋଷଣା କରିଛନ୍ତି । ଏହାସହିତ ଜେକେଏଲଏଫକୁ ଆସନ୍ତା ୫ ବର୍ଷ ପାଇଁ ବ୍ୟାନ୍ କରିଛନ୍ତି କେନ୍ଦ୍ର ସରକାର । ଆତଙ୍କୀ ଓ ବିଚ୍ଛିନ୍ନତାବାଦୀଙ୍କୁ ସମର୍ଥନ କରୁଥିଲା ସଂଗଠନ। ଏନେଇ ପୂର୍ବରୁ ଅଭିଯୋଗ ଆସିଥିଲା ।  ଗୃହମନ୍ତ୍ରୀ ଅମିତ ଶାହ ଚେତାବନୀ ଦେଇ କହିଛନ୍ତି, ଜେକେଏଲଏଫ ସଙ୍ଗଠନ ଜମ୍ମୁ-କାଶ୍ମୀରରେ ଆତଙ୍କ ଓ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହିତ ଦେବା କାର୍ଯ୍ୟରେ ସାମିଲ ଥିବାରୁ ଏହି ପ୍ରତିବନ୍ଧକ ଲାଗିଛି । ଦେଶର ସୁରକ୍ଷା, ପ୍ରଭୁତା ତଥା ଅଖଣ୍ଡତାକୁ ଚ୍ୟାଲେଞ୍ଜ ଦେଉଥିବା କୌଣସି ବ୍ୟକ୍ତି ବା ସଙ୍ଗଠନ ଆଇନଗତ ଭୟଙ୍କର ପରିଣାମ ଭୋଗିବେ । ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।ଗୃହମନ୍ତ୍ରୀ ଅମିତ ଶାହ ଏକ୍ସରେ ଟ୍ବିଟ୍ କରି ଲେଖିଛନ୍ତି, ମୋଦି ସରକାର ଜାମ୍ମୁ-କାଶ୍ମୀର ଲିବେରସନ ଫଣ୍ଟକୁ ବ୍ୟାନ୍ କରିଛନ୍ତି । ଏହି ପ୍ରତିବନ୍ଧକ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଲାଗୁ ରହିବ । ସଂଗଠନ ବେଆଇନ ବୋଲି ଘୋଷଣା କରାଯାଇଛି । ଜିରୋ ଟଲେରାନ୍ସ ନୀତି ଅବଲମ୍ବନ କରି ଗୃହମନ୍ତ୍ରାଳୟ ଆତଙ୍କୀ ଗତିବିଧି ସହିତ ଜଡ଼ିତ ଥିବା ଜାମ୍ମୁ-କାଶ୍ମୀର ପିପୁଲ୍ସ  ଲିଗର ୪ଟି ଗୋଷ୍ଠୀକୁ

ଜାମ୍ମୁ-କାଶ୍ମୀର ଲିବରେସନ ଫ୍ରଣ୍ଟ୍ ୫ ବର୍ଷ ପାଇଁ ବ୍ୟାନ୍; ସଂଗଠନକୁ ବେଆଇନ ଘୋଷିତ କଲା କେନ୍ଦ୍ର

ନୂଆଦିଲ୍ଲୀୟାସିନ୍ ମଲ୍ଲିକଙ୍କ ଜାମ୍ମୁ ଆଣ୍ଡ୍ କାଶ୍ମୀର ଲିବରେସନ ଫ୍ରଣ୍ଟ ଉପରେ ଆକ୍ସନ। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ଆତଙ୍କବାଦ କାର୍ଯ୍ୟାକଳାପରେ ଜଡ଼ିଥିବା ପ୍ରମାଣ ମିଳିବା ପରେ ସରକାର ସଂଗଠନକୁ ବେଆଇନ ଘୋଷଣା କରିଛନ୍ତି । ଏହାସହିତ ଜେକେଏଲଏଫକୁ ଆସନ୍ତା ୫ ବର୍ଷ ପାଇଁ ବ୍ୟାନ୍ କରିଛନ୍ତି କେନ୍ଦ୍ର ସରକାର । ଆତଙ୍କୀ ଓ ବିଚ୍ଛିନ୍ନତାବାଦୀଙ୍କୁ ସମର୍ଥନ କରୁଥିଲା ସଂଗଠନ। ଏନେଇ ପୂର୍ବରୁ ଅଭିଯୋଗ ଆସିଥିଲା ।  

ଗୃହମନ୍ତ୍ରୀ ଅମିତ ଶାହ ଚେତାବନୀ ଦେଇ କହିଛନ୍ତି, ଜେକେଏଲଏଫ ସଙ୍ଗଠନ ଜମ୍ମୁ-କାଶ୍ମୀରରେ ଆତଙ୍କ ଓ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହିତ ଦେବା କାର୍ଯ୍ୟରେ ସାମିଲ ଥିବାରୁ ଏହି ପ୍ରତିବନ୍ଧକ ଲାଗିଛି । ଦେଶର ସୁରକ୍ଷାପ୍ରଭୁତା ତଥା ଅଖଣ୍ଡତାକୁ ଚ୍ୟାଲେଞ୍ଜ ଦେଉଥିବା କୌଣସି ବ୍ୟକ୍ତି ବା ସଙ୍ଗଠନ ଆଇନଗତ ଭୟଙ୍କର ପରିଣାମ ଭୋଗିବେ । ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଗୃହମନ୍ତ୍ରୀ ଅମିତ ଶାହ ଏକ୍ସରେ ଟ୍ବିଟ୍ କରି ଲେଖିଛନ୍ତି, ମୋଦି ସରକାର ଜାମ୍ମୁ-କାଶ୍ମୀର ଲିବେରସନ ଫଣ୍ଟକୁ ବ୍ୟାନ୍ କରିଛନ୍ତି । ଏହି ପ୍ରତିବନ୍ଧକ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଲାଗୁ ରହିବ । ସଂଗଠନ ବେଆଇନ ବୋଲି ଘୋଷଣା କରାଯାଇଛି । ଜିରୋ ଟଲେରାନ୍ସ ନୀତି ଅବଲମ୍ବନ କରି ଗୃହମନ୍ତ୍ରାଳୟ ଆତଙ୍କୀ ଗତିବିଧି ସହିତ ଜଡ଼ିତ ଥିବା ଜାମ୍ମୁ-କାଶ୍ମୀର ପିପୁଲ୍ସ  ଲିଗର ୪ଟି ଗୋଷ୍ଠୀକୁ ବେଆଇନ ଘୋଷିତ କରିଛନ୍ତି ବୋଲି ଶାହା ନିଜ ଏକ୍ସରେ ଲେଖିଛନ୍ତି ।