ଜାମ୍ମୁ କାଶ୍ମୀରରେ ପୁଣି ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୨

ନୂଆଦିଲ୍ଲୀ୦୬।୦୪: ଜାମ୍ମୁ କାଶ୍ମୀରରେ ପୁଣି ଥରେ ଭୂକମ୍ପ ଝଟକା । ଶୁକ୍ରବାର ଦିନ କିଶତୱାର ଜିଲ୍ଲାରେ ଦୁଇଥର ହାଲୁକା ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ସୂଚନା ଦେବାବେଳେ ଅଧିକାରୀମାନେ କହିଛନ୍ତି ଯେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହେବା ସମ୍ପର୍କରେ ସୂଚନା ମିଳିନାହିଁ। ଭୂକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇ ଘରୁ ବାହାରି ସେଠାରେ ଠିଆ ହୋଇଥିଲେ।An earthquake of magnitude 3.2 on the Richter Scale hit Kishtwar, Jammu and Kashmir, at 11.01 pm today: National Center for Seismology pic.twitter.com/INIFDVscfX— ANI (@ANI) April 5, 2024ଅଧିକାରୀ କହିଛନ୍ତି ଯେ ଉଭୟ ଭୂକମ୍ପର କେନ୍ଦ୍ରସ୍ଥଳ କିଶତୱାରରେ ଥିଲା। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି (ଏନସିଏସ୍) ଅନୁଯାୟୀ କିଶତୱାରରେ ରାତି ୧୧: ୦୧ରେ ୩.୨ ମ୍ୟାଗ୍ନିଚ୍ୟୁଡର ଭୂକମ୍ପର ରେକର୍ଡ କରାଯାଇଥିଲା। ସେ କହିଛନ୍ତି ଯେ ଭୂକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରରେ ଥିଲା।ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଏହା ପୂର୍ବରୁ ଅପରାହ୍ନ ୫.୨୦ ରେ ୩.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିଲା। ଜାତୀୟ ଭୂକମ୍ପ କେନ୍ଦ୍ର କହିଛି ଯେ ଏହାର କେନ୍ଦ୍ର ମଧ୍ୟ ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରରେ ଥିଲା।

ଜାମ୍ମୁ କାଶ୍ମୀରରେ ପୁଣି ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୨

ନୂଆଦିଲ୍ଲୀ୦୬।୦୪: ଜାମ୍ମୁ କାଶ୍ମୀରରେ ପୁଣି ଥରେ ଭୂକମ୍ପ ଝଟକା । ଶୁକ୍ରବାର ଦିନ କିଶତୱାର ଜିଲ୍ଲାରେ ଦୁଇଥର ହାଲୁକା ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ସୂଚନା ଦେବାବେଳେ ଅଧିକାରୀମାନେ କହିଛନ୍ତି ଯେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହେବା ସମ୍ପର୍କରେ ସୂଚନା ମିଳିନାହିଁ। ଭୂକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇ ଘରୁ ବାହାରି ସେଠାରେ ଠିଆ ହୋଇଥିଲେ।


ଅଧିକାରୀ କହିଛନ୍ତି ଯେ ଉଭୟ ଭୂକମ୍ପର କେନ୍ଦ୍ରସ୍ଥଳ କିଶତୱାରରେ ଥିଲା। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି (ଏନସିଏସ୍) ଅନୁଯାୟୀ କିଶତୱାରରେ ରାତି ୧୧: ୦୧ରେ ୩.୨ ମ୍ୟାଗ୍ନିଚ୍ୟୁଡର ଭୂକମ୍ପର ରେକର୍ଡ କରାଯାଇଥିଲା। ସେ କହିଛନ୍ତି ଯେ ଭୂକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରରେ ଥିଲା।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଏହା ପୂର୍ବରୁ ଅପରାହ୍ନ ୫.୨୦ ରେ ୩.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିଲା। ଜାତୀୟ ଭୂକମ୍ପ କେନ୍ଦ୍ର କହିଛି ଯେ ଏହାର କେନ୍ଦ୍ର ମଧ୍ୟ ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରରେ ଥିଲା।