ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ; ବିଜେପିର ଦୁଇ ବରିଷ୍ଠ ନେତା ପ୍ରଭାରୀ ଭାବେ ନିଯୁକ୍ତ
ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ତିନୋଟି ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ । ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହେବ ମତଦାନ । ଦ୍ବିତୀୟ ପର୍ଯ୍ୟୟ ଭୋଟ୍ ସେପ୍ଟେମ୍ବର ୨୫ରେ ଏବଂ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅକ୍ଟୋବର ପହିଲାରେ ହେବ । ସେହିପରି ଅକ୍ଟୋବର ୪ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ । ତେବେ ନିର୍ବାଚନକୁ ନେଇ ଜାମ୍ମୁ-କାଶ୍ମୀରରେ ରାଜନୀତି ହଲଚଲ ହେଲେଣି । ବିଭିନ୍ନ ରାଜନୈତିକ ଦଳମାନେ ବିଧାନସଭା ବିଜୟ ରଣନୀତି ଆରମ୍ଭ କରି ଦେଲେଣି । ଏପଟେ ଭାରତୀୟ ଜନତା ପାର୍ଟି ନିର୍ବାଚନ ପାଇଁ ପ୍ରଭାରୀ ନିଯୁକ୍ତ କରିଛି । ପାର୍ଟିର ପୂର୍ବ ମହାସଚିବ ରାମ ମାଧବ ଏବଂ କେନ୍ଦ୍ରମନ୍ତ୍ରୀ ଜି କିଶାନ ରେଡ୍ଡୀ ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ପ୍ରଭାରୀ ହୋଇଛନ୍ତି । ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଜାମ୍ମୁ କାଶ୍ମୀରରେ ୧୦ ବର୍ଷ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଠାରେ ୨୦୧୪ରେ ଶେଷ ଥର ପାଇଁ ବିଧାନସଭା ଲାଗି ମତଦାନ ହୋଇଥିଲା । ୨୦୧୯ ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ କରି ଜାମ୍ମୁ କାଶ୍ମୀରର ପୁନର୍ଗଠନ କରି (ଜାମ୍ମୁ କାଶ୍ମୀର ଏବଂ ଲଦାଖ) କେନ୍ଦ୍ର ଶାସିତ ପ୍ରଦେଶ କରାଯାଇଥିଲା । ତେବେ ଏଠାକାର ରାଜନୈତିକ ଦଳ ଲଗାତାର ରାଜ୍ୟ ମାନ୍ୟତା ଦାବି କରୁଛନ୍ତି । ତେବେ ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ ପ୍ରଥମେ ନିର୍ବାଚନ ହେବ, ଏହାପରେ ରାଜ୍ୟର ମାନ୍ୟ
ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ତିନୋଟି ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ । ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହେବ ମତଦାନ । ଦ୍ବିତୀୟ ପର୍ଯ୍ୟୟ ଭୋଟ୍ ସେପ୍ଟେମ୍ବର ୨୫ରେ ଏବଂ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅକ୍ଟୋବର ପହିଲାରେ ହେବ । ସେହିପରି ଅକ୍ଟୋବର ୪ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ । ତେବେ ନିର୍ବାଚନକୁ ନେଇ ଜାମ୍ମୁ-କାଶ୍ମୀରରେ ରାଜନୀତି ହଲଚଲ ହେଲେଣି । ବିଭିନ୍ନ ରାଜନୈତିକ ଦଳମାନେ ବିଧାନସଭା ବିଜୟ ରଣନୀତି ଆରମ୍ଭ କରି ଦେଲେଣି । ଏପଟେ ଭାରତୀୟ ଜନତା ପାର୍ଟି ନିର୍ବାଚନ ପାଇଁ ପ୍ରଭାରୀ ନିଯୁକ୍ତ କରିଛି । ପାର୍ଟିର ପୂର୍ବ ମହାସଚିବ ରାମ ମାଧବ ଏବଂ କେନ୍ଦ୍ରମନ୍ତ୍ରୀ ଜି କିଶାନ ରେଡ୍ଡୀ ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ପ୍ରଭାରୀ ହୋଇଛନ୍ତି । ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।
ଜାମ୍ମୁ କାଶ୍ମୀରରେ ୧୦ ବର୍ଷ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଠାରେ ୨୦୧୪ରେ ଶେଷ ଥର ପାଇଁ ବିଧାନସଭା ଲାଗି ମତଦାନ ହୋଇଥିଲା । ୨୦୧୯ ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ କରି ଜାମ୍ମୁ କାଶ୍ମୀରର ପୁନର୍ଗଠନ କରି (ଜାମ୍ମୁ କାଶ୍ମୀର ଏବଂ ଲଦାଖ) କେନ୍ଦ୍ର ଶାସିତ ପ୍ରଦେଶ କରାଯାଇଥିଲା । ତେବେ ଏଠାକାର ରାଜନୈତିକ ଦଳ ଲଗାତାର ରାଜ୍ୟ ମାନ୍ୟତା ଦାବି କରୁଛନ୍ତି । ତେବେ ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ ପ୍ରଥମେ ନିର୍ବାଚନ ହେବ, ଏହାପରେ ରାଜ୍ୟର ମାନ୍ୟତା ଦିଆଯିବ । ଏହା ବ୍ୟତୀତ ଏବେ ଜାମ୍ମୁ କାଶ୍ମୀର ପାଇଁ ୯୦ ବିଧାନସଭା ଆସନ ହୋଇଛି । ପୂର୍ବରୁ ଏଠାରେ ୮୭ ଆସନ ଥିଲା, ଯେଉଁଥିରୁ ୪ଟି ଆସନ ଲଦାଖ ପାଇଁ ଥିଲା । ରାଜ୍ୟ ପୁନର୍ଗଠନ ପରେ ଲଦାଖ ଅଲଗା କେନ୍ଦ୍ର ଶାସିତ ପ୍ରଦେଶ ହେବା ପରେ ଜାମ୍ମୁ କାଶ୍ମୀରରେ ୮୩ ଆସନ ରହିଥିଲା । ପରେ ନିର୍ବାଚନ ଆୟୋଗ ସୀମା ନିର୍ଦ୍ଧାରଣ କରି ଅଧିକ ୭ ଆସନ ଯୋଡ଼ିଥିଲେ । ଏଥିରୁ କାଶ୍ମୀର କ୍ଷେତ୍ର ପାଇଁ ୪୭ ଆସନ ଏବଂ ଜାମ୍ମୁ କ୍ଷେତ୍ର ପାଇଁ ୪୩ ଆସନ ରହିଛି ।
୨୦୧୪ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନରେ ବିଜେପିକୁ ୨୩ ପ୍ରତିଶତ ଭୋଟ ଏବଂ ୨୫ ଆସନ ମିଳିଥିଲା । ପିଡିପି ୨୮ ଆସନ ଜିତିଥିଲା । ଏନସି ୧୫ ଏବଂ କଂଗ୍ରେସକୁ ୧୨ ଆସନ ମିଳିଥିଲା । କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳି ନଥିଲା । ଏହାପରେ ବିଜେପି ଏବଂ ମେହବୁବା ମୁଫତୀଙ୍କ ପିଡିପି ମିଶି ରାଜ୍ୟରେ ସରକାର ଗଠନ କରିଥିଲେ । କିନ୍ତୁ ୨୦୧୮ ଜୁନରେ ବିଜେପି ନିଜ ସମର୍ଥନ ଫେରାଇ ନେଇଥିଲେ । ସରକାର ଭାଙ୍ଗିବା ପରେ ଜାମ୍ମୁ କାଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା ।