ଜାରକା-କୁଆଖିଆ ରାସ୍ତାରେ ଆମ୍ବୁଲାନ୍ସ ଦୁର୍ଘଟଣା, ଜଣେ ମୃତ, ୨ ଆହତ

ଯାଜପୁର ୨୪।୦୫ : ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ଜାରକା-କୁଆଖିଆ ରାସ୍ତାରେ ଆମ୍ବୁଲାନ୍ସ ଦୁର୍ଘଟଣା । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ,  ଯାଜପୁର ଜାରକା-କୁଆଖିଆ ରାସ୍ତାରେ ଥିବା ଜଗନ୍ନାଥ ପେଟ୍ରୋଲ ପମ୍ପ ନିକଟରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ଜଣେ ଆମ୍ବୁଲାନ୍ସ ସହାୟକଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଫାର୍ମାସିଷ୍ଟ ଥିବା ଜଣାପଡିଛି । ମୃତ ବୌଲାଙ୍ଗ ମଧୁପୁର ଗାଁର ଅଚ୍ୟୁତ ନନ୍ଦ ବାରିକ ବୋଲି ଜଣାପଡିଛି । ଦୁର୍ଘଟଣା ପରେ ମୃତଦେହ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିବା ବେଳେ ଆହତଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।  

ଜାରକା-କୁଆଖିଆ ରାସ୍ତାରେ ଆମ୍ବୁଲାନ୍ସ ଦୁର୍ଘଟଣା, ଜଣେ ମୃତ, ୨ ଆହତ

ଯାଜପୁର ୨୪।୦୫ : ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ଜାରକା-କୁଆଖିଆ ରାସ୍ତାରେ ଆମ୍ବୁଲାନ୍ସ ଦୁର୍ଘଟଣା । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ,  ଯାଜପୁର ଜାରକା-କୁଆଖିଆ ରାସ୍ତାରେ ଥିବା ଜଗନ୍ନାଥ ପେଟ୍ରୋଲ ପମ୍ପ ନିକଟରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ଜଣେ ଆମ୍ବୁଲାନ୍ସ ସହାୟକଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଫାର୍ମାସିଷ୍ଟ ଥିବା ଜଣାପଡିଛି । ମୃତ ବୌଲାଙ୍ଗ ମଧୁପୁର ଗାଁର ଅଚ୍ୟୁତ ନନ୍ଦ ବାରିକ ବୋଲି ଜଣାପଡିଛି । ଦୁର୍ଘଟଣା ପରେ ମୃତଦେହ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିବା ବେଳେ ଆହତଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।