ଜାଲ ଦସ୍ତଖତ କରି ଟଙ୍କା ଖାଇଗଲେ ଏମବିକେ

ଜମନକିରା : ସରକାର ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ କିପରି ସ୍ବାବଲମ୍ବୀ ହେବେ ସେ ଦିଗରେ ଅନେକ ପଦକ୍ଷେପ ନେଇଛନ୍ତି। ସ୍ଵଂୟ ସହାୟକ ଗୋଷ୍ଠୀ ମହିଳା ମାନେ କିପରି ସରକାରଙ୍କ ପ୍ରତ୍ୟେକ ଯୋଜନା ପାଈ ପାରିବେ ସେଥି ପାଇଁ MBK ଏବଂ CRP ଙ୍କୁ ଦାୟିତ୍ଵ ପ୍ରଦାନ କରିଛନ୍ତି। ହେଲେ ରକ୍ଷକ ହୋଇ ଭକ୍ଷକ ପାଲଟିଛନ୍ତି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଖର୍ସନମାଲ ସଂତୋଷୀ ଗ୍ରୁପର ଦାୟିତ୍ଵରେ ଥିବା ଏମବିକେ ସୁନିତି ସାହୁ। ସୂଚନା […] The post ଜାଲ ଦସ୍ତଖତ କରି ଟଙ୍କା ଖାଇଗଲେ ଏମବିକେ appeared first on Odisha.News.

ଜାଲ ଦସ୍ତଖତ କରି ଟଙ୍କା ଖାଇଗଲେ ଏମବିକେ

ଜମନକିରା : ସରକାର ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ କିପରି ସ୍ବାବଲମ୍ବୀ ହେବେ ସେ ଦିଗରେ ଅନେକ ପଦକ୍ଷେପ ନେଇଛନ୍ତି। ସ୍ଵଂୟ ସହାୟକ ଗୋଷ୍ଠୀ ମହିଳା ମାନେ କିପରି ସରକାରଙ୍କ ପ୍ରତ୍ୟେକ ଯୋଜନା ପାଈ ପାରିବେ ସେଥି ପାଇଁ MBK ଏବଂ CRP ଙ୍କୁ ଦାୟିତ୍ଵ ପ୍ରଦାନ କରିଛନ୍ତି। ହେଲେ ରକ୍ଷକ ହୋଇ ଭକ୍ଷକ ପାଲଟିଛନ୍ତି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଖର୍ସନମାଲ ସଂତୋଷୀ ଗ୍ରୁପର ଦାୟିତ୍ଵରେ ଥିବା ଏମବିକେ ସୁନିତି ସାହୁ।
ସୂଚନା ଅନୁଯାୟୀ ସୁନିତି ସାହୁ ସନ୍ତୋସୀ ଗ୍ରୁପର ସଭାପତି ଓ ସମ୍ପାଦିକାଙ୍କ ଜାଲି ଦସ୍ତଖତ କରି ପ୍ରଥମ ପର୍ଯ୍ୟାୟରେ ତିନି ଲକ୍ଷ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଏକ ଲକ୍ଷ ପଚାଶ ହଜାର ଟଙ୍କା ସାଙ୍ଗକୁ ଗ୍ରୁପକୁ ମିଳିଥିବା କୃଷି ଯନ୍ତ୍ରପାତି ର ସମସ୍ତ ସବ୍ ସିଡି ଟଙ୍କା ଜାଲ ଦସ୍ତଖତ ଦେଇ ଉଠାଣ କରିଥିବା ଅଭିଯୋଗରେ ଆଜି ସନ୍ତୋସୀ ଗ୍ରୁପର ସମସ୍ତ ମହିଳା ଜମନକିରା ବିଡିଓ ଙ୍କ ଅନୁପସ୍ଥିତି ରେ ଆକାଉଣ୍ଟ ଅଫିସର ଋଷଭ ମଝି ଏବଂ ଜମନକିରା ଥାନା ଅଧିକାରୀ ପଦ୍ମାଳୟା ସାହୁ ଙ୍କୁ ଏହାର ତଦନ୍ତ କରି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଏସଂକ୍ରାନ୍ତରେ ଏମ୍ବିକେ ସୁନିତି ଙ୍କୁ ଯୋଗାଯୋଗ କରି ପଚାରିବାରୁ ଅଭିଯୋଗ ସମ୍ପୂର୍ଣ ଖଣ୍ଡନ କରିଛନ୍ତି ଓ ଭିତ୍ତିହୀନ ବୋଲି କହିଥିଲେ। ଏଥିସହ ସେ କହିଛନ୍ତି ସଭାପତି ଓ ସମ୍ପାଦିକା ଙ୍କୁ ନିଜର ସ୍ବାସ୍ଥ୍ୟ ଖରାପ ଥିବା ଯୋଗୁଁ ଟଙ୍କା ଧାର ହିସାବରେ ମାଗିଥିଲି। ଅସୁବିଧା ଥିବାରୁ ଦେଇ ପାରିନଥିଲି। ଆଉ ସେହି ସବୁ ଟଙ୍କା ମୁଁ ବ୍ୟାଙ୍କରେ ଜମା କରି ରସିଦ କୁ ଥାନା ଅଧିକାରୀଙ୍କୁ ପଠେଇ ଦେଇଥିବା କଥା କହିଥିଲେ।

The post ଜାଲ ଦସ୍ତଖତ କରି ଟଙ୍କା ଖାଇଗଲେ ଏମବିକେ appeared first on Odisha.News.