ଜାଲ୍‌ ଭୋଟର କାର୍ଡରେ ଜମି ରେଜିଷ୍ଟ୍ରେଶନ ଘଟଣା: ଲେଖାଳି ସମେତ ୭ ଜଣଙ୍କ ନାଁରେ ମାମଲା

ଗୋପାଳପୁର,୨୮ା୮(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିଷି ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଜାଲ୍‌ ଭୋଟର ପରିଚୟପତ୍ର ଦେଇ ଜମି ରେଜିଷ୍ଟ୍ରେଶନ କରିବା ନେଇ ତତ୍କାଳୀନ କନିଷି ତହସିଲଦାର ଦଲିଲ ଲେଖାଳି ସମେତ ୭ ଜଣଙ୍କ ନାମରେ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ସୂଚନା ଅନୁସାରେ, ଏହି ଥାନା ଅଧିନସ୍ଥ କନିଷି ତହସିଲ ଅନ୍ତର୍ଗତ ଦୁମଦୁମି ରାଜସ୍ବ ସର୍କିଲ ଅଧୀନରେ ରହିଥିବା ଖାତା ନଂ ୨୪୯ ଓ ୨୫୨ର ପ୍ରାୟ ୧.୯୪୨୦ ଏକର ଓ ୧.୯୪୦୦ ଏକର ଜମିକୁ […] The post ଜାଲ୍‌ ଭୋଟର କାର୍ଡରେ ଜମି ରେଜିଷ୍ଟ୍ରେଶନ ଘଟଣା: ଲେଖାଳି ସମେତ ୭ ଜଣଙ୍କ ନାଁରେ ମାମଲା appeared first on Dharitri Odia News.

ଜାଲ୍‌ ଭୋଟର କାର୍ଡରେ ଜମି ରେଜିଷ୍ଟ୍ରେଶନ ଘଟଣା: ଲେଖାଳି ସମେତ ୭ ଜଣଙ୍କ ନାଁରେ ମାମଲା

ଗୋପାଳପୁର,୨୮ା୮(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିଷି ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଜାଲ୍‌ ଭୋଟର ପରିଚୟପତ୍ର ଦେଇ ଜମି ରେଜିଷ୍ଟ୍ରେଶନ କରିବା ନେଇ ତତ୍କାଳୀନ କନିଷି ତହସିଲଦାର ଦଲିଲ ଲେଖାଳି ସମେତ ୭ ଜଣଙ୍କ ନାମରେ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି।
ସୂଚନା ଅନୁସାରେ, ଏହି ଥାନା ଅଧିନସ୍ଥ କନିଷି ତହସିଲ ଅନ୍ତର୍ଗତ ଦୁମଦୁମି ରାଜସ୍ବ ସର୍କିଲ ଅଧୀନରେ ରହିଥିବା ଖାତା ନଂ ୨୪୯ ଓ ୨୫୨ର ପ୍ରାୟ ୧.୯୪୨୦ ଏକର ଓ ୧.୯୪୦୦ ଏକର ଜମିକୁ କନିଷି ସବ୍‌ରେଜିଷ୍ଟ୍ରାର ଅଫିସରେ ଜାଲ୍‌ ଭୋଟର କାର୍ଡରେ ଜମି କିଣିବିକା କରାଯାଇଥିଲା। ଏଥିରେ ରିଙ୍କୁ ନାହାକଙ୍କ ସମେତ ପି. ପ୍ରଭାକର ରାଓ, ଅନିଲ ପାଢ଼ୀ, ପରମେଶ୍ବର, ରଞ୍ଜନ ପ୍ରାଧାନ, ସୁରେଶ ଦଳାଇ ସମେତ ଦଲିଲ ଲେଖାଳି ମଣ୍ଟୁ ପାତ୍ର ପ୍ରମୁଖ ସାମିଲ ରହିଥିବା ନେଇ ପୂର୍ବତନ ତହସିଲଦାର ପ୍ରଳୟାନନ୍ଦ ଶତପଥୀଙ୍କ ଗୋଳନ୍ଥରାରେ ଲିଖିତ ଅଭିଯୋଗ କରିଥିଲେ। ତହସିଲଦାର ଶତପଥୀଙ୍କ ପକ୍ଷରୁ ଭୋଟର ପରିଚୟପତ୍ର ଯାଞ୍ଚ ସମୟରେ ତାହା ଜାଲ୍‌ ବୋଲି ଜାଣି ପାରିଥିଲେ। ପରେ ଜମି କିଣା ବିକାର ଦଲିଲ୍‌କୁ ମଧ୍ୟ ନାକଚ କରାଯାଇଛି। ଏ ନେଇ ଥାନାରେ କେସ୍‌ ନଂ ୩୪୧/୨୪ରେ ଏକ ପୋଲିସ ଏକ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି।

The post ଜାଲ୍‌ ଭୋଟର କାର୍ଡରେ ଜମି ରେଜିଷ୍ଟ୍ରେଶନ ଘଟଣା: ଲେଖାଳି ସମେତ ୭ ଜଣଙ୍କ ନାଁରେ ମାମଲା appeared first on Dharitri Odia News.