ଜାଳ ସଂଗ୍ରହ କରିବାକୁ ଯାଇ ଗଛରୁ ପଡ଼ି ଯୁବକଙ୍କ ମୃତ୍ୟୁ

ପାଟଣା,୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମୂଷା ଖୋରି ଗ୍ରାମର ଜଣେ ୪୫ବର୍ଷୀୟ ଯୁବକ ମଙ୍ଗଳବାର ପୂର୍ବାହ୍ନରେ ଗଛରୁ ପଡ଼ି ପ୍ରାଣ ହାନୀ ଘଟିଛି। ମୃତକ ଜଣକ ହେଉଛନ୍ତି ଗୋବର୍ଦ୍ଧନ ଦାସ। ସୂଚନା ଅନୁଯାୟୀ ସେ ଜଙ୍ଗଲକୁ ଜାଳ ସଂଗ୍ରହ କରିବାକୁ ଯାଇଥିବା ବେଳେ ଗଛରୁ ଖସି ମୃତ୍ୟୁ ବରଣ କରିଛନ୍ତି। ସେ ଘର ପାଖ ଜଙ୍ଗଲରେ ଗଛ ଉପରକୁ ଉଠି କାଠ କାଟୁଥିବା ସମୟରେ ଅସାବଧାନତା ଯୋଗୁଁ ଖସି ପଡିଥିଲେ। ଗୁରୁତର ଅବସ୍ଥାରେ […] The post ଜାଳ ସଂଗ୍ରହ କରିବାକୁ ଯାଇ ଗଛରୁ ପଡ଼ି ଯୁବକଙ୍କ ମୃତ୍ୟୁ appeared first on Dharitri Odia News.

ଜାଳ ସଂଗ୍ରହ କରିବାକୁ ଯାଇ ଗଛରୁ ପଡ଼ି ଯୁବକଙ୍କ ମୃତ୍ୟୁ

ପାଟଣା,୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମୂଷା ଖୋରି ଗ୍ରାମର ଜଣେ ୪୫ବର୍ଷୀୟ ଯୁବକ ମଙ୍ଗଳବାର ପୂର୍ବାହ୍ନରେ ଗଛରୁ ପଡ଼ି ପ୍ରାଣ ହାନୀ ଘଟିଛି। ମୃତକ ଜଣକ ହେଉଛନ୍ତି ଗୋବର୍ଦ୍ଧନ ଦାସ।

ସୂଚନା ଅନୁଯାୟୀ ସେ ଜଙ୍ଗଲକୁ ଜାଳ ସଂଗ୍ରହ କରିବାକୁ ଯାଇଥିବା ବେଳେ ଗଛରୁ ଖସି ମୃତ୍ୟୁ ବରଣ କରିଛନ୍ତି। ସେ ଘର ପାଖ ଜଙ୍ଗଲରେ ଗଛ ଉପରକୁ ଉଠି କାଠ କାଟୁଥିବା ସମୟରେ ଅସାବଧାନତା ଯୋଗୁଁ ଖସି ପଡିଥିଲେ।

ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ହେଁ ସେଠାରେ ଡାକ୍ତର ଗୋବର୍ଦ୍ଧନଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣା ସ୍ଥଳରେ ଏଏସଆଇ ନୂଆସ ଲୁଗୁନ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

The post ଜାଳ ସଂଗ୍ରହ କରିବାକୁ ଯାଇ ଗଛରୁ ପଡ଼ି ଯୁବକଙ୍କ ମୃତ୍ୟୁ appeared first on Dharitri Odia News.