ଜାହାଜର ୧୦ ଟଙ୍କିଆ ନୋଟ୍ ନିଲାମ ହେବ
ନୂଆଦିଲ୍ଲୀ: ୧୯୧୮ରେ ବ୍ରିଟିଶ୍-ଭାରତୀୟ ମୁଦ୍ରା, ଗୋଳାବାରୁଦ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ବମ୍ବେରୁ ଲଣ୍ଡନ ଯାଉଥିବା ଏସ୍ଏସ୍ ଶିରାଲା ନାମକ ଜାହାଜ ଜର୍ମାନ ୟୁ-ବୋଟ୍ରୁ ଛଡ଼ାଯାଇଥିବା ଟର୍ପେଡୋ ମାଡ଼ରେ ବୁଡ଼ିଯାଇଥିଲା। ଜାହାଜରେ ମଦ, ଜାମ୍ ଓ ଜେଲି ଆଦି ରହିଥିଲା। ଆୟର୍ଲାଣ୍ଡ ଉପକୂଳରେ ବୁଡ଼ିଥିବା ଉକ୍ତ ଜାହାଜରୁ ବିଭିନ୍ନ ସାମଗ୍ରୀ ସମେତ ୨ଟି ୧୦ ଟଙ୍କିଆ ଭାରତୀୟ ନୋଟ୍କୁ ଉଦ୍ଧାର କରାଯାଇଥିଲା। ଉକ୍ତ ବିରଳ ନୋଟ୍ ଲଣ୍ଡନର ନାନାନ୍ସ ମେ’ଫେୟାର ଅକ୍ସନ ହାଉସ୍ରେ ଆସନ୍ତା ୨୯ ତାରିଖରେ […] The post ଜାହାଜର ୧୦ ଟଙ୍କିଆ ନୋଟ୍ ନିଲାମ ହେବ appeared first on Dharitri Odia News.
ନୂଆଦିଲ୍ଲୀ: ୧୯୧୮ରେ ବ୍ରିଟିଶ୍-ଭାରତୀୟ ମୁଦ୍ରା, ଗୋଳାବାରୁଦ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ବମ୍ବେରୁ ଲଣ୍ଡନ ଯାଉଥିବା ଏସ୍ଏସ୍ ଶିରାଲା ନାମକ ଜାହାଜ ଜର୍ମାନ ୟୁ-ବୋଟ୍ରୁ ଛଡ଼ାଯାଇଥିବା ଟର୍ପେଡୋ ମାଡ଼ରେ ବୁଡ଼ିଯାଇଥିଲା। ଜାହାଜରେ ମଦ, ଜାମ୍ ଓ ଜେଲି ଆଦି ରହିଥିଲା। ଆୟର୍ଲାଣ୍ଡ ଉପକୂଳରେ ବୁଡ଼ିଥିବା ଉକ୍ତ ଜାହାଜରୁ ବିଭିନ୍ନ ସାମଗ୍ରୀ ସମେତ ୨ଟି ୧୦ ଟଙ୍କିଆ ଭାରତୀୟ ନୋଟ୍କୁ ଉଦ୍ଧାର କରାଯାଇଥିଲା। ଉକ୍ତ ବିରଳ ନୋଟ୍ ଲଣ୍ଡନର ନାନାନ୍ସ ମେ’ଫେୟାର ଅକ୍ସନ ହାଉସ୍ରେ ଆସନ୍ତା ୨୯ ତାରିଖରେ ନିଲାମ ହେବାକୁ ଯାଉଛି। ଏହା ୨,୦୦୦ରୁ ୨,୬୦୦ ପାଉଣ୍ଡରେ ବିକ୍ରି ହେବା ଆଶା କରାଯାଉଛି।
The post ଜାହାଜର ୧୦ ଟଙ୍କିଆ ନୋଟ୍ ନିଲାମ ହେବ appeared first on Dharitri Odia News.