ଜିଏମ ବିଶ୍ଵବିଦ୍ୟାଳୟରେ JNU ପ୍ରଫେସରଙ୍କୁ ବିରୋଧ, କୁଳପତିଙ୍କ ଚାମ୍ୱର ବାହାରେ ନାରାବାଜି

ସମ୍ୱଲପୁର ୧୩/୦୩: ସମ୍ବଲପୁର ଜିଏମ ବିଶ୍ଵବିଦ୍ୟାଳୟରେ JNU ପ୍ରଫେସର ନିବେଦିତା ମେନନଙ୍କୁ ବିରୋଧ । ମଙ୍ଗଳବାର ଘଟଣା ହୋଇଥିବାବେଳେ ଭିଡିଓ ଭାଇରାଲ ହୋଇଛି । ସୂଚନା ଥାଉକି, ଜିଏମ ବିଶ୍ୱ ବିଦ୍ୟାଳୟରେ ମହିଳା ଦିବସ ପରିପ୍ରେକ୍ଷୀରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ଯୋଗ ଦେଇଥାନ୍ତେ JNU ର ପ୍ରଫେସର ନିବେଦିତା ମେନନ । ତେବେ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିବା ବେଳେ ଜିଏମ ବିଶ୍ୱ ବିଦ୍ୟାଳୟର କେତେକ ଛାତ୍ର ଛାତ୍ରୀ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଦସ୍ୟ ମାନେ ନିବେଦିତା ମେନନ ବିରୋଧୀ ନାରା ଦେବା ସହ ପ୍ରବଳ ବିରୋଧ କରିଥିଲେ । ଫଳରେ କାର୍ଯ୍ୟକ୍ରମକୁ ବାତିଲ କରାଯିବା ସହ ନିବେଦିତାଙ୍କୁ ସେଠାରୁ ଯିବାକୁ ପଡିଥିଲା । ଏହା ପରେ ଛାତ୍ରଛାତ୍ରୀ ମାନେ କୁଳପତିଙ୍କ ଚାମ୍ବର ବାହାରେ ନାରାବାଜି କରିବା ସହ ଚାମ୍ବର ଭିତରକୁ ଧସେଇ ପଶିଥିଲେ ଛାତ୍ରଛାତ୍ରୀ । ସେଠାରେ କୂଳପତି ଓ ଉପସ୍ଥିତ ଥିବା ଅଧ୍ୟାପକଙ୍କ ସହ ଛାତ୍ରଛାତ୍ରୀଙ୍କ ପ୍ରବଳ ଯୁକ୍ତି ତର୍କ ହୋଇଥିଲା । ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ ଯେ JNUର ପ୍ରଫେସର କାଶ୍ମୀର ପ୍ରସଙ୍ଗରେ ପୂର୍ବରୁ ଦେଶ ବିରୋଧୀ ବିବାଦୀୟ ବୟାନ ଦେଇଥିବା ବେଳେ କେଉଁ ପରିସ୍ଥିତି ରେ ଏହି ଭଳି ଏକ ବିବାଦୀୟ ବ୍ୟକ୍ତିତ୍ୱଙ୍କୁ ଜିଏମ ବିଶ୍ୱ ବିଦ୍ୟାଳୟର ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ଦିଆଯାଇଥିଲା ବୋଲି । ଏହି ପ୍ରଶ୍ନର ସନ୍ତୋଷ ଜଣକ ଉତ୍ତର ନପାଇବା ଫଳରେ ଦୀର

ଜିଏମ ବିଶ୍ଵବିଦ୍ୟାଳୟରେ JNU ପ୍ରଫେସରଙ୍କୁ ବିରୋଧ, କୁଳପତିଙ୍କ ଚାମ୍ୱର ବାହାରେ ନାରାବାଜି

ସମ୍ୱଲପୁର ୧୩/୦୩: ସମ୍ବଲପୁର ଜିଏମ ବିଶ୍ଵବିଦ୍ୟାଳୟରେ JNU ପ୍ରଫେସର ନିବେଦିତା ମେନନଙ୍କୁ ବିରୋଧ । ମଙ୍ଗଳବାର ଘଟଣା ହୋଇଥିବାବେଳେ ଭିଡିଓ ଭାଇରାଲ ହୋଇଛି । 


ସୂଚନା ଥାଉକି, ଜିଏମ ବିଶ୍ୱ ବିଦ୍ୟାଳୟରେ ମହିଳା ଦିବସ ପରିପ୍ରେକ୍ଷୀରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ଯୋଗ ଦେଇଥାନ୍ତେ JNU ର ପ୍ରଫେସର ନିବେଦିତା ମେନନ । ତେବେ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିବା ବେଳେ ଜିଏମ ବିଶ୍ୱ ବିଦ୍ୟାଳୟର କେତେକ ଛାତ୍ର ଛାତ୍ରୀ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଦସ୍ୟ ମାନେ ନିବେଦିତା ମେନନ ବିରୋଧୀ ନାରା ଦେବା ସହ ପ୍ରବଳ ବିରୋଧ କରିଥିଲେ । 


ଫଳରେ କାର୍ଯ୍ୟକ୍ରମକୁ ବାତିଲ କରାଯିବା ସହ ନିବେଦିତାଙ୍କୁ ସେଠାରୁ ଯିବାକୁ ପଡିଥିଲା । ଏହା ପରେ ଛାତ୍ରଛାତ୍ରୀ ମାନେ କୁଳପତିଙ୍କ ଚାମ୍ବର ବାହାରେ ନାରାବାଜି କରିବା ସହ ଚାମ୍ବର ଭିତରକୁ ଧସେଇ ପଶିଥିଲେ ଛାତ୍ରଛାତ୍ରୀ । ସେଠାରେ କୂଳପତି ଓ ଉପସ୍ଥିତ ଥିବା ଅଧ୍ୟାପକଙ୍କ ସହ ଛାତ୍ରଛାତ୍ରୀଙ୍କ ପ୍ରବଳ ଯୁକ୍ତି ତର୍କ ହୋଇଥିଲା । 


ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ ଯେ JNUର ପ୍ରଫେସର କାଶ୍ମୀର ପ୍ରସଙ୍ଗରେ ପୂର୍ବରୁ ଦେଶ ବିରୋଧୀ ବିବାଦୀୟ ବୟାନ ଦେଇଥିବା ବେଳେ କେଉଁ ପରିସ୍ଥିତି ରେ ଏହି ଭଳି ଏକ ବିବାଦୀୟ ବ୍ୟକ୍ତିତ୍ୱଙ୍କୁ ଜିଏମ ବିଶ୍ୱ ବିଦ୍ୟାଳୟର ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ଦିଆଯାଇଥିଲା ବୋଲି । 


ଏହି ପ୍ରଶ୍ନର ସନ୍ତୋଷ ଜଣକ ଉତ୍ତର ନପାଇବା ଫଳରେ ଦୀର୍ଘ ଅଧଘଣ୍ଟା ଧରି କୂଳପତିଙ୍କୁ ଘେରି ପ୍ରଶ୍ନ କରିଥିଲେ ଛାତ୍ରଛାତ୍ରୀ । କୂଳପତି ଛାତ୍ରଛାତ୍ରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଛାତ୍ରଛାତ୍ରୀ କିଛି ବୁଝିନଥିଲେ । ଏହାପରେ କୂଳପତି ଛାତ୍ର ଛାତ୍ରୀଙ୍କୁ ପ୍ରଶାସନିକ ବିଭାଗର ସମ୍ମୁଖକୁ ଡାକି ସେଠାରେ ବହୁ ସମୟ ଧରି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।