ଜିଏସଟି ଫାଙ୍କି ବ୍ୟବସାୟ କରୁଥିଲେ, ଆଉ ଏବେ...

ଅଭିଯୋଗ ଅଧାରରେ ଆଜି ସକାଳୁ ସମ୍ବଲପୁର ଜିଏସଟି ବିଭାଗ ଗଜାନନ ଅଗ୍ରୱାଲଙ୍କ ଦୁଇଟି ବ୍ୟବସାୟକ ପ୍ରତିଷ୍ଠାନ ଗମ୍ଭାରୀପଦର ସ୍ଥିତ ପେଟ୍ରୋଲ ପମ୍ପ ଓ ଗୋଦାମ ଘରେ ଚଢାଉ କରିଛି।

ଜିଏସଟି ଫାଙ୍କି ବ୍ୟବସାୟ କରୁଥିଲେ, ଆଉ ଏବେ...

ବୌଦ୍ଧ ଜିଲ୍ଲାର ୪ଟି ସ୍ଥାନରେ ଜିଏସଟି ବିଭାଗର ଚଢାଉ। ଜିଏସଟି ଫାଙ୍କିବା ଅଭିଯୋଗରେ ଗୋପାଳ ଓ ବାଲାଜି ହାର୍ଡଓ୍ବେୟାର ଷ୍ଟୋରେ ଚଢ଼ାଉ। ସମ୍ବଲପୁର ଜିଏସଟି ବିଭାଗର ୧୨ ଜଣିଆ ଟିମ ଏହି ଚଢ଼ାଉ କରିଛି।

ବୌଦ୍ଧ ସହରର ବ୍ୟବସାୟୀ ଗଜାନନ ଅଗ୍ରୱାଲଙ୍କ ଗୋପାଳ ଓ ବାଲାଜି ନାମରେ ଦୁଇଟି ହାର୍ଡଓ୍ବେୟାର ଷ୍ଟୋର ରହିଛି। ସେ ଦୀର୍ଘ ଦିନରୁ ଜିଏସଟି ଫାଙ୍କି ବ୍ୟବସାୟ କରୁଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଅଧାରରେ ଆଜି ସକାଳେ ସମ୍ବଲପୁର ଜିଏସଟି ବିଭାଗ ଗଜାନନ ଅଗ୍ରୱାଲଙ୍କ ଦୁଇଟି ବ୍ୟବସାୟକ ପ୍ରତିଷ୍ଠାନ ଗମ୍ଭାରୀପଦର ସ୍ଥିତ ପେଟ୍ରୋଲ ପମ୍ପ ଓ ଗୋଦାମ ଘରେ ଚଢାଉ କରିଛି। ଏବେ ଜିଏସଟି ବିଭାଗର ଚଢାଉ ଜାରି ରହିଛି।