ଜିଏସ୍ଟି ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ବିପୁଳ ସମ୍ପତ୍ତି ଠାବ, ଜାରି ରହିିଛି ଚଢାଉ
ଭୁବନେଶ୍ୱର,୧୭।୮: ଯାଜପୁର ଜିଏସ୍ଟି ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଶନିବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଭିଜିଲାନ୍ସ ରେଡ ବେଳେ ଭୁବନେଶ୍ବର, କଟକରେ ୨ଟି କୋଠା, ଭୁବନେଶ୍ବର, କଟକରେ ୨ଟି ଦାମିକା ପ୍ଲଟ, ୮୫୦ ଗ୍ରାମ ସୁନା ମିଳିଛି। ଏଥିସହ ୨.୮୬ କୋଟିର ଜମା, ୧.୨୧ ଲକ୍ଷର ନଗଦ କ୍ୟାସ ମିଳିଛି। ଚଢାଉ ଜାରି ରହିଥିବାରୁ ଆଗକୁ ସମ୍ପତ୍ତି ବଢ଼ିବା ସମ୍ଭାବନା ରହିଛି। ସରକାରୀ ଟିକସ ହେରଫେର ଅଭିଯୋଗରେ ଭିଜିଲାନ୍ସ ରେଡ କରିଥିବା ସୂଚନା […] The post ଜିଏସ୍ଟି ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ବିପୁଳ ସମ୍ପତ୍ତି ଠାବ, ଜାରି ରହିିଛି ଚଢାଉ appeared first on Dharitri Odia News.
ଭୁବନେଶ୍ୱର,୧୭।୮: ଯାଜପୁର ଜିଏସ୍ଟି ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଶନିବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଭିଜିଲାନ୍ସ ରେଡ ବେଳେ ଭୁବନେଶ୍ବର, କଟକରେ ୨ଟି କୋଠା, ଭୁବନେଶ୍ବର, କଟକରେ ୨ଟି ଦାମିକା ପ୍ଲଟ, ୮୫୦ ଗ୍ରାମ ସୁନା ମିଳିଛି। ଏଥିସହ ୨.୮୬ କୋଟିର ଜମା, ୧.୨୧ ଲକ୍ଷର ନଗଦ କ୍ୟାସ ମିଳିଛି। ଚଢାଉ ଜାରି ରହିଥିବାରୁ ଆଗକୁ ସମ୍ପତ୍ତି ବଢ଼ିବା ସମ୍ଭାବନା ରହିଛି।
ସରକାରୀ ଟିକସ ହେରଫେର ଅଭିଯୋଗରେ ଭିଜିଲାନ୍ସ ରେଡ କରିଥିବା ସୂଚନା ମିଳିଛି। ଜଣେ ଡିଲର୍ ଠାରୁ ଜବତ ସ୍କ୍ରାପ୍ ଅନ୍ୟତ୍ର ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ପ୍ରାୟ ୫.୮୫ ଲକ୍ଷ ରାଜସ୍ବ ହେରଫେର କରିଥିବା ଜଣାପଡ଼ିବାରୁ ରେଡ ହୋଇଛି। ଭୁବନେଶ୍ବର, ଖୋର୍ଦ୍ଧା ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି।
The post ଜିଏସ୍ଟି ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ବିପୁଳ ସମ୍ପତ୍ତି ଠାବ, ଜାରି ରହିିଛି ଚଢାଉ appeared first on Dharitri Odia News.