ଜିଏସ୍‌ଟି ପଇଠରେ ଅନିୟମିତତା: ହୋଲସେଲ୍‌ ଲୁଗା ଗୋଦାମରେ ବଡ଼ ଧରଣର ଚଢାଉ

ସମ୍ବଲପୁର,୧୩।୯(ପ୍ରମୋଦ ବହିଦାର): ସମ୍ବଲପୁର କମଲିବଜାରରେ ଥିବା ପାଇକାରୀ(ହୋଲସେଲ) ଲୁଗା ଗୋଦାମରେ ଶୁକ୍ରବାର ଜିଏସ୍‌ଟି ଚଢ଼ାଉ ହୋଇଛି। ଉକ୍ତ ଲୁଗା ହୋଲସେଲର ପକ୍ଷରୁ ଜିଏସ୍‌ଟି ପଇଠ ଓ ଜିଏସ୍‌ଟି ସମ୍ବନ୍ଧିୟ ଅନ୍ୟାନ୍ୟ କାଗଜପତ୍ରରେ ଅନିୟମିତତା ଥିବା ସନ୍ଦେହରେ ଏହି ଚଢ଼ାଉ ହୋଇଥିବା ଜଣାପଡିଛି। ସମ୍ବଲପୁର, ବରଗଡ଼ର ଜିଏସ୍‌ଟି ବିଭାଗ ତଥା ସମ୍ବଲପୁର ଜିଏସ୍‌ଟି ପ୍ରବର୍ତ୍ତନ ବିଭାଗ ପକ୍ଷରୁ କମଲିବଜାରରେ ଥିବା ମିତ୍ତଳ ଟ୍ରେଡର ଏବଂ ମିତ୍ତଲ ଏଜେନ୍ସିଜରେ ଏକାସଙ୍ଗେ ଚଢ଼ାଉ ଜାରି ରହିଛି। ବରଗଡ଼ ସିଟି ଜିଏସ୍‌ଟି ପ୍ରବର୍ତ୍ତନ […] The post ଜିଏସ୍‌ଟି ପଇଠରେ ଅନିୟମିତତା: ହୋଲସେଲ୍‌ ଲୁଗା ଗୋଦାମରେ ବଡ଼ ଧରଣର ଚଢାଉ appeared first on Dharitri Odia News.

ଜିଏସ୍‌ଟି ପଇଠରେ ଅନିୟମିତତା: ହୋଲସେଲ୍‌ ଲୁଗା ଗୋଦାମରେ ବଡ଼ ଧରଣର ଚଢାଉ

ସମ୍ବଲପୁର,୧୩।୯(ପ୍ରମୋଦ ବହିଦାର): ସମ୍ବଲପୁର କମଲିବଜାରରେ ଥିବା ପାଇକାରୀ(ହୋଲସେଲ) ଲୁଗା ଗୋଦାମରେ ଶୁକ୍ରବାର ଜିଏସ୍‌ଟି ଚଢ଼ାଉ ହୋଇଛି। ଉକ୍ତ ଲୁଗା ହୋଲସେଲର ପକ୍ଷରୁ ଜିଏସ୍‌ଟି ପଇଠ ଓ ଜିଏସ୍‌ଟି ସମ୍ବନ୍ଧିୟ ଅନ୍ୟାନ୍ୟ କାଗଜପତ୍ରରେ ଅନିୟମିତତା ଥିବା ସନ୍ଦେହରେ ଏହି ଚଢ଼ାଉ ହୋଇଥିବା ଜଣାପଡିଛି।

ସମ୍ବଲପୁର, ବରଗଡ଼ର ଜିଏସ୍‌ଟି ବିଭାଗ ତଥା ସମ୍ବଲପୁର ଜିଏସ୍‌ଟି ପ୍ରବର୍ତ୍ତନ ବିଭାଗ ପକ୍ଷରୁ କମଲିବଜାରରେ ଥିବା ମିତ୍ତଳ ଟ୍ରେଡର ଏବଂ ମିତ୍ତଲ ଏଜେନ୍ସିଜରେ ଏକାସଙ୍ଗେ ଚଢ଼ାଉ ଜାରି ରହିଛି। ବରଗଡ଼ ସିଟି ଜିଏସ୍‌ଟି ପ୍ରବର୍ତ୍ତନ ବିଭାଗ ସହକାରୀ ଆୟୁକ୍ତ ଦୀନେଶ କୁମାର ବାଗଙ୍କ ନେତୃତ୍ୱରେ ଜିଏସ୍‌ଟି ବିଭାଗର ଏକ ୧୫ଜଣିଆ ଦଳ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।

ଚଢାଉ ବେଳେ ଅଧିକାରୀମାନେ ଜିଏସ୍‌ଟି ସମ୍ପର୍କିତ କାଗଜପତ୍ର ଯାଞ୍ଚ କରୁଛନ୍ତି। କେଉଁଠୁ ଜିନିଷ ଆସୁଛି, କେଉଁ ଅଞ୍ଚଳକୁ ଲୁଗା ଯୋଗାଣ ହେଉଛି ଏହାକୁ ନେଇ ମଧ୍ୟ ଖୋଳତାଡ ଆରମ୍ଭ ହୋଇଛି। ଯଞ୍ଚକାର୍ଯ୍ୟ ଶେଷ ପରେ ବ୍ୟବସାୟରେ ଅନିୟମିତତା ହୋଇଛି କି ନାହିଁ ତାହା ଜଣା ପଡ଼ିବ ବୋଲି ସହକାରୀ ଆୟୁକ୍ତ ବାଗ କହିଛନ୍ତି।

The post ଜିଏସ୍‌ଟି ପଇଠରେ ଅନିୟମିତତା: ହୋଲସେଲ୍‌ ଲୁଗା ଗୋଦାମରେ ବଡ଼ ଧରଣର ଚଢାଉ appeared first on Dharitri Odia News.