ଜିଓ ଆଣିଲା ଜବରଦସ୍ତ ଶସ୍ତା ପ୍ଲାନ୍ ; ମିଳିବ ଏସବୁ ସୁବିଧା..
ମୁମ୍ବଇ : ମୁକେଶ ଅମ୍ବାନୀଙ୍କ ନେତୃତ୍ୱରେ ରିଲାଏନ୍ସ ଜିଓ ଏକ ବଡ ଉପଲବ୍ଧି ହାସଲ କରିଛି । ଏବେ ଏହାର ଗ୍ରାହକଙ୍କ ସଂଖ୍ୟା ୪୯୦ ମିଲିୟନ ପର୍ଯ୍ୟନ୍ତ ପହଞ୍ଚି ସାରିଛି । ଜିଓ ନିଜର ଅନେକ ଶସ୍ତା ପ୍ଲାନ ପାଇଁ ବେଶ ଚର୍ଚ୍ଚାରେ ରହି ଆସିଛି । ନିକଟରେ ଜିଓର ୧୭୫ ପ୍ଲାନ୍ ସହ ଏକ ନୂଆ ଅଫର୍ ସାମ୍ନାକୁ ଆସିଛି । ଏଥିରେ ଗ୍ରାହକ କମ୍ ଦାମରେ ପ୍ରିମିୟମ ଓଟିଟି କଣ୍ଟେଣ୍ଟର ସହଜରେ ମଜା ନେଇ […]

ମୁମ୍ବଇ : ମୁକେଶ ଅମ୍ବାନୀଙ୍କ ନେତୃତ୍ୱରେ ରିଲାଏନ୍ସ ଜିଓ ଏକ ବଡ ଉପଲବ୍ଧି ହାସଲ କରିଛି । ଏବେ ଏହାର ଗ୍ରାହକଙ୍କ ସଂଖ୍ୟା ୪୯୦ ମିଲିୟନ ପର୍ଯ୍ୟନ୍ତ ପହଞ୍ଚି ସାରିଛି । ଜିଓ ନିଜର ଅନେକ ଶସ୍ତା ପ୍ଲାନ ପାଇଁ ବେଶ ଚର୍ଚ୍ଚାରେ ରହି ଆସିଛି । ନିକଟରେ ଜିଓର ୧୭୫ ପ୍ଲାନ୍ ସହ ଏକ ନୂଆ ଅଫର୍ ସାମ୍ନାକୁ ଆସିଛି । ଏଥିରେ ଗ୍ରାହକ କମ୍ ଦାମରେ ପ୍ରିମିୟମ ଓଟିଟି କଣ୍ଟେଣ୍ଟର ସହଜରେ ମଜା ନେଇ ପାରିବେ।
ଯଦି ଆପଣଙ୍କୁ ଅଧିକ କଲ୍ ଓ ମେସେଜ କରିବାର ଆବଶ୍ୟକତା ନାହିଁ, କେବଳ ଅଧିକ ଡାଟା ବ୍ୟବହାରର ଆବଶ୍ୟକତା ରହିଛି, ତେବେ ଜିଓର ୧୭୫ ପ୍ଲାନ୍ ଆପଣଙ୍କ ପାଇଁ ସବୁଠାରୁ ଉତ୍ତମ ବିକଳ୍ପ । କେବଳ ୧୭୫ ଟଙ୍କାରେ ଆପଣଙ୍କୁ ସ୍ପିଡ୍ ଇଣ୍ଟରନେଟ୍ ସହ ଅନେକ ଓଟିଟି ସୁବିଧା ମିଳିବ । ଅନଲାଇନରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ପ୍ଲାନ୍ ଅଧିକ ଲାଭଦାୟକ ।
ଜିଓର ୧୭୫ ପ୍ଲାନର ସବୁଠାରୁ ବିଶେଷତ୍ୱ ହେଉଛି ଏହାର ଓଟିଟି ସୁବିଧା । ଏହି ପ୍ଲାନ ସହ ଆପଣ ଜିଓ ଟିଭି ମୋବାଇଲ ଆପ୍ ଜରିଆରେ ୧୨ ପ୍ରିମିୟମ ଓଟିଟି ପ୍ଲାର୍ଟଫର୍ମର ଏକ୍ସେସ ମିଳି ପାରିବ । ବଜାରରେ ଏବେ ଏହା ସବୁଠାରୁ ଶସ୍ତା ପ୍ଲାନ୍ ବୋଲି କୁହାଯାଉଛି ।
ଏହି ପ୍ଲାନରେ ୨୮ ଦିନ ପର୍ଯ୍ୟନ୍ତ ଜିଓ ସିନେମା ସବସ୍କ୍ରିବସନ୍, ଅନେକ ଫିଲ୍ମ, ଟିଭି ଶୋ’ ଆଦିର ମଜା ନେଇ ପାରିବେ।
ଏହାସହ ଓଟିଟି ଏକ୍ସେସ ଯେପରି, ସୋନି ଲାଇଭ, ଜି୫ ସହ ଅନ୍ୟାନ୍ୟ ଏକ୍ସେସ ମଧ୍ୟ ମିଳିବ ।
ଏହି ପ୍ଲାନର ସମୟ ସୀମା ୨୮ ଦିନ । ମୋଟ୍ ଡାଟା ୧୦ ଜିବି । ହାଇସ୍ପିଡ୍ ଡାଟା ୧୦ ଜିବି । ପ୍ୟାକେଜ ପରେ ମଧ୍ୟ ସ୍ପିଡ୍ ୬୪ କେବିପିଏସରେ ଅସୀମିତ।
ଏମିତି କରନ୍ତୁ ରିଚାର୍ଜ- ଏହି ପ୍ଲାନର ଲାଭ ଉଠାଇବା ପାଇଁ MyJio ଆପ୍ ଜରିଆରେ ସବସ୍କ୍ରାଇବ୍ କରନ୍ତୁ । ଜିଓ ସିନେମା ପ୍ରିମିୟମ୍ କୁପନ୍ ଆପଣଙ୍କ ଆକାଉଣ୍ଟରେ କ୍ରେଡିଡ ହୋଇଯିବ।