"ଜିଓ ଫାଇନାନ୍ସ" ଆପ୍‌ର ଶୁଭାରମ୍ଭ, ଡିଜିଟାଲ ବ୍ୟାଙ୍କିଙ୍ଗରେ ଗ୍ରାହକଙ୍କୁ ଦେବ ନୂଆ ଅନୁଭବ

ମୁମ୍ବାଇ: ଜିଓ ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡ୍ ଏହାର "ଜିଓ ଫାଇନାନ୍ସ" ଆପ୍‌ର ବିଟା ଭର୍ସନ ଆରମ୍ଭ ନେଇ ଘୋଷଣା କରିଛି। ଏହି ଆପ୍‌  ଦୈନନ୍ଦିନ ଆର୍ଥିକ ଏବଂ ଡିଜିଟାଲ ବ୍ୟାଙ୍କିଙ୍ଗରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାକୁ ଯାଉଥିବା ଏକ ଅତ୍ୟାଧୁନିକ ପ୍ଲାଟଫର୍ମ ।ଏହି ଆପ୍ର ଇଣ୍ଟରଫେସ୍‌ରେ ଉପଭୋକ୍ତାଙ୍କ ସୁବିଧାକୁ ଧ୍ୟାନ ଦିଆଯାଇଥିଛି। ଯାହାଦ୍ବାରା ଉପଭୋକ୍ତାମାନେ ସହଜରେ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍‌, ୟୁପିଆଇ (UPI) କାରବାର, ବିଲ୍ ସମାଧାନ, ବୀମା ପରାମର୍ଶ ଇତ୍ୟାଦିର ଲାଭ ନେଇପାରିବେ। "ଜିଓଫାଇନାନ୍ସ ଆପ୍‌କୁ ବଜାରରେ ପ୍ରବେଶ କରାଇବାକୁ ଆମେ ବେଶ ଉତ୍ସାହିତ । ଏହା ଏକ ପ୍ଲାଟଫର୍ମ ଯାହା ଆଜିର ବ୍ୟକ୍ତିବିଶେଷଙ୍କ ଆର୍ଥିକ ପରିଚାଳନା ପଦ୍ଧତିକୁ ପୁନଃନିର୍ଦ୍ଧାରିତ କରିବାକୁ ଲକ୍ଷ୍ୟ ରଖିବ । ଆମର ଅନ୍ତିମ ଲକ୍ଷ୍ୟ ହେଉଛି ଯେକୌଣସି ଉପଭୋକ୍ତା ପାଇଁ ଗୋଟିଏ ପ୍ଲାଟଫର୍ମରେ ଅର୍ଥ ସମ୍ବନ୍ଧୀୟ ସମସ୍ତ ଜିନିଷକୁ ସରଳ ଭାବେ ପ୍ରସ୍ତୁତ କରିବା । ସମସ୍ତ ଜନସାଧାରଣଙ୍କୁ ଋଣ ପ୍ରଦାନ, ନିବେଶ, ବୀମା, ଦେୟ ପ୍ରଦାନ ଏବଂ କାରବାର ଭଳି ବିସ୍ତୃତ ସୁବିଧା ସହିତ ଆର୍ଥିକ ସେବାକୁ ଅଧିକ ସ୍ୱଚ୍ଛ ଓ ସୁଲଭ କରିବା ଏହି ଲକ୍ଷ୍ୟର ଅଂଶ" ବୋଲି କହିଛନ୍ତି କମ୍ପାନିର ଜଣେ ମୁଖପାତ୍ର। 

"ଜିଓ ଫାଇନାନ୍ସ" ଆପ୍‌ର ଶୁଭାରମ୍ଭ, ଡିଜିଟାଲ ବ୍ୟାଙ୍କିଙ୍ଗରେ ଗ୍ରାହକଙ୍କୁ ଦେବ ନୂଆ ଅନୁଭବ

ମୁମ୍ବାଇ: ଜିଓ ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡ୍ ଏହାର "ଜିଓ ଫାଇନାନ୍ସ" ଆପ୍‌ର ବିଟା ଭର୍ସନ ଆରମ୍ଭ ନେଇ ଘୋଷଣା କରିଛି। ଏହି ଆପ୍‌  ଦୈନନ୍ଦିନ ଆର୍ଥିକ ଏବଂ ଡିଜିଟାଲ ବ୍ୟାଙ୍କିଙ୍ଗରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାକୁ ଯାଉଥିବା ଏକ ଅତ୍ୟାଧୁନିକ ପ୍ଲାଟଫର୍ମ ।

ଏହି ଆପ୍ର ଇଣ୍ଟରଫେସ୍‌ରେ ଉପଭୋକ୍ତାଙ୍କ ସୁବିଧାକୁ ଧ୍ୟାନ ଦିଆଯାଇଥିଛି। ଯାହାଦ୍ବାରା ଉପଭୋକ୍ତାମାନେ ସହଜରେ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍‌, ୟୁପିଆଇ (UPI) କାରବାର, ବିଲ୍ ସମାଧାନ, ବୀମା ପରାମର୍ଶ ଇତ୍ୟାଦିର ଲାଭ ନେଇପାରିବେ। 

"ଜିଓଫାଇନାନ୍ସ ଆପ୍‌କୁ ବଜାରରେ ପ୍ରବେଶ କରାଇବାକୁ ଆମେ ବେଶ ଉତ୍ସାହିତ । ଏହା ଏକ ପ୍ଲାଟଫର୍ମ ଯାହା ଆଜିର ବ୍ୟକ୍ତିବିଶେଷଙ୍କ ଆର୍ଥିକ ପରିଚାଳନା ପଦ୍ଧତିକୁ ପୁନଃନିର୍ଦ୍ଧାରିତ କରିବାକୁ ଲକ୍ଷ୍ୟ ରଖିବ । ଆମର ଅନ୍ତିମ ଲକ୍ଷ୍ୟ ହେଉଛି ଯେକୌଣସି ଉପଭୋକ୍ତା ପାଇଁ ଗୋଟିଏ ପ୍ଲାଟଫର୍ମରେ ଅର୍ଥ ସମ୍ବନ୍ଧୀୟ ସମସ୍ତ ଜିନିଷକୁ ସରଳ ଭାବେ ପ୍ରସ୍ତୁତ କରିବା । ସମସ୍ତ ଜନସାଧାରଣଙ୍କୁ ଋଣ ପ୍ରଦାନ, ନିବେଶ, ବୀମା, ଦେୟ ପ୍ରଦାନ ଏବଂ କାରବାର ଭଳି ବିସ୍ତୃତ ସୁବିଧା ସହିତ ଆର୍ଥିକ ସେବାକୁ ଅଧିକ ସ୍ୱଚ୍ଛ ଓ ସୁଲଭ କରିବା ଏହି ଲକ୍ଷ୍ୟର ଅଂଶ" ବୋଲି କହିଛନ୍ତି କମ୍ପାନିର ଜଣେ ମୁଖପାତ୍ର।