ଜିଓ ଭାରତ ଫୋନରେ ମାଗଣାରେ ଉପଲବ୍ଧ ହେବ ୟୁପିଆଇ ପେମେଣ୍ଟ ଆଲର୍ଟ
ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସରେ ଜିଓ ପକ୍ଷରୁ ଜିଓସାଉଣ୍ଡପେ ଶୁଭାରମ୍ଭ କରାଯାଇଛି। ଏହି ସୁବିଧା ଜିଓ ଭାରତ ଫୋନରେ ଆଜୀବନ ମାଗଣାରେ ଉପଲବ୍ଧ ହେବ। ଭାରତରେ ପ୍ରଥମ ଥର ପାଇଁ ଜିଓସାଉଣ୍ଡପେ ରୁ ବିନା କୌଣସି ସାଉଣ୍ଡ ବକ୍ସ ରେ ୟୁପିଆଇ ପେମେଣ୍ଟ ଆଲର୍ଟ ମିଳିବ। ଦେଶର ପାଞ୍ଚ କୋଟିରୁ ଅଧିକ କ୍ଷୁଦ୍ର ଉଦ୍ୟୋଗୀ ଏବଂ କ୍ଷୁଦ୍ର ବ୍ୟବସାୟୀଏଥିରୁ ପ୍ରତ୍ୟକ୍ଷ ଲାଭ ପାଇବେ। କମ୍ପାନୀର ସୂଚନା ଅନୁସାରେ, ଜିଓସାଉଣ୍ଡପେ ଏକ ଅଭୂତପୂର୍ବ ନବସୃଜନ । ଏହା ପ୍ରତ୍ୟେକ ୟୁପିଆଇ […]

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସରେ ଜିଓ ପକ୍ଷରୁ ଜିଓସାଉଣ୍ଡପେ ଶୁଭାରମ୍ଭ କରାଯାଇଛି। ଏହି ସୁବିଧା ଜିଓ ଭାରତ ଫୋନରେ ଆଜୀବନ ମାଗଣାରେ ଉପଲବ୍ଧ ହେବ। ଭାରତରେ ପ୍ରଥମ ଥର ପାଇଁ ଜିଓସାଉଣ୍ଡପେ ରୁ ବିନା କୌଣସି ସାଉଣ୍ଡ ବକ୍ସ ରେ ୟୁପିଆଇ ପେମେଣ୍ଟ ଆଲର୍ଟ ମିଳିବ। ଦେଶର ପାଞ୍ଚ କୋଟିରୁ ଅଧିକ କ୍ଷୁଦ୍ର ଉଦ୍ୟୋଗୀ ଏବଂ କ୍ଷୁଦ୍ର ବ୍ୟବସାୟୀଏଥିରୁ ପ୍ରତ୍ୟକ୍ଷ ଲାଭ ପାଇବେ।
କମ୍ପାନୀର ସୂଚନା ଅନୁସାରେ, ଜିଓସାଉଣ୍ଡପେ ଏକ ଅଭୂତପୂର୍ବ ନବସୃଜନ । ଏହା ପ୍ରତ୍ୟେକ ୟୁପିଆଇ ଦେୟର ତତକ୍ଷଣାତ୍, ବହୁଭାଷୀ ଅଡିଓ ଆଲର୍ଟ ବାର୍ତ୍ତା ଦେବ। ଏହା ଛୋଟରୁ ଛୋଟ ଗ୍ରୋସରୀ ଓ ଖାଦ୍ୟସାମଗ୍ରୀ ଦୋକାନ, ପନିପରିବା ବିକ୍ରେତା ଆଦିଙ୍କ ବ୍ୟବସାୟକୁ ସହଜ କରିବ। ଏବେ ସାଉଣ୍ଡ ବକ୍ସ ପାଇଁ ମାସକୁ ପ୍ରାୟ ୧୨୫ ଟଙ୍କା ଦେଉଛନ୍ତି। ଏହି ସେବା ଜିଓସାଉଣ୍ଡପେରେ ମାଗଣାରେ ଉପଲବ୍ଧ। ଜିଓ ଭାରତ ଫୋନ୍ର ମୂଲ୍ୟ ମାତ୍ର ୬୯୯ ଟଙ୍କା ରହିଛି।
ଏହି ଭାରତ ଫୋନ୍ କିଣୁଥିବା ଯେକୌଣସି ବ୍ୟବସାୟୀ ମାତ୍ର ୬ ମାସ ମଧ୍ୟରେ ଫୋନର ସମ୍ପୂର୍ଣ୍ଣ ମୂଲ୍ୟ ଅନୁରୂପ ସଞ୍ଚୟ କରିପାରିବେ। ଭାରତର ଗଣତନ୍ତ୍ରର ୭୫ ବର୍ଷ ସମ୍ପୂର୍ଣ୍ଣ ହେବା ଉପଲକ୍ଷେ, ଜିଓ ପକ୍ଷରୁ ଜିଓସାଉଣ୍ଡପେରେ ଆଧୁନିକ ସଙ୍ଗୀତରେ ବନ୍ଦେ ମାତରମ ସଙ୍ଗୀତର ଧୁନ ପ୍ରସ୍ତୁତ କରାଯାଇଛି। ଜିଓର ସଭାପତି ସୁନୀଲ ଦତ୍ତ କହିଛନ୍ତି ଯେ ଜିଓ ପ୍ରତ୍ୟେକ ଭାରତୀୟଙ୍କୁ ସଶକ୍ତ କରିବା ପାଇଁ ଟେକ୍ନୋଲୋଜି ଉପଯୋଗ କରିବାରେ ବିଶ୍ବାସ କରେ। ଜିଓ ଭାରତ ଫୋନରେ ମାଗଣା ଜିଓସାଉଣ୍ଡପେ ଫିଚର ଏବଂ ବନ୍ଦେ ମାତରମ ସଙ୍ଗୀତର ଭାବପୂର୍ଣ୍ଣ ପ୍ରସ୍ତୁତି ସହିତ ଆମେ ଭାରତର ଭାବନାର ଉତ୍ସବ ପାଳନ କରୁଛୁ ଏବଂ ଏକ ବାସ୍ତବ ଡିଜିଟାଲ ଭାରତ ନିର୍ମାଣ ଦିଗରେ ଆମର ପ୍ରତିବଦ୍ଧତାକୁ ପ୍ରତିପାଦିତ କରୁଛୁ।