ଜିଓ ଭାରତ ୪ଜି ଜରିଆରେ ବୈପ୍ଳବିକ ପରିବର୍ତ୍ତନ

ମୁମ୍ବାଇ,୯।୮: ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ପ୍ରମୁଖ କମ୍ପାନୀ ରିଲାଏନ୍ସ ଜିଓ (ଜିଓ)ର ବହୁ ପ୍ରତୀକ୍ଷିତ କିପ୍ୟାଡ୍‌ ସ୍ମାର୍ଟଫୋନ୍‌ ଜିଓ ଭାରତ ୪ଜି ଘରୋଇ ବଜାରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ରିପୋର୍ଟ-୨୦୨୪ ରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଏପରିକି ଭାରତର ସବୁଠାରୁ ସୁଲଭ କିପ୍ୟାଡ୍‌ ସ୍ମାର୍ଟଫୋନ୍‌ ଜିଓ ଭାରତ ୪ଜି ୧୦୦୦ଟଙ୍କାରୁ କମ୍‌ ବର୍ଗରେ ୫୦%ର ବଜାର ଅଂଶ ହାସଲ କରିଛି। ପ୍ରତ୍ୟେକ ଭାରତୀୟଙ୍କୁ ଡିଜିଟାଲ ସେବାରେ […] The post ଜିଓ ଭାରତ ୪ଜି ଜରିଆରେ ବୈପ୍ଳବିକ ପରିବର୍ତ୍ତନ appeared first on Dharitri Odia News.

ଜିଓ ଭାରତ ୪ଜି ଜରିଆରେ ବୈପ୍ଳବିକ ପରିବର୍ତ୍ତନ

ମୁମ୍ବାଇ,୯।୮: ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ପ୍ରମୁଖ କମ୍ପାନୀ ରିଲାଏନ୍ସ ଜିଓ (ଜିଓ)ର ବହୁ ପ୍ରତୀକ୍ଷିତ କିପ୍ୟାଡ୍‌ ସ୍ମାର୍ଟଫୋନ୍‌ ଜିଓ ଭାରତ ୪ଜି ଘରୋଇ ବଜାରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ରିପୋର୍ଟ-୨୦୨୪ ରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଏପରିକି ଭାରତର ସବୁଠାରୁ ସୁଲଭ କିପ୍ୟାଡ୍‌ ସ୍ମାର୍ଟଫୋନ୍‌ ଜିଓ ଭାରତ ୪ଜି ୧୦୦୦ଟଙ୍କାରୁ କମ୍‌ ବର୍ଗରେ ୫୦%ର ବଜାର ଅଂଶ ହାସଲ କରିଛି। ପ୍ରତ୍ୟେକ ଭାରତୀୟଙ୍କୁ ଡିଜିଟାଲ ସେବାରେ ସଶକ୍ତ କରିବା ଲକ୍ଷ୍ୟରେ ଉନ୍ମୋଚିତ ହୋଇଥିବା ଜିଓ ଭାରତ ଦେଶର ୨୫ କୋଟି ଫିଚର ଫୋନ ବ୍ୟବହାରକାରୀଙ୍କ ପାଇଁ ଡିଜିଟାଲ ସ୍ବାଧୀନତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଲଟିଛି। ସେହିଭଳି ଜିଓ ଭାରତ ୪ଜି ଫୋନ୍‌ ଉନ୍ମୋଚିତ ହେବା ପରଠାରୁ ୟୁପିଆଇ, ଜିଓ ସିନେମା ଏବଂ ଜିଓଟିଭି ଭଳି ସୁବିଧା ଓ ଡିଜିଟାଲ ସାମର୍ଥ୍ୟ ପ୍ରଦାନ ସହ ସାଧାରଣ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହୋଇଛି। ଫଳରେ ସମାଜର ବିଭିନ୍ନ ବର୍ଗ ଅଧିକ ସଫଳତା ହାସଲ କରିପାରିଛନ୍ତି। ଏହି ଅତ୍ୟାଧୁନିକ ସୁଲଭ ଡିଭାଇସ୍‌ କେବଳ ଉପଭୋକ୍ତାଙ୍କୁ ସ୍ମାର୍ଟଫୋନ୍‌ କ୍ଷମତା ପ୍ରଦାନ କରିନାହିଁ ବରଂ ଉଚ୍ଚ ଗୁଣବତ୍ତା ଏବଂ ସୁଲଭ ଡାଟା ମଧ୍ୟ ପ୍ରଦାନ କରୁଛି, ଯାହା ସାଧାରଣ ଲୋକଙ୍କ ପାଇଁ ସହଜରେ ଉପଲବ୍ଧ ହୋଇପାରିଛି।
ଏ ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌(ଆରଆଇଏଲ୍‌)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବାର୍ଷିକ ରିପୋର୍ଟରେ କମ୍ପାନୀର ଶେୟାରହୋଲ୍ଡରମାନଙ୍କୁ ଜଣାଇଛନ୍ତି, ଜିଓଭାରତ ଫୋନ୍‌ର ଶୁଭାରମ୍ଭ ଦେଶର ଡିଜିଟାଲ ବୈଷମ୍ୟକୁ ଦୂରକରିବା ଦିଗରେ ଆଉ ଏକ ବୈପ୍ଳବିକ ପଦକ୍ଷେପ ପାଲଟିଛି। ଏପରିକି ଫିଚର ଫୋନର ମୂଲ୍ୟରେ ଗ୍ରାହକ ଜିଓଭାରତ ୪ଜି ସ୍ମାର୍ଟଫୋନ ପାଇଛନ୍ତି। ୨ଜି ମୁକ୍ତ ଭାରତ ସ୍ବପ୍ନକୁ ସାକାର କରିବାରେ ବେଶ୍‌ ସହାୟକ ହେବ। ନିକଟରେ ଶିଳ୍ପବ୍ୟାପୀ ଶୁଳ୍କ ବୃଦ୍ଧି ସତ୍ତ୍ୱେ ଜିଓ ଭାରତ ୪ଜି ଫୋନ୍‌ ବ୍ୟବହାରକାରୀଙ୍କ ପାଇଁ ଜିଓ ପୂର୍ବଭଳି ଦର ବଜାୟ ରଖିଛି।

The post ଜିଓ ଭାରତ ୪ଜି ଜରିଆରେ ବୈପ୍ଳବିକ ପରିବର୍ତ୍ତନ appeared first on Dharitri Odia News.