ଜିତିବା ଭୋଟ ଯେତିକି ନଡ଼ିଆ ଭଙ୍ଗାଗଲା ସେତିକି
ପାତ୍ରପୁର,୭ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁରସ୍ଥିତ ମା’ କୁଠାରୀଙ୍କ ପୀଠରେ ମଙ୍ଗଳବାର ଏକ ନିଆରା ମାନସିକ ପୂରଣ କରାଯାଇଛି। ଗତ ସାଧାରଣ ନିର୍ବାଚନରେ ଚିକିଟି ନିର୍ବାଚନମଣ୍ଡଳୀରେ ଭାଜପା ବିଧାୟକ ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ବିଜୟ ପାଇଁ ଜଣେ ସମର୍ଥକ ମାନସିକ ରଖିଥିଲେ। ତେବେ ମନୋରଞ୍ଜନ ବିଜେଡି ପ୍ରାର୍ଥୀଙ୍କୁ ୬,୫୨୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ମାନସିକ ପୂରଣ ହୋଇଥିବାରୁ ସେହି ଅନୁଯାୟୀ ମଙ୍ଗଳବାର ମା’ କୁଠାରୀଙ୍କ ନିକଟରେ ୬୫୨୨ଟି ନଡ଼ିଆ ଭଙ୍ଗାଯାଇଛି। ବିଧାୟକ ଦ୍ୟାନ […] The post ଜିତିବା ଭୋଟ ଯେତିକି ନଡ଼ିଆ ଭଙ୍ଗାଗଲା ସେତିକି appeared first on Dharitri Odia News.
ପାତ୍ରପୁର,୭ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁରସ୍ଥିତ ମା’ କୁଠାରୀଙ୍କ ପୀଠରେ ମଙ୍ଗଳବାର ଏକ ନିଆରା ମାନସିକ ପୂରଣ କରାଯାଇଛି। ଗତ ସାଧାରଣ ନିର୍ବାଚନରେ ଚିକିଟି ନିର୍ବାଚନମଣ୍ଡଳୀରେ ଭାଜପା ବିଧାୟକ ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ବିଜୟ ପାଇଁ ଜଣେ ସମର୍ଥକ ମାନସିକ ରଖିଥିଲେ। ତେବେ ମନୋରଞ୍ଜନ ବିଜେଡି ପ୍ରାର୍ଥୀଙ୍କୁ ୬,୫୨୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ମାନସିକ ପୂରଣ ହୋଇଥିବାରୁ ସେହି ଅନୁଯାୟୀ ମଙ୍ଗଳବାର ମା’ କୁଠାରୀଙ୍କ ନିକଟରେ ୬୫୨୨ଟି ନଡ଼ିଆ ଭଙ୍ଗାଯାଇଛି। ବିଧାୟକ ଦ୍ୟାନ ସାମନ୍ତରା ମା’ଙ୍କ ମନ୍ଦିରରେ ପହଞ୍ଚି ଦୀପ ଲଗାଇବା ପରେ ପ୍ରଥମେ ନଡ଼ିଆ ଭାଙ୍ଗିଥିଲେ। ପରେ ଅଞ୍ଚଳର ବହୁ ଯୁବକ ମିଶି ସମସ୍ତ ନଡ଼ିଆ ଭାଙ୍ଗିଥିଲେ। ସେଠାରେ ବିଧାୟକଙ୍କ ସ୍ତ୍ରୀ ମୀନା ଦ୍ୟାନ ସାମନ୍ତରା, ପାତ୍ରପୁର ବ୍ଲକ ଉପାଧ୍ୟକ୍ଷ ଅନାଦି ଚରଣ ପଣ୍ଡିତ, ଯୁବନେତା କାଳିଦାସ ରେଡ୍ଡୀ, ନାରୀନେତ୍ରୀ ଲଳିତା ପ୍ରଧାନ, ବାଦଲ ପ୍ରଧାନ, କିରଣ ଅଧିକାରୀ, ଅଲେଖ କନ୍ୟାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
The post ଜିତିବା ଭୋଟ ଯେତିକି ନଡ଼ିଆ ଭଙ୍ଗାଗଲା ସେତିକି appeared first on Dharitri Odia News.