ଜିତିବା ସତ୍ତ୍ୱେ ‘ସେଲ୍ଫିସ୍’ କହି ଶୁବମନଙ୍କୁ ଚିଡାଉଛନ୍ତି ଲୋକେ, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ
ହରାରେ,୧୪।୭: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ ଜୁଲାଇ ୧୩ରେ ଖେଳାଯାଇଥିଲା। ଭାରତ ଏହାକୁ ୧୦ ଋ଼ଉକେଟରେ ଜିତି ନେଇଛି। ଏହି ବିଜୟ ପରେ ଭାରତ ସିରିଜରେ ୩-୧ରେ ଆଗୁଆ ରହିଛି। ବିଜୟ ପରେ ମଧ୍ୟ ଅଧିନାୟକ ଶୁବମାନ ଗିଲ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିଲେ। ଚତୁର୍ଥ ମ୍ୟାଚ୍ରେ ଯଶସ୍ବୀ ଜୟସ୍ବାଲ ଏକ ଶତକ ହାସଲ କରିବାରେ ବଞ୍ଚିତ ହୋଇଥିଲେ, ଏହି କାରଣରୁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଶୁବମନ […] The post ଜିତିବା ସତ୍ତ୍ୱେ ‘ସେଲ୍ଫିସ୍’ କହି ଶୁବମନଙ୍କୁ ଚିଡାଉଛନ୍ତି ଲୋକେ, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ appeared first on Dharitri Odia News.
ହରାରେ,୧୪।୭: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ ଜୁଲାଇ ୧୩ରେ ଖେଳାଯାଇଥିଲା। ଭାରତ ଏହାକୁ ୧୦ ଋ଼ଉକେଟରେ ଜିତି ନେଇଛି। ଏହି ବିଜୟ ପରେ ଭାରତ ସିରିଜରେ ୩-୧ରେ ଆଗୁଆ ରହିଛି। ବିଜୟ ପରେ ମଧ୍ୟ ଅଧିନାୟକ ଶୁବମାନ ଗିଲ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିଲେ। ଚତୁର୍ଥ ମ୍ୟାଚ୍ରେ ଯଶସ୍ବୀ ଜୟସ୍ବାଲ ଏକ ଶତକ ହାସଲ କରିବାରେ ବଞ୍ଚିତ ହୋଇଥିଲେ, ଏହି କାରଣରୁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଶୁବମନ ଗିଲଙ୍କୁ ନିନ୍ଦା କରିଛନ୍ତି।
ଜୟସ୍ବାଲ ଏବଂ ଗିଲଙ୍କ ଅବିଭକ୍ତ ଭାଗିଦାରୀ ଭାରତକୁ ୧୦ ଉଇକେଟରେ ବିଜୟୀ କରାଇଛି। ଏହି ମ୍ୟାଚ୍ରେ ଉଭୟ ୧୫.୨ ଓଭରରେ ୧୫୬ ରନ ସ୍କୋର କରି ନିଜେ ମ୍ୟାଚ ଜିତିଥିଲେ। ଜୟସ୍ବାଲ ୫୩ ବଲରେ ୯୩ ରନ ସଂଗ୍ରହ କରି କରିଥିଲେ। ଏଥିରେ ୧୩ ଚୌକା ଓ ୨ ଛକା ସାମିଲ ଥିଲା। ଏହା ବ୍ୟତୀତ ଶୁବମନ ଗିଲ ୩୯ ବଲରେ ୫୮ ରନ ସଂଗ୍ରହ କରିଥିଲେ। ଏଥିରେ ୬ଟି ଚୌକା ଓ ୨ ଛକା ସାମିଲ ଥିଲା।
ଯେତେବେଳେ ଭାରତ ଜିତିବା ପାଇଁ ମାତ୍ର ୨୩ ରନ ଆବଶ୍ୟକ କରୁଥିଲା ଏବଂ ଜୟସ୍ବାଲଙ୍କୁ ୮୩ ରନ ଆବଶ୍ୟକ ଥିଲା। ଏଭଳି ପରିସ୍ଥିତିରେ ଯୁବ ବ୍ୟାଟ୍ସମ୍ୟାନ ଏକ ଶତକ ପୂରଣ କରିବାକୁ ଚାହୁଁଥିଲେ। କିନ୍ତୁ ତା’ପରେ ଶୁବମାନ ଗିଲ ଦ୍ରୁତ ଗତିରେ ରନ ସ୍କୋର କରିବା ଆରମ୍ଭ କରି ଦଳକୁ ଶୀଘ୍ର ବିଜୟ ପ୍ରଦାନ କରିଥିଲେ। ଏହି କାରଣରୁ ଜୟସ୍ବାଲ ତାଙ୍କ ଶତକରୁ ବଞ୍ଚିତ ହୋଇଥିଲେ।
ପ୍ରଶଂସକମାନେ ଏହି ଘଟଣାକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ତୁଳନା କରିଥିଲେ, ଯିଏକି ତିଳକ ବର୍ମାଙ୍କୁ ଗତ ବର୍ଷ ୱେଷ୍ଟଇଣ୍ଡିଜ ବିପକ୍ଷରେ ଅର୍ଦ୍ଧଶତକ ପୂରଣ କରିବାକୁ ଦେଇ ନ ଥିଲେ। ଲୋକମାନେ ସୋସିଆଲ ମିଡିଆରେ ଗିଲଙ୍କୁ ସମାଲୋଚନା କରୁଛନ୍ତି ଏବଂ ତାଙ୍କ କ୍ରୀଡ଼ାବିତ୍ ଉପରେ ପ୍ରଶ୍ନ କରୁଛନ୍ତି।
The post ଜିତିବା ସତ୍ତ୍ୱେ ‘ସେଲ୍ଫିସ୍’ କହି ଶୁବମନଙ୍କୁ ଚିଡାଉଛନ୍ତି ଲୋକେ, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ appeared first on Dharitri Odia News.