ଜିନିଷ କିଣିବା ବାହାନାରେ ସେଲ୍ସମ୍ୟାନଙ୍କୁ ବ୍ୟସ୍ତ ରଖିଲେ, ଆଉ ଜଣେ ଡ୍ର ଖୋଲି ନେଇଗଲେ ଟଙ୍କା
ଭୁବନେଶ୍ୱର ୦୭।୦୫ : ଭିଆଇପିଙ୍କ ଭଳି କାରରେ ଆସିଲେ I ଜିନିଷ କିଣିବା ବାହାନା କରି ଦୋକାନର ସେଲ୍ସମ୍ୟାନକୁ ଅନ୍ୟମନସ୍କ କରି ରଖିଲେ ମହିଳା ଗ୍ରାହକ । ଆଉ ସୁଯୋଗ ଦେଖି ସାଙ୍ଗରେ ଥିବା ପୁରୁଷ ଜଣକ ଅତି ଚତୁରତାର ସହ ଡ୍ର ଖୋଲି ୧୦ ହାଜର ଟଙ୍କା ଲୁଟି ନେଲେ । ଯାହାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଖବର ଅନୁଯାୟୀ, ଭୁବନେଶ୍ୱର ବଡ଼ଗଡ଼ ଥାନା ଲୁଇସ୍ ରୋଡରେ ଥିବା ରେବା ଗାର୍ମେଣ୍ଟ ଦୋକାନରୁ ଲୁଟ୍ର ଚିତ୍ର ଆସିଛି । ସୋମବାର ମଧ୍ୟାହ୍ନ ସମୟରେ ଦୁଇ ଜଣ ଭିଆଇପିଙ୍କ ଭଳି କାର୍ରେ ଆସିଲେ । ଜିନିଷ କିଣିବା ବାହାନା କରି ଦୋକାନର ସେଲ୍ସମ୍ୟାନକୁ ଅନ୍ୟମନସ୍କ କରି ରଖିଲେ ମହିଳା ଗ୍ରାହକ । ଆଉ ସୁଯୋଗ ଦେଖି ସାଙ୍ଗରେ ଥିବା ପୁରୁଷ ଜଣକ ଅତି ଚତୁରତାର ସହ ଡ୍ର ଖୋଲି ୧୦ ହାଜର ଟଙ୍କା ଲୁଟି ନେଲେ । ଯାହାର ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି । ତେବେ ଯେତେବେଳେ ଲୁଟ୍ ହେଲା, ସେତେବେଳେ ଦୋକାନ ମାଲିକ ଓ ଅନ୍ୟ କର୍ମଚାରୀ ସେହି ସମୟରେ ଖାଇବା ପାଇଁ ଯାଇଥିଲେ । ସେପଟେ ଏହି ଲୁଟ୍ ନେଇ ଦୋକାନର ମ୍ୟାନେଜର ବଡଗଡ ଥାନାରେ ଅଭିଯୋଗ କରିଛନ୍ତି ।
ଭୁବନେଶ୍ୱର ୦୭।୦୫ : ଭିଆଇପିଙ୍କ ଭଳି କାରରେ ଆସିଲେ I ଜିନିଷ କିଣିବା ବାହାନା କରି ଦୋକାନର ସେଲ୍ସମ୍ୟାନକୁ ଅନ୍ୟମନସ୍କ କରି ରଖିଲେ ମହିଳା ଗ୍ରାହକ । ଆଉ ସୁଯୋଗ ଦେଖି ସାଙ୍ଗରେ ଥିବା ପୁରୁଷ ଜଣକ ଅତି ଚତୁରତାର ସହ ଡ୍ର ଖୋଲି ୧୦ ହାଜର ଟଙ୍କା ଲୁଟି ନେଲେ । ଯାହାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
ଖବର ଅନୁଯାୟୀ, ଭୁବନେଶ୍ୱର ବଡ଼ଗଡ଼ ଥାନା ଲୁଇସ୍ ରୋଡରେ ଥିବା ରେବା ଗାର୍ମେଣ୍ଟ ଦୋକାନରୁ ଲୁଟ୍ର ଚିତ୍ର ଆସିଛି । ସୋମବାର ମଧ୍ୟାହ୍ନ ସମୟରେ ଦୁଇ ଜଣ ଭିଆଇପିଙ୍କ ଭଳି କାର୍ରେ ଆସିଲେ । ଜିନିଷ କିଣିବା ବାହାନା କରି ଦୋକାନର ସେଲ୍ସମ୍ୟାନକୁ ଅନ୍ୟମନସ୍କ କରି ରଖିଲେ ମହିଳା ଗ୍ରାହକ । ଆଉ ସୁଯୋଗ ଦେଖି ସାଙ୍ଗରେ ଥିବା ପୁରୁଷ ଜଣକ ଅତି ଚତୁରତାର ସହ ଡ୍ର ଖୋଲି ୧୦ ହାଜର ଟଙ୍କା ଲୁଟି ନେଲେ । ଯାହାର ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି । ତେବେ ଯେତେବେଳେ ଲୁଟ୍ ହେଲା, ସେତେବେଳେ ଦୋକାନ ମାଲିକ ଓ ଅନ୍ୟ କର୍ମଚାରୀ ସେହି ସମୟରେ ଖାଇବା ପାଇଁ ଯାଇଥିଲେ । ସେପଟେ ଏହି ଲୁଟ୍ ନେଇ ଦୋକାନର ମ୍ୟାନେଜର ବଡଗଡ ଥାନାରେ ଅଭିଯୋଗ କରିଛନ୍ତି ।