ଜିନ୍ଦଲ ଫାଉଣ୍ଡେସନ ଚେୟାରମ୍ୟାନ୍ ଏସ୍ ଶାଲୁ ଜିନ୍ଦଲଙ୍କ ଜନ୍ମଦିନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ
ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସୋସିଆଲ ଓ୍ବିଙ୍ଗ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଅଧ୍ୟକ୍ଷ ଏସ୍ ଶାଲୁ ଜିନ୍ଦଲଙ୍କ ଜନ୍ମଦିନ ପାଳନ କରାଯାଇଛି। କେବଳ ଜଣେ ସଫଳ ମହିଳା ହିଁ ନୁହେଁ ଶାଲୁ ଜିନ୍ଦଲ ଜଣେ ଦାନୀ ଭାବେ ମଧ୍ୟ ପରିଚିତ। ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ତାଙ୍କ ଜନ୍ମଦିନକୁ ଭାରତର ବିକାଶ ଦିଗରେ ଉଦ୍ଦେଶ୍ୟ ପାଇଁ ଉତ୍ସର୍ଗୀକୃତ କରିବା ସହ ସମଗ୍ର ଦେଶରେ ଜିନ୍ଦଲ ଫାଉଣ୍ଡେସନର ପ୍ରତ୍ୟେକ ଅନୁଷ୍ଠାନ ଏବଂ ୟୁନିଟ୍ ପକ୍ଷରୁ ଅନେକ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ସମ୍ପ୍ରଦାୟକୁ ସଶକ୍ତ କରିବା, ଏକ ସମାନ ସମାଜ ପାଇଁ ସୁଯୋଗ ପ୍ରଦାନ କରିବା, ବଞ୍ଚିତ ତଥା ସାମାଜିକ ଦୃଷ୍ଟିରୁ ଦୁର୍ବଳଙ୍କ ଆବଶ୍ୟକତା ପ୍ରତି ଥିବା ଶାଲୁ ଜିନ୍ଦଲଙ୍କ ପ୍ରତିବଦ୍ଧତାକୁ ପୂରା କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହିଛି। ଏକ ବାର୍ତ୍ତା ମାଧ୍ୟମରେ ସମାଜ ସେବାରେ ସହଭାଗୀମାନଙ୍କୁ କୃତଜ୍ଞତା ଜଣାଇବା ସହ ଜିନ୍ଦଲ କହିଛନ୍ତି, ‘ଆପଣମାନଙ୍କର ଦୟାଳୁ ଏବଂ ସେବା ମନୋଭାବ ପାଇଁ ମୁଁ କୃତଜ୍ଞ । ଆପଣଙ୍କ ସମର୍ଥନ ସମାଜର ଉନ୍ନତି ପାଇଁ ଆହୁରି କଠିନ ପରିଶ୍ରମ କରିବାକୁ ମୋର ସଂକଳ୍ପକୁ ଦୃଢ଼ କରିବ। ମିଳିତ ଭାବରେ ଆମେ ଏକ ସକରାତ୍ମକ ପ୍ରଭାବ ପକାଇପାରିବା ଏବଂ ହସ-ଖୁସି ଆଣିପାରିବା।’ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ହରିୟାଣା ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ଥିବା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ମେଡିକାଲ କ୍ୟାମ୍ପ,
ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସୋସିଆଲ ଓ୍ବିଙ୍ଗ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଅଧ୍ୟକ୍ଷ ଏସ୍ ଶାଲୁ ଜିନ୍ଦଲଙ୍କ ଜନ୍ମଦିନ ପାଳନ କରାଯାଇଛି। କେବଳ ଜଣେ ସଫଳ ମହିଳା ହିଁ ନୁହେଁ ଶାଲୁ ଜିନ୍ଦଲ ଜଣେ ଦାନୀ ଭାବେ ମଧ୍ୟ ପରିଚିତ। ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ତାଙ୍କ ଜନ୍ମଦିନକୁ ଭାରତର ବିକାଶ ଦିଗରେ ଉଦ୍ଦେଶ୍ୟ ପାଇଁ ଉତ୍ସର୍ଗୀକୃତ କରିବା ସହ ସମଗ୍ର ଦେଶରେ ଜିନ୍ଦଲ ଫାଉଣ୍ଡେସନର ପ୍ରତ୍ୟେକ ଅନୁଷ୍ଠାନ ଏବଂ ୟୁନିଟ୍ ପକ୍ଷରୁ ଅନେକ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ସମ୍ପ୍ରଦାୟକୁ ସଶକ୍ତ କରିବା, ଏକ ସମାନ ସମାଜ ପାଇଁ ସୁଯୋଗ ପ୍ରଦାନ କରିବା, ବଞ୍ଚିତ ତଥା ସାମାଜିକ ଦୃଷ୍ଟିରୁ ଦୁର୍ବଳଙ୍କ ଆବଶ୍ୟକତା ପ୍ରତି ଥିବା ଶାଲୁ ଜିନ୍ଦଲଙ୍କ ପ୍ରତିବଦ୍ଧତାକୁ ପୂରା କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହିଛି। ଏକ ବାର୍ତ୍ତା ମାଧ୍ୟମରେ ସମାଜ ସେବାରେ ସହଭାଗୀମାନଙ୍କୁ କୃତଜ୍ଞତା ଜଣାଇବା ସହ ଜିନ୍ଦଲ କହିଛନ୍ତି, ‘ଆପଣମାନଙ୍କର ଦୟାଳୁ ଏବଂ ସେବା ମନୋଭାବ ପାଇଁ ମୁଁ କୃତଜ୍ଞ । ଆପଣଙ୍କ ସମର୍ଥନ ସମାଜର ଉନ୍ନତି ପାଇଁ ଆହୁରି କଠିନ ପରିଶ୍ରମ କରିବାକୁ ମୋର ସଂକଳ୍ପକୁ ଦୃଢ଼ କରିବ। ମିଳିତ ଭାବରେ ଆମେ ଏକ ସକରାତ୍ମକ ପ୍ରଭାବ ପକାଇପାରିବା ଏବଂ ହସ-ଖୁସି ଆଣିପାରିବା।’
ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ହରିୟାଣା ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ଥିବା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ମେଡିକାଲ କ୍ୟାମ୍ପ, ଭେଟେନାରୀ ସ୍ବାସ୍ଥ୍ୟ ସେବା, ବରିଷ୍ଠ ନାଗରିକଙ୍କ ପାଇଁ ହେଲଥ କ୍ୟାମ୍ପ ଇତ୍ୟାଦି ଆୟୋଜନ କରାଯାଇଛି।