ଜିମ୍‌ରୁ ଫେରୁଥିଲେ ମନୋରଞ୍ଜନ, ଫାୟାରିଂ କରି ଚମ୍ପଟ ମାରିଲେ ୪ ଦୁର୍ବୃତ୍ତ

ବାଲେଶ୍ବର ୭/୮: ଜିମ୍‌ରେ ୱାର୍କଆଉଟ ସାରି ଫେରୁଥିଲେ ଯୁବକ । ହଠାତ ୪ ଜଣ ଦୁର୍ବୃତ୍ତ ଆସି ଫାୟାରିଂ କଲେ । କେହି କିଛି ବୁଝିବା ଆଗରୁ ଘଟଣାସ୍ଥଳରୁ ଚମ୍ପଟ ମାରିଲେ । ଆହତ ଯୁବକ ମନୋରଞ୍ଜନ ବିନ୍ଧାଣୀ । ବାଲେଶ୍ବର ବାଲିଆପାଳ ନିକଟରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଆଜି ସକାଳେ ମନୋରଞ୍ଜନ  ଜିମ୍‌ରୁ ଘରକୁ ଫେରୁଥିଲେ । ୪ ଜଣ  ଦୁର୍ବୃତ୍ତ ବୁଲେଟ୍‌ରେ ଆସି ୨ ରାଉଣ୍ଡ ଗୁଳିମାଡ କରି ଚମ୍ପଟ ମାରିଥିଲେ । ତାଙ୍କ ନାକରେ ଗଭୀର ଆଘାତ ଲାଗିଛି । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଘଟଣା ସଂପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ ହୋଇଥିବା କୁହାଯାଉଛି । ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଚଳାଇଛି । 