ଜିଲା ଭାଜପା ସଭାପତିଙ୍କୁ କୋଣଠେସା: ହେଉଛି ଚର୍ଚ୍ଚା

ସମ୍ବଲପୁର, ୨୯। ୯(ଭବାନୀ ଶଙ୍କର ଭୋଇ): ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ଏମ୍‌ପି ବୈଜୟନ୍ତ ପଣ୍ଡା ଶନିବାର ସମ୍ବଲପୁର ଗସ୍ତରେ ଆସି ସଦସ୍ୟତା ଅଭିଯାନରେ ସାମିଲ ହୋଇଥିଲେ। ସମ୍ବଲପୁର ହାଟପଡ଼ା, ଜେଲଛକ ଆଦି ସ୍ଥାନରେ ସ୍ଥାନୀୟ ଲୋକଙ୍କୁ ଅନଲାଇନ୍‌ରେ ଦଳର ପ୍ରାଥମିକ ସଦସ୍ୟଭାବେ ସାମିଲ କରିଥିଲେ। ଏହାପରେ ଦୁର୍ଗାପାଲିସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ସଦସ୍ୟତା ଅଭିଯାନର ବିଶେଷ କର୍ମଶାଳାରେ ପଣ୍ଡା ସାମିଲ ହୋଇଥିଲେ। ଜିଲା ସଦସ୍ୟତା ପ୍ରଭାରୀ ସୁଶୀଲ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାରେ ବିଧାୟକ […] The post ଜିଲା ଭାଜପା ସଭାପତିଙ୍କୁ କୋଣଠେସା: ହେଉଛି ଚର୍ଚ୍ଚା appeared first on Dharitri Odia News.

ଜିଲା ଭାଜପା ସଭାପତିଙ୍କୁ କୋଣଠେସା: ହେଉଛି ଚର୍ଚ୍ଚା

ସମ୍ବଲପୁର, ୨୯। ୯(ଭବାନୀ ଶଙ୍କର ଭୋଇ): ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ଏମ୍‌ପି ବୈଜୟନ୍ତ ପଣ୍ଡା ଶନିବାର ସମ୍ବଲପୁର ଗସ୍ତରେ ଆସି ସଦସ୍ୟତା ଅଭିଯାନରେ ସାମିଲ ହୋଇଥିଲେ। ସମ୍ବଲପୁର ହାଟପଡ଼ା, ଜେଲଛକ ଆଦି ସ୍ଥାନରେ ସ୍ଥାନୀୟ ଲୋକଙ୍କୁ ଅନଲାଇନ୍‌ରେ ଦଳର ପ୍ରାଥମିକ ସଦସ୍ୟଭାବେ ସାମିଲ କରିଥିଲେ। ଏହାପରେ ଦୁର୍ଗାପାଲିସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ସଦସ୍ୟତା ଅଭିଯାନର ବିଶେଷ କର୍ମଶାଳାରେ ପଣ୍ଡା ସାମିଲ ହୋଇଥିଲେ। ଜିଲା ସଦସ୍ୟତା ପ୍ରଭାରୀ ସୁଶୀଲ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାରେ ବିଧାୟକ ଜୟ ନାରାୟଣ ମିଶ୍ର, ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଜିଲା ସାଧାରଣ ସମ୍ପାଦକ ଅନିଲ ବେହେରା ଉପସ୍ଥିତ ଥିଲେ। ତେବେ ଭାଜପା ସଦସ୍ୟତା ଅଭିଯାନରେ ଜିଲା ସଭାପତି ଗିରୀଶ ପଟେଲ ଏବଂ ତାଙ୍କ ସମର୍ଥକ ଏଥିରେ ସାମିଲ ହୋଇ ନ ଥିଲେ। ଏ ସଂକ୍ରାନ୍ତରେ ଗିରୀଶଙ୍କ ଅନୁଗତ ତଥା ଜିଲା ମିଡିଆ ସଂଯୋଜକ ସୁନୀଲ ନନ୍ଦ ସଦସ୍ୟତା ଅଭିଯାନରେ ଜିଲା ସଭାପତିଙ୍କୁ ଡକାଯାଇ ନ ଥିବା ଫୋନଯୋଗେ ସୂଚନା ଦେଇଥିଲେ। ବିନା ସଭାପତିଙ୍କ ଉପସ୍ଥିତିରେ ଏଭଳି ସଦସ୍ୟତା ଅଭିଯାନ କରିବା ଦଳର ସମ୍ବିଧାନ ବିରୋଧୀ ବୋଲି କହିଥିଲେ।
ତେବେ ଏ ସଂକ୍ରାନ୍ତରେ ଜିଲା କୃଷକ ମୋର୍ଚା ସଭାପତି ସମୀର ରଞ୍ଜନ ବାବୁଙ୍କୁ ପଚାରିବାରୁ ଜିଲା ସଭାପତି ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କୁ ସ୍ବାଗତ କରିବାକୁ ଆସିଥିଲେ। ପୁଣି ସଦସ୍ୟତା ଅଭିଯାନ ପ୍ରଶିକ୍ଷଣ ଶିବିର ହେଉଥିବା ହୋଟେଲରେ ମଧ୍ୟ ପହଞ୍ଚିଥିଲେ। ତେବେ କାର୍ଯ୍ୟକ୍ରମ ପୁର୍ବରୁ ଉଠି ଚାଲିଯାଇ ଥିଲେ ବୋଲି ବାବୁ କହିଛନ୍ତି। ଏହି ଟଣାଓଟରା ଭିତରେ ସମ୍ବଲପୁର ଜିଲାରେ ଭାଜପାର ଗୋଷ୍ଠୀ କନ୍ଦଳ ପଦାରେ ପଡିଥିବା ଚର୍ଚ୍ଚା ହେଉଛି। ଜୟନାରାୟଣ ଗୋଷ୍ଠୀ କିଛି ଦିନ ହେବ ଜିଲା ସଭାପତିଙ୍କୁ କୋଣଠେସା କରୁଥିବା ବେଳେ ରାଜ୍ୟ ଏବଂ ରାଷ୍ଟ୍ରୀୟ ନେତା ମଧ୍ୟ ଏବେ ଅଣଦେଖା କରୁଥିବା ଦେଖିବାକୁ ମିଳିଛି। ତେବେ ଆଗକୁ ତାଙ୍କ ସମର୍ଥକ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

The post ଜିଲା ଭାଜପା ସଭାପତିଙ୍କୁ କୋଣଠେସା: ହେଉଛି ଚର୍ଚ୍ଚା appeared first on Dharitri Odia News.