ଜିଲାକୁ ଦୁର୍ନୀତିମୁକ୍ତ ପାଇଁ ପ୍ରଶାସନର ବଡ଼ ପଦକ୍ଷେପ, ଧାମନଗର ତହସିଲରୁ ୧୪ ଜଣ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି

ଦୋବଲ : ଭଦ୍ରକ ଜିଲା ଧାମନଗର ତହସିଲକୁ ଦୁର୍ନୀତିମୁକ୍ତ କରିବା ଲାଗି ଜିଲା ପ୍ରଶାସନ ବଡ଼ ପଦକ୍ଷେପ ନେଇଛି। ନୂଆବର୍ଷର ଦିନକ ପୂର୍ବରୁ ଧାମନଗର ତହସିଲରୁ ୧୪ ଜଣ କର୍ମଚାରୀଙ୍କୁ ଅନ୍ୟ ତହସିଲକୁ ବଦଳି କରିଛନ୍ତି ଭଦ୍ରକ ଜିଲ୍ଲାପାଳ। ଦୀର୍ଘ ବର୍ଷ ଧରି ତହସିଲରେ ରହି ଆସିଥିବା ୪ ଜଣ ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ, ୩ ଜଣ ସେକ୍ସନ ଅଫିସର ଓ ୮ ଜଣ ରେଭିନ୍ୟୁ ଇନସପେକ୍ଟରଙ୍କୁ ବଦଳି କରାଯାଇଛି। ଡିସେମ୍ବର ୩୦ ତାରିଖରେ ଏନେଇ ଭଦ୍ରକ […]

ଜିଲାକୁ ଦୁର୍ନୀତିମୁକ୍ତ ପାଇଁ ପ୍ରଶାସନର ବଡ଼ ପଦକ୍ଷେପ, ଧାମନଗର ତହସିଲରୁ ୧୪ ଜଣ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି

ଦୋବଲ : ଭଦ୍ରକ ଜିଲା ଧାମନଗର ତହସିଲକୁ ଦୁର୍ନୀତିମୁକ୍ତ କରିବା ଲାଗି ଜିଲା ପ୍ରଶାସନ ବଡ଼ ପଦକ୍ଷେପ ନେଇଛି। ନୂଆବର୍ଷର ଦିନକ ପୂର୍ବରୁ ଧାମନଗର ତହସିଲରୁ ୧୪ ଜଣ କର୍ମଚାରୀଙ୍କୁ ଅନ୍ୟ ତହସିଲକୁ ବଦଳି କରିଛନ୍ତି ଭଦ୍ରକ ଜିଲ୍ଲାପାଳ। ଦୀର୍ଘ ବର୍ଷ ଧରି ତହସିଲରେ ରହି ଆସିଥିବା ୪ ଜଣ ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ, ୩ ଜଣ ସେକ୍ସନ ଅଫିସର ଓ ୮ ଜଣ ରେଭିନ୍ୟୁ ଇନସପେକ୍ଟରଙ୍କୁ ବଦଳି କରାଯାଇଛି। ଡିସେମ୍ବର ୩୦ ତାରିଖରେ ଏନେଇ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଜାରି ହୋଇଛି। ଏହାସହ ଡିସେମ୍ବର ୩୧ ସୁଦ୍ଧା ଦାୟିତ୍ବରୁ ମୁକ୍ତ କରାଯାଇଛି। ତେବେ ସପ୍ତାହେ ଭିତରେ ଦାୟିତ୍ବ ହସ୍ତାନ୍ତର କରି ନୂଆ ସ୍ଥାନରେ ଯୋଗଦେବାକୁ ବିଜ୍ଞପ୍ତିରେ କୁହାଯାଇଛି।

ତହସିଲ ଅଫିସର କେତେକ କର୍ମଚାରୀ ୧୦ ବର୍ଷରୁ ଅଧିକ ସମୟ ଧରି ଏଠାରେ ରହି କାମ କରି ଆସୁଥିଲେ। ଗଲା କିଛି ବର୍ଷ ହେଲା ସେମାନଙ୍କ ମଧ୍ୟରୁ ୨ ଜଣ ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ, ଜଣେ ରେଭିନ୍ୟୁ ଇନସପେକ୍ଟର ଓ ଜଣେ ରେଭିନ୍ୟୁ ସୁପରଭାଇଜରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା। ସରକାରୀ ଜମିକୁ ବ୍ୟକ୍ତିଗତ ଲୋକଙ୍କ ନାଁରେ କରାଇଦେବା, ଗୋଚର ଜମିରେ ଜବରଦଖଲ କରିଥିବା ବ୍ୟକ୍ତିଙ୍କୁ ସୁରକ୍ଷା ଦେବା, ବାଲି ଓ ମାଟି ଚୋରଙ୍କ ସହ ସାଲିସ କରିବା ଭଳି ଅଭିଯୋଗମାନ ରହି ଆସିଥିଲା। ଏନେଇ ଭଦ୍ରକ ଜିଲାପାଳଙ୍କୁ ସ୍ଥାନୀୟ ଲୋକ ବାରମ୍ବାର ଜଣାଇଥିଲେ।

ନୂଆ ସରକାର ଆସିବା ପରେ ତହସିଲ କାର୍ୟ୍ୟାଳୟକୁ ସ୍ବଚ୍ଛ ଓ ଅଧିକ ପାରଦର୍ଶୀ କରିବାକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆହ୍ବାନ ଦେଇଥିଲେ। ଏହାପରେ ବହୁ ଦିନ ଧରି ରହି ଆସିଥିବା କର୍ମଚାରୀଙ୍କୁ ବଦଳି କରିବାକୁ ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅୁସାରେ ଭଦ୍ରକ ଜିଲାପାଳ ୧୪ ଜଣ କର୍ମଚାରୀଙ୍କୁ ଏବେ ବଦଳି କରିଛନ୍ତି।