ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ: ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ଅଫିସ ଦ୍ୱାରା ରାମକୃଷ୍ନ ବାଳାଶ୍ରମ, ବୀରନରଂସିହପୁର, ବୌଦ୍ଧ ଠାରେ ବିଶ୍ୱ ଶିଶୁ ସୁରକ୍ଷା ଦିବସ ଉପଲକ୍ଷେ ଶିଶୁଙ୍କ ସୁରକ୍ଷା ପାଇଁ ବିଭିନ୍ନ ଆଇନ ଯେମିତି ଶିଶୁ ଶ୍ରମ (ନିଷେଧ ନୟମାବଳୀ) ଅଧିନିୟମ ୧୯୮୬, ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷାଗତ ଅଧିକାର ଇତ୍ୟାଦି ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧର ସଚୀବ ସାସ୍ୱତି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୂ […]

ବୌଦ୍ଧ: ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ଅଫିସ ଦ୍ୱାରା ରାମକୃଷ୍ନ ବାଳାଶ୍ରମ, ବୀରନରଂସିହପୁର, ବୌଦ୍ଧ ଠାରେ ବିଶ୍ୱ ଶିଶୁ ସୁରକ୍ଷା ଦିବସ ଉପଲକ୍ଷେ ଶିଶୁଙ୍କ ସୁରକ୍ଷା ପାଇଁ ବିଭିନ୍ନ ଆଇନ ଯେମିତି ଶିଶୁ ଶ୍ରମ (ନିଷେଧ ନୟମାବଳୀ) ଅଧିନିୟମ ୧୯୮୬, ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷାଗତ ଅଧିକାର ଇତ୍ୟାଦି ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧର ସଚୀବ ସାସ୍ୱତି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୂ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ଶିଶୁ କଲ୍ୟାଣ କମିଟିର ଅଧକ୍ଷ ଦାମୋଦର ସାହୁ, ରାମକୃଷ୍ଣ ବାଳାଶ୍ରମର ସମ୍ପାଦକ ନବୀନ ଚରଣ ବଘାର ଆଦି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଶିଶୁଙ୍କୁ ତାଙ୍କର ସୁରକ୍ଷା ଉପରେ ଏବଂ ତାଙ୍କ ଉନ୍ନତି ପାଇଁ ସରକାରଙ୍କ ଦ୍ୱାରା ଗଠିତ ଥିବା ବିଭିନ୍ନ ଆଇନ ଉପରେ ସଚେତନ କରିବା।