ଜିଲ୍ଲା ପ୍ରଶାସନରେ ଆକ୍ସନ, ସିଲ୍ ହେଲା ଘରୋଇ ହସ୍ପିଟାଲ

ଚଣ୍ଡିଖୋଲ ୦୯।୦୪ : ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଘଟଣାରେ ଆକ୍ସନ । ସିଲ୍‌ ହେଲା ଘରୋଇ ହସ୍ପିଟାଲ । ଯାଜପୁର ଜିଲ୍ଲା ବଇରୀ ଥାନା ଛତିଆ ସ୍ଥିତ ଗୋପପୁର ଛକ ନିକଟରେ ଥିବା ରୋହିଣୀ ହସ୍ପିଟାଲକୁ ସିଲ୍‌ କରିଛି ଜିଲ୍ଲା ପ୍ରଶାସନ । ଖବର ଅନୁଯାୟୀ, ଏହି ହସ୍ପିଟାଲରେ କିଛି ଦିନ ପୂର୍ବରୁ ଜଣେ ମହିଳାଙ୍କର ଚିକିତ୍ସାଧୀନ ଅବସ୍ଥାରେ  ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ମହିଳାଙ୍କ ପରିବାର ଲୋକେ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କରିଥିଲେ । ଶେଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବୁଧବାର ଦିନ ସଂପୃକ୍ତ ଘରୋଇ ହସ୍ପିଟାଲକୁ ସିଲ୍‌ କରାଯାଇଛି । ଯାଜପୁର ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଓ ବଡ଼ଚଣା ମେଡିକାଲ ଅଫିସର ପହଞ୍ଚି ଘରୋଇ ହସ୍ପିଟାଲକୁ ସିଲ୍‌ କରିଛନ୍ତି । ଏହାସହିତ ଘରୋଇ ହସ୍ପିଟାଲରେ ଥିବା ରୋଗୀମାନଙ୍କୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।  

ଜିଲ୍ଲା ପ୍ରଶାସନରେ ଆକ୍ସନ, ସିଲ୍ ହେଲା ଘରୋଇ ହସ୍ପିଟାଲ

ଚଣ୍ଡିଖୋଲ ୦୯।୦୪ : ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଘଟଣାରେ ଆକ୍ସନ । ସିଲ୍‌ ହେଲା ଘରୋଇ ହସ୍ପିଟାଲ । ଯାଜପୁର ଜିଲ୍ଲା ବଇରୀ ଥାନା ଛତିଆ ସ୍ଥିତ ଗୋପପୁର ଛକ ନିକଟରେ ଥିବା ରୋହିଣୀ ହସ୍ପିଟାଲକୁ ସିଲ୍‌ କରିଛି ଜିଲ୍ଲା ପ୍ରଶାସନ । 

ଖବର ଅନୁଯାୟୀ, ଏହି ହସ୍ପିଟାଲରେ କିଛି ଦିନ ପୂର୍ବରୁ ଜଣେ ମହିଳାଙ୍କର ଚିକିତ୍ସାଧୀନ ଅବସ୍ଥାରେ  ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ମହିଳାଙ୍କ ପରିବାର ଲୋକେ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କରିଥିଲେ । ଶେଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବୁଧବାର ଦିନ ସଂପୃକ୍ତ ଘରୋଇ ହସ୍ପିଟାଲକୁ ସିଲ୍‌ କରାଯାଇଛି । ଯାଜପୁର ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଓ ବଡ଼ଚଣା ମେଡିକାଲ ଅଫିସର ପହଞ୍ଚି ଘରୋଇ ହସ୍ପିଟାଲକୁ ସିଲ୍‌ କରିଛନ୍ତି । ଏହାସହିତ ଘରୋଇ ହସ୍ପିଟାଲରେ ଥିବା ରୋଗୀମାନଙ୍କୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।