ଜିଲ୍ଲା ପ୍ରଶିକ୍ଷକ ସଂଘ ବୈଠକ

ପାଟଣା: କେନ୍ଦୁଝର ଜିଲ୍ଲା ପ୍ରଶିକ୍ଷକ ସଂଘର ପରିବର୍ଦ୍ଧିତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ନିମନ୍ତେ ଆବାହକ କୃଷ୍ଣଚନ୍ଦ୍ର ବାରିକଙ୍କ ଆହ୍ବାନ କ୍ରମେ ମୁକୁନ୍ଦପୁର ପାଟଣା ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ବୈଠକ ଆଜି ଅନୁଷ୍ଠିତ ହୋଇଛି। ମା ତାରିଣୀଙ୍କୁ ଦର୍ଶନ କରି ପୂର୍ବ ବୈଠକର ବିବରଣୀ ପଠନ ସହ ସର୍ବସମ୍ମତି କ୍ରମେ ଏହା ଗୃହୀତ କରାଯାଇ ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା କରାଯାଇଥିଲା। ବରିଷ୍ଠ ପ୍ରଶିକ୍ଷକ ଶିବନାଥ ପ୍ରଧାନ, ଭରତ ଚନ୍ଦ୍ର ସାହୁ, ବିନୋଦ ବିହାରୀ ମହାପାତ୍ର […]

ଜିଲ୍ଲା ପ୍ରଶିକ୍ଷକ ସଂଘ ବୈଠକ

ପାଟଣା: କେନ୍ଦୁଝର ଜିଲ୍ଲା ପ୍ରଶିକ୍ଷକ ସଂଘର ପରିବର୍ଦ୍ଧିତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ନିମନ୍ତେ ଆବାହକ କୃଷ୍ଣଚନ୍ଦ୍ର ବାରିକଙ୍କ ଆହ୍ବାନ କ୍ରମେ ମୁକୁନ୍ଦପୁର ପାଟଣା ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ବୈଠକ ଆଜି ଅନୁଷ୍ଠିତ ହୋଇଛି। ମା ତାରିଣୀଙ୍କୁ ଦର୍ଶନ କରି ପୂର୍ବ ବୈଠକର ବିବରଣୀ ପଠନ ସହ ସର୍ବସମ୍ମତି କ୍ରମେ ଏହା ଗୃହୀତ କରାଯାଇ ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା କରାଯାଇଥିଲା। ବରିଷ୍ଠ ପ୍ରଶିକ୍ଷକ ଶିବନାଥ ପ୍ରଧାନ, ଭରତ ଚନ୍ଦ୍ର ସାହୁ, ବିନୋଦ ବିହାରୀ ମହାପାତ୍ର ପ୍ରମୁଖ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ତ୍ରୈମାସିକ ସଭା, ସଭ୍ୟ ଚାନ୍ଦା ,ଏକତା ଏବଂ ବିଶେଷ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ତଥା ପ୍ରଶିକ୍ଷକଙ୍କ ସ୍ଵୀକୃତି ସମ୍ବନ୍ଧରେ ନିବେଦନ ନିମନ୍ତେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ କରାଗଲା।