ଜିଲ୍ଲା ମୁଖ୍ୟ କାରାଗାରରୁ ୨ଜଣ କଏଦୀ ଫେରାର ଘଟଣା, ସସପେଣ୍ଡ୍ ହେଲେ ଜେଲ୍ର ଚିଫ୍ ୱାର୍ଡର
କଳାହାଣ୍ଡି: ଭବାନୀପାଟଣା ଜିଲ୍ଲା କାରାଗାରରୁ ଦୁଇ କଏଦୀ ଫେରାର ଘଟଣା। ଜେଲ୍ର ଚିଫ୍ ୱାର୍ଡର ନୈମେଶ କୁମାର ପଣ୍ଡା ସସପେଣ୍ଡ । କାର୍ଯ୍ୟରେ ଅବହେଳା କରିଥିବା ନେଇ ତାଙ୍କୁ ସସପେଣ୍ଡ କରିଛନ୍ତି ଜେଲ କର୍ତ୍ତୃପକ୍ଷ । ଏ ନେଇ ସୂଚନା ଦେଲେ ଜେଲ ସୁପରିଟେଣ୍ଡେଣ୍ଟ ।ସୂଚନାଥାଉକି, ରବିବାର ସକାଳୁ ବଗିଚା କାମ କରୁଥିବା ସମୟରେ ସମସ୍ତଙ୍କୁ ଚକମା ଦେଇ ଦୁଇ ଜଣ ଫେରାର ହୋଇଯାଇଥିଲେ । ତେବେ ଜଣେ କଏଦୀ ସିକନ୍ଦର ଜାଲକୁ ଧର୍ମଗଡ଼ରୁ କାବୁ କରିବାରେ ସଫଳ ହୋଇଥିଲେ ଜେଲ୍ କର୍ତ୍ତୃପକ୍ଷ । ଗିରଫ ପରେ ସିକନ୍ଦରକୁ ଭବାନୀପାଟଣା ଟାଉନ ଥାନାକୁ ପଠାଇ ଦିଆଯାଇଛି । ଏବେବି ଫେରାର ଥିବା ନୀଳମଣି ବିଭାରକୁ ବିଭିନ୍ନ ସ୍ଥାନରେ ଖୋଜୁଛି ପୋଲିସ ।ସେପଟେ ଦୁଇ କଏଦୀ ଫେରାର ସମୟର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଆଛ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛନ୍ତି କୋରାପୁଟ ସର୍କଲର ସିନିୟର ସୁପରିଟେଣ୍ଡଣ୍ଟ ମନୋଜ ପ୍ରତିହାରୀ । ଏଥିସହ ଆଇଆଇସି ଓ ଏସଡିପିଓ ମଧ୍ୟ ଜେଲ୍କୁ ଯାଇ ସିସିଟିଭିର ଅନୁଧ୍ୟାନ କରିଛନ୍ତି ।
କଳାହାଣ୍ଡି: ଭବାନୀପାଟଣା ଜିଲ୍ଲା କାରାଗାରରୁ ଦୁଇ କଏଦୀ ଫେରାର ଘଟଣା। ଜେଲ୍ର ଚିଫ୍ ୱାର୍ଡର ନୈମେଶ କୁମାର ପଣ୍ଡା ସସପେଣ୍ଡ । କାର୍ଯ୍ୟରେ ଅବହେଳା କରିଥିବା ନେଇ ତାଙ୍କୁ ସସପେଣ୍ଡ କରିଛନ୍ତି ଜେଲ କର୍ତ୍ତୃପକ୍ଷ । ଏ ନେଇ ସୂଚନା ଦେଲେ ଜେଲ ସୁପରିଟେଣ୍ଡେଣ୍ଟ ।
ସୂଚନାଥାଉକି, ରବିବାର ସକାଳୁ ବଗିଚା କାମ କରୁଥିବା ସମୟରେ ସମସ୍ତଙ୍କୁ ଚକମା ଦେଇ ଦୁଇ ଜଣ ଫେରାର ହୋଇଯାଇଥିଲେ । ତେବେ ଜଣେ କଏଦୀ ସିକନ୍ଦର ଜାଲକୁ ଧର୍ମଗଡ଼ରୁ କାବୁ କରିବାରେ ସଫଳ ହୋଇଥିଲେ ଜେଲ୍ କର୍ତ୍ତୃପକ୍ଷ । ଗିରଫ ପରେ ସିକନ୍ଦରକୁ ଭବାନୀପାଟଣା ଟାଉନ ଥାନାକୁ ପଠାଇ ଦିଆଯାଇଛି । ଏବେବି ଫେରାର ଥିବା ନୀଳମଣି ବିଭାରକୁ ବିଭିନ୍ନ ସ୍ଥାନରେ ଖୋଜୁଛି ପୋଲିସ ।
ସେପଟେ ଦୁଇ କଏଦୀ ଫେରାର ସମୟର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଆଛ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛନ୍ତି କୋରାପୁଟ ସର୍କଲର ସିନିୟର ସୁପରିଟେଣ୍ଡଣ୍ଟ ମନୋଜ ପ୍ରତିହାରୀ । ଏଥିସହ ଆଇଆଇସି ଓ ଏସଡିପିଓ ମଧ୍ୟ ଜେଲ୍କୁ ଯାଇ ସିସିଟିଭିର ଅନୁଧ୍ୟାନ କରିଛନ୍ତି ।