ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ
ସମ୍ବଲପୁର:ଆଜି ସମ୍ବଲପୁରର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲାସ୍ତରୀୟ ଯୁବା ଉତ୍ସବ ନିମନ୍ତେ ପ୍ରସ୍ତୁତି କମିଟି ବୈଠକ କାର୍ଯ୍ୟାଳୟ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସଭାରେ, ଆସନ୍ତା ୧୨ ଡିସେମ୍ବର ୨୦୨୪ରେ ନେତାଜୀ ସୁବାଶ୍ ଚନ୍ଦ୍ର ବୋଷ ମହାବିଦ୍ୟାଳୟ ଠାରେ ଆୟୋଜିତ ହେବାକୁ ଯାଉଥିବା ଉତ୍ସବ ପାଇଁ ବିଭିନ୍ନ ପ୍ରସ୍ତୁତିକାର୍ଯ୍ୟ ସମୀକ୍ଷା କରାଯାଇଛି। ଏହି ଉତ୍ସବକୁ “ଯୁବ ଶକ୍ତି ସେ ଜନ ଭାଗୀଦାରୀ” ପ୍ରସଙ୍ଗ ରେ ଆୟୋଜନ […] The post ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ appeared first on Odisha.News.

ସମ୍ବଲପୁର:ଆଜି ସମ୍ବଲପୁରର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲାସ୍ତରୀୟ ଯୁବା ଉତ୍ସବ ନିମନ୍ତେ ପ୍ରସ୍ତୁତି କମିଟି ବୈଠକ କାର୍ଯ୍ୟାଳୟ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସଭାରେ, ଆସନ୍ତା ୧୨ ଡିସେମ୍ବର ୨୦୨୪ରେ ନେତାଜୀ ସୁବାଶ୍ ଚନ୍ଦ୍ର ବୋଷ ମହାବିଦ୍ୟାଳୟ ଠାରେ ଆୟୋଜିତ ହେବାକୁ ଯାଉଥିବା ଉତ୍ସବ ପାଇଁ ବିଭିନ୍ନ ପ୍ରସ୍ତୁତିକାର୍ଯ୍ୟ ସମୀକ୍ଷା କରାଯାଇଛି। ଏହି ଉତ୍ସବକୁ “ଯୁବ ଶକ୍ତି ସେ ଜନ ଭାଗୀଦାରୀ” ପ୍ରସଙ୍ଗ ରେ ଆୟୋଜନ କରାଯିବ।
ଏହି ଉତ୍ସବର ଉଦ୍ଦେଶ୍ୟ ହେଉଛି ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଭାରତର ସାଂସ୍କୃତିକ ଉତ୍ସବକୁ ପ୍ରଚାର କରିବା, ମୁକ୍ତି ସଂଗ୍ରାମର ମୂଲ୍ୟବୋଧ ଓ ଭାରତର ଉନ୍ନତିକୁ ଆଗକୁ ଆଣିବା। ଉତ୍ସବରେ ଚିତ୍ରକଳା, କବିତା ରଚନା, ମୋବାଇଲ ଫୋଟୋଗ୍ରାଫି, ଅଭିଭାଷଣ, ଲୋକ/ପ୍ରାଚୀନ ନୃତ୍ୟ ଓ ବିଜ୍ଞାନ ମେଳା ଆଦି ପ୍ରତିଯୋଗିତା ର ଆୟୋଜନ କରାଯିବ। ଜିଲ୍ଲାର ସମସ୍ତ ୧୫-୨୯ ବୟସର ଯୁବ ଯୁବତୀ ମାନେ ଏହି ଉତ୍ସବରେ ଅଂଶଗ୍ରହଣ ପାଇଁ ନଭେମ୍ବର ୩୦, ୨୦୨୪ ପୂର୍ବରୁ ଆବେଦନ କରିପାରିବେ। ପ୍ରତି ପ୍ରତିଯୋଗିତାର ବିଜୟୀ ରାଜ୍ୟ ଓ ଜାତୀୟ ସ୍ତରରେ ଅଂଶଗ୍ରହଣ କରିବେ। ଏବଂ ଏହା ସହିତ ଫିଟ୍ ଇଣ୍ଡିଆ ଆଣ୍ଡ ଗେମ୍ସ, ମିଲେଟ୍ ମିସନ୍, ନାନୋ ୟୁରିଆ ସଚେତନତା, ୫ଜି ଟେକ୍ନୋଲୋଜି, ସ୍କିଲ୍ ଡେଭଲପମେଣ୍ଟ ଭଳି ପ୍ରସଙ୍ଗ ଉପରେ ମଧ୍ୟ ଷ୍ଟଲ ପ୍ରତିଷ୍ଠା କରାଯିବ |ସଭାରେ ପ୍ରତ୍ୟେକ ପ୍ରତିଯୋଗିତା ପାଇଁ ବିଚାରକମାନଙ୍କ ନାମ ପ୍ରସ୍ତାବିତ ହୋଇଥିଲା। ଶିକ୍ଷା ପ୍ରତିଷ୍ଠାନ ଓ ଯୁବ ସଂଗଠନଗୁଡ଼ିକୁ ଉଚିତ ରେଜିଷ୍ଟ୍ରେସନ ଫର୍ମ ମାଧ୍ୟମରେ ପ୍ରତିଯୋଗିମାନଙ୍କର ତାଲିକା ଦାଖଲ କରିବାକୁ ଅନୁରୋଧ ଜଣାଇଛନ୍ତି। ଉକ୍ତ ବୈଠକ ରେ ମାରୀୟାନୁସ ବିଲୁଙ୍ଗଜିଲ୍ଲା କ୍ରୀଡା ଅଧିକାରୀ , ନେହରୁ ଯୁବ କେନ୍ଦ୍ର ,ଶାନ୍ତନୁ ପଧାନ ଡିପିଓ ଏନଏସଏସ ,ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।
The post ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ appeared first on Odisha.News.