ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
ସମ୍ବଲପୁର:ଆଜି ଅପରାହ୍ନ ୫ଟାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କକ୍ଷରେ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ (ଜେନେରାଲ) ଶ୍ରୀ ସୁଚାରୁ କୁମାର ବଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାସ୍ତରୀୟ କମିଟି ଗଠନ, ସ୍ଥାନ ଚୟନ, ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବର ବ୍ୟାପକ ପ୍ରକାଶନ, ବିଚାରପତି ଚୟନ ଓ ପାରିଶ୍ରମିକ, ବିଜେତାଙ୍କୁ ପୁରସ୍କାର ନିର୍ଦ୍ଧାରଣ ଉପରେ ଆଲୋଚନା ହୋଇ ଥିଲା । ଡିସେମ୍ବର ୧୩ ତାରିଖରେ ତପସ୍ୱାନୀ ହଲରେ […] The post ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ appeared first on Odisha.News.

ସମ୍ବଲପୁର:ଆଜି ଅପରାହ୍ନ ୫ଟାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କକ୍ଷରେ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ (ଜେନେରାଲ) ଶ୍ରୀ ସୁଚାରୁ କୁମାର ବଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
ଜିଲ୍ଲାସ୍ତରୀୟ କମିଟି ଗଠନ, ସ୍ଥାନ ଚୟନ, ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବର ବ୍ୟାପକ ପ୍ରକାଶନ, ବିଚାରପତି ଚୟନ ଓ ପାରିଶ୍ରମିକ, ବିଜେତାଙ୍କୁ ପୁରସ୍କାର ନିର୍ଦ୍ଧାରଣ ଉପରେ ଆଲୋଚନା ହୋଇ ଥିଲା । ଡିସେମ୍ବର ୧୩ ତାରିଖରେ ତପସ୍ୱାନୀ ହଲରେ ଯୁବ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ସ୍ଥିର କରା ଗଲା । ଏହି କାର୍ଯ୍ୟକ୍ରମରେ ଦଳଗତ ଲୋକନୃତ୍ୟ , ଲୋକ ସଙ୍ଗୀତ , ଏକାକୀ ଲୋକନୃତ୍ୟ, ଲୋକ ସଙ୍ଗୀତ, ପଦ୍ୟ (ହିନ୍ଦୀ /ଇଂରାଜୀ ), ଗଳ୍ପ ଲିଖନ (ହିନ୍ଦୀ /ଇଂରାଜୀ ),ଚିତ୍ରକଳା ଓ ଔପଚାରିକ ବକ୍ତୃତା (ହିନ୍ଦୀ /ଇଂରାଜୀ ) ପ୍ରତିଯୋଗିତା ହେବ । 15 ରୁ 29 ବୟସ ଯୁବ ଏହି ପ୍ରତିଯୋଗିତା ରେ ଭାଗ ନେଇ ପାରିବେ ।
ଉପରୋକ୍ତ ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ଉପଜିଲ୍ଲାପାଳ ସଦର ଡ. ପୁଷ୍ପାଞ୍ଜଳି ପଣ୍ଡା, ବ୍ଲକ ଉନ୍ନୟନ ଅଧିକାରୀ ଯୁଜୁମୁରା ଶ୍ରୀ ବିଜୟ କୁମାର ସୋଏ , ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ସତ୍ୟନାରାୟଣ ତାଣ୍ଡି , ବ୍ଲକ ଉନ୍ନୟନ ଅଧିକାରୀ ମାମୁନି ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ
The post ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ appeared first on Odisha.News.