ଜୀବନ ନେଇଥାନ୍ତା ମୋବାଇଲ ଗେମ୍ ! ମୋବାଇଲ ଗେମ୍ ପାଇଁ ଆତ୍ମହତ୍ୟା ଉଦ୍ୟମ । ଅଳ୍ପକେ ବର୍ତ୍ତିଲେ ଅନୁଗୁଳର ଯୁବକ

କନକ ବ୍ୟୁରୋ: ମୋବାଇଲ୍ ଗେମ୍ ପାଇଁ ନିଜ ବେକ ନିଜେ କାଟି ଗୁରୁୁତର ଭାବେ ଆହତ ହୋଇଛନ୍ତି ଯୁବକ । ଅନୁଗୁଳ ଜରପଡ଼ା ଥାନା ଅଞ୍ଚଳର ଜଣେ ଯୁବକ ଦୀର୍ଘ ଦିନ ହେଲା ଅନଲାଇନ୍ ଗେମ୍ ଖେଳୁଥିଲେ । ଗେମରେ ବାରମ୍ବାର ହାରିଯିବା ପରେ ନିଜର ମାନସିକ ସ୍ଥିତି ହରାଇ ଧାର୍ରୁଆ ଅସ୍ତ୍ରରେ ନିଜ ବେକ କାଟି ଦେଇଥିବା ଅଭିଯୋଗ ହୋଇଛି । ତେବେ କେବଳ ଗେମ୍ ଖେଳୁଥିଲେ ନା’ ଏଥିରେ ଆର୍ଥିକ ଦେଣନେଣ କରୁଥିଲେ ତାହା […] The post ଜୀବନ ନେଇଥାନ୍ତା ମୋବାଇଲ ଗେମ୍ ! ମୋବାଇଲ ଗେମ୍ ପାଇଁ ଆତ୍ମହତ୍ୟା ଉଦ୍ୟମ । ଅଳ୍ପକେ ବର୍ତ୍ତିଲେ ଅନୁଗୁଳର ଯୁବକ first appeared on Kanak News.

ଜୀବନ ନେଇଥାନ୍ତା ମୋବାଇଲ ଗେମ୍ ! ମୋବାଇଲ ଗେମ୍ ପାଇଁ ଆତ୍ମହତ୍ୟା ଉଦ୍ୟମ । ଅଳ୍ପକେ ବର୍ତ୍ତିଲେ ଅନୁଗୁଳର ଯୁବକ

କନକ ବ୍ୟୁରୋ: ମୋବାଇଲ୍ ଗେମ୍ ପାଇଁ ନିଜ ବେକ ନିଜେ କାଟି ଗୁରୁୁତର ଭାବେ ଆହତ ହୋଇଛନ୍ତି ଯୁବକ । ଅନୁଗୁଳ ଜରପଡ଼ା ଥାନା ଅଞ୍ଚଳର ଜଣେ ଯୁବକ ଦୀର୍ଘ ଦିନ ହେଲା ଅନଲାଇନ୍ ଗେମ୍ ଖେଳୁଥିଲେ । ଗେମରେ ବାରମ୍ବାର ହାରିଯିବା ପରେ ନିଜର ମାନସିକ ସ୍ଥିତି ହରାଇ ଧାର୍ରୁଆ ଅସ୍ତ୍ରରେ ନିଜ ବେକ କାଟି ଦେଇଥିବା ଅଭିଯୋଗ ହୋଇଛି । ତେବେ କେବଳ ଗେମ୍ ଖେଳୁଥିଲେ ନା’ ଏଥିରେ ଆର୍ଥିକ ଦେଣନେଣ କରୁଥିଲେ ତାହା ସ୍ପଷ୍ଟ ହୋଇନାହିଁ

  • ଧନହାନୀ ପ୍ରାଣ ପୀଡ଼ା ମୋବାଇଲ୍ ଗେମ୍ !
  • ମିଳିବ ଯେତେ ହରାଇବ ତାଠୁ ଅଧିକ?

ସ୍ମାର୍ଟ ଫୋନ୍ର ବ୍ୟବହାର ବଢ଼ିବା ସହ ଶସ୍ତା ଓ ସୁବିଧାରେ ମିଳୁଥିବା ଇଣ୍ଟରନେଟ୍ ଯୋଗୁଁ ମୋବାଇଲରେ ଗେମ୍ ଖେଳିବା ବଢ଼ିଯାଇଛି । ଯେଉଁଥିରେ ସବୁବର୍ଗର ଲୋକେ ଆକର୍ଷିତ ହେଉଛନ୍ତି । ହେଲେ ଘଣ୍ଟା ଘଣ୍ଟା ଧରି ମୋବାଇଲ୍ରେ ଗେମ୍ ଖେଳିବା କେତେ କ୍ଷତିକାରକ ନଜର ପକାନ୍ତୁ….

  1. ମୋବାଇଲ୍ ଗେମ୍ ପ୍ରତି ଅତ୍ୟନ୍ତ ଆସକ୍ତିଭାବ ଜଣଙ୍କର ଦୃଷ୍ଟି ଶକ୍ତି ଉପରେ ପ୍ରଭାବ ପକାଇପାରେ
  2. ଘଣ୍ଟ ଘଣ୍ଟା ଧରି ଗେମ୍ ଖେଳିବା ଦ୍ୱାରା ସୃଜନଶୀଳତା ପ୍ରଭାବିତ ହୋଇପାରେ
  3. କ୍ରମାଗତ ମୋବାଇଲ ଦେଖିବା ଦ୍ୱାରା ମାନସିକ ଓ ଶାରିରୀକ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ
  4. ଗେମ୍ ପ୍ରତି ଥିବା ଆଶକ୍ତି ଆପଣା ଲୋକଙ୍କଠାରୁ ଦୂରେଇ ଦେବାର ସମ୍ଭାବନା ରହିଛି
  5. ନିଦ୍ରାହୀନତା, ଚାପ, ଅବସାଦ ଆଦି ସମସ୍ୟାକୁ ଡାକି ଆଣିବାର ଆଶଙ୍କା ରହିଛି
  6. ଅଜଣା ଗେମ୍ ଡାଉନଲୋଡ୍ ଫଳରେ ମୋବାଇଲରେ ଭାଇରସ୍ ପ୍ରବେଶର ଆଶଙ୍କା ରହିଛି

The post ଜୀବନ ନେଇଥାନ୍ତା ମୋବାଇଲ ଗେମ୍ ! ମୋବାଇଲ ଗେମ୍ ପାଇଁ ଆତ୍ମହତ୍ୟା ଉଦ୍ୟମ । ଅଳ୍ପକେ ବର୍ତ୍ତିଲେ ଅନୁଗୁଳର ଯୁବକ first appeared on Kanak News.