ଜୀବନ ହାରିଲେ ବିଜେପି ମହିଳା ନେତ୍ରୀ, ଘରୁ ମିଳିଲା ମୃତଦେହ

ମୁମ୍ଵାଇ ୦୩।୧୨; ଗୁଜରାଟର ସୁରଟରେ ଜଣେ ବିଜେପି ନେତ୍ରୀ ଆତ୍ମହତ୍ୟା କରିଛନ୍ତି। ଦୀପିକା ପଟେଲ ସୁରଟର ୱାର୍ଡର ନମ୍ବର ୩୦ରେ ବିଜେପି ମହିଳା ମୋର୍ଚ୍ଚା ପାଇଁ କାମ କରୁଥିଲେ। ଦୀପିକାଙ୍କ ସ୍ୱାମୀ ତାଙ୍କର ୩ ଜଣ ଛୋଟ ପିଲା ମଧ୍ୟ ରହିଛନ୍ତି। ଏନେଇ ପୋଲିସ୍‌ ଏକ ମାମଲା ରୁଜୁ କରିଛି। ପୋଲିସ୍‌ ଅଧିକାରୀ କହିଛନ୍ତି, “ଦୀପିକା ରବିବାର ତାଙ୍କ ଘରେ ଆତ୍ମହତ୍ୟା କରିଥିଲେ। ସ୍ଥାନୀୟ କର୍ପୋରେଟର ଓ ଦୀପିକାଙ୍କ ପରିବାର ଲୋକ ତାଙ୍କୁ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଫରେନ୍ସି ଟିମ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିଥିବା ବେଳେ ଏଯାଏ କୌଣସି ପ୍ରକାରର ସୁଇସାଇଡାଲ ନୋଟ ମିଳି ନାହିଁ। ବର୍ତ୍ତମାନ ତାଙ୍କର କଲ ରେକର୍ଡକୁ ମଧ୍ୟ ଯାଞ୍ଚ କରାଯାଉଛି।ପୋଲିସ୍‌ ଦୀପିକାଙ୍କ ସ୍ୱାମୀ, ପିଲା ଓ ପରିବାର ଲୋକଙ୍କ ସହ କଥା ହୋଇଛି। ହେଲେ ସେମାନେ କାହା ଉପରେ ବି ସନ୍ଦେହ ପ୍ରକାଶ କରିନାହାନ୍ତି। କିନ୍ତୁ ପୋଲିସ୍ ଘଟଣାକୁ ସବୁ ଦିଗରୁ ତଦନ୍ତ ଆରମ୍ଭ କରିଛି।

ଜୀବନ ହାରିଲେ ବିଜେପି ମହିଳା ନେତ୍ରୀ, ଘରୁ ମିଳିଲା ମୃତଦେହ

ମୁମ୍ଵାଇ ୦୩।୧୨; ଗୁଜରାଟର ସୁରଟରେ ଜଣେ ବିଜେପି ନେତ୍ରୀ ଆତ୍ମହତ୍ୟା କରିଛନ୍ତି। ଦୀପିକା ପଟେଲ ସୁରଟର ୱାର୍ଡର ନମ୍ବର ୩୦ରେ ବିଜେପି ମହିଳା ମୋର୍ଚ୍ଚା ପାଇଁ କାମ କରୁଥିଲେ। ଦୀପିକାଙ୍କ ସ୍ୱାମୀ ତାଙ୍କର ୩ ଜଣ ଛୋଟ ପିଲା ମଧ୍ୟ ରହିଛନ୍ତି। ଏନେଇ ପୋଲିସ୍‌ ଏକ ମାମଲା ରୁଜୁ କରିଛି। 

ପୋଲିସ୍‌ ଅଧିକାରୀ କହିଛନ୍ତି, “ଦୀପିକା ରବିବାର ତାଙ୍କ ଘରେ ଆତ୍ମହତ୍ୟା କରିଥିଲେ। ସ୍ଥାନୀୟ କର୍ପୋରେଟର ଓ ଦୀପିକାଙ୍କ ପରିବାର ଲୋକ ତାଙ୍କୁ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଫରେନ୍ସି ଟିମ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିଥିବା ବେଳେ ଏଯାଏ କୌଣସି ପ୍ରକାରର ସୁଇସାଇଡାଲ ନୋଟ ମିଳି ନାହିଁ। ବର୍ତ୍ତମାନ ତାଙ୍କର କଲ ରେକର୍ଡକୁ ମଧ୍ୟ ଯାଞ୍ଚ କରାଯାଉଛି।

ପୋଲିସ୍‌ ଦୀପିକାଙ୍କ ସ୍ୱାମୀ, ପିଲା ଓ ପରିବାର ଲୋକଙ୍କ ସହ କଥା ହୋଇଛି। ହେଲେ ସେମାନେ କାହା ଉପରେ ବି ସନ୍ଦେହ ପ୍ରକାଶ କରିନାହାନ୍ତି। କିନ୍ତୁ ପୋଲିସ୍ ଘଟଣାକୁ ସବୁ ଦିଗରୁ ତଦନ୍ତ ଆରମ୍ଭ କରିଛି।