ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ମୁଲଚାଲବେଳେ ମାଡିବସିଲା ବନବିଭାଗ

ନବରଙ୍ଗପୁର,୩।୯(ସଦାଶିବ ପ୍ରହରାଜ): ନବରଙ୍ଗପୁର କୋଡଙ୍ଗା ବନାଞ୍ଚଳ ଅଧନସ୍ଥ ବାଗିନୀ ଗ୍ରାମ ନିକଟରେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏହାସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ କୋଷାଗୁମୁଡା ବ୍ଲକର ଜୁନାପାଣି ଗ୍ରାମର କମଳ ସିଂ ଗୌଡ଼। ବଜ୍ରକାପ୍ତାର ଓଜନ ପ୍ରାୟ ୮.୯୭୦ କିଲୋଗ୍ରାମ। ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରାଙ୍କ ନିର୍ଦ୍ଦେଶରେ କୋଡିଙ୍ଗା ବନାଞ୍ଚଳ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ନନ୍ଦ, ବନପାଳ ପ୍ରଭାତ ବିଷୋଇ, ବନରକ୍ଷୀ ଉମାଶଙ୍କର ପାଣିଗ୍ରୀ ଓ ଦୀପକ ପ୍ରଧାନ କୋଡିଙ୍ଗା […] The post ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ମୁଲଚାଲବେଳେ ମାଡିବସିଲା ବନବିଭାଗ appeared first on Dharitri Odia News.

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ମୁଲଚାଲବେଳେ ମାଡିବସିଲା ବନବିଭାଗ

ନବରଙ୍ଗପୁର,୩।୯(ସଦାଶିବ ପ୍ରହରାଜ): ନବରଙ୍ଗପୁର କୋଡଙ୍ଗା ବନାଞ୍ଚଳ ଅଧନସ୍ଥ ବାଗିନୀ ଗ୍ରାମ ନିକଟରେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏହାସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ କୋଷାଗୁମୁଡା ବ୍ଲକର ଜୁନାପାଣି ଗ୍ରାମର କମଳ ସିଂ ଗୌଡ଼। ବଜ୍ରକାପ୍ତାର ଓଜନ ପ୍ରାୟ ୮.୯୭୦ କିଲୋଗ୍ରାମ।

ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରାଙ୍କ ନିର୍ଦ୍ଦେଶରେ କୋଡିଙ୍ଗା ବନାଞ୍ଚଳ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ନନ୍ଦ, ବନପାଳ ପ୍ରଭାତ ବିଷୋଇ, ବନରକ୍ଷୀ ଉମାଶଙ୍କର ପାଣିଗ୍ରୀ ଓ ଦୀପକ ପ୍ରଧାନ କୋଡିଙ୍ଗା ବନାଞ୍ଚଳର ପାରା ଷ୍ଟାଫ ଏବଂ ବନଖଣ୍ଡ ଅଧିକାରୀ ଗଠନ କରିଥିବା ଏକ ସତନ୍ତ୍ର ଟିମ ଗତକାଲି ରାତିରୁ ବିଶେଷ ସୂତ୍ରରୁ ଖବର ପାଇ ଜଗିଥିଲେ। ମଙ୍ଗଳବାର ସକାଳ ପ୍ରାୟ ୭ଟାରେ ସମୟରେ ବଜ୍ରକାପ୍ତା ବିକ୍ରି ପାଇଁ ମୂଲଚାଲ ସମୟରେ ଅଭିଯୁକ୍ତଙ୍କୁ ଧରିବାକୁ ସକ୍ଷମ ହେଇଥିଲେ। ଅଭିଯୁକ୍ତଙ୍କଠାରୁ ଏକ ଜୀବନ୍ତ ବଜ୍ରକାପ୍ତା ସହିତ ଗୋଟିଏ ମୋଟର ସାଇକେଲ ଏବଂ ଏକ ମୋବାଇଲ ଫୋନ ଜବତ କରାଯାଇଛି।

The post ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ମୁଲଚାଲବେଳେ ମାଡିବସିଲା ବନବିଭାଗ appeared first on Dharitri Odia News.