ଜୁଡ଼ିଆ ଘାଟିରେ ଓଲଟିଲା ତୁଳା ବୋଝଇ ଟ୍ରକ୍, ଚାଳକ ସାମାନ୍ୟ ଆହତ

କେନ୍ଦୁଝର ୧୨।୪: କେନ୍ଦୁଝର ଜୁଡ଼ିଆ ଘାଟିରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ତୁଳା ବୋଝଇ ଟ୍ରକ୍ । ଟ୍ରକ୍‌ଟିର ଚାଳକ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳ ପ୍ରାୟ ୧୦ଟା ସମୟରେ ଏକ ତୁଳା ବୋଝଇ ଟ୍ରକ୍ ତାଳଚେର ଠାରୁ ୪୯ ନମ୍ବର ଜାତୀୟ ରାଜପଥ ଦେଇ କଲିକତା ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି । ଜୁଡ଼ିଆ ଘାଟି ଠାରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଟ୍ରକ୍‌ଟି ଓଲଟି ପଡିଥିଲା । ଟ୍ରକ୍‌ଟିର ଚାଳକ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଫଳରେ ରାଜପଥର ଗୋଟିଏ ପଟ ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅନେକ କସରତ ପରେ ଗୋଟିଏ ପଟ ରାସ୍ତାରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି । ରାସ୍ତାରେ ପଡ଼ିଥିବା ଟ୍ରକ୍‌ଟିକୁ ରାସ୍ତାରୁ ହଟାଇବା ପାଇଁ ପ୍ରୟାସ ଜାରି ରହିଛି । ରାଜପଥର ଏହି ନିର୍ଦ୍ଦିଷ୍ଟ ସ୍ଥାନରେ ବାରମ୍ବାର ଗାଡି ଦୁର୍ଘଟଣା ଘଟୁଥିବାରୁ ରାସ୍ତା ନିର୍ମାଣରେ କେଉଁଠି ନା କେଉଁଠି ତ୍ରୁଟି ରହିଥିବା କାରଣରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି ।You Can Read:ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ CEOଙ୍କ ନିକଟରେ ଫେରାଦ ହେଲା ବିଜେଡି

ଜୁଡ଼ିଆ ଘାଟିରେ ଓଲଟିଲା ତୁଳା ବୋଝଇ ଟ୍ରକ୍, ଚାଳକ ସାମାନ୍ୟ ଆହତ

କେନ୍ଦୁଝର ୧୨।୪: କେନ୍ଦୁଝର ଜୁଡ଼ିଆ ଘାଟିରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ତୁଳା ବୋଝଇ ଟ୍ରକ୍ । ଟ୍ରକ୍‌ଟିର ଚାଳକ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳ ପ୍ରାୟ ୧୦ଟା ସମୟରେ ଏକ ତୁଳା ବୋଝଇ ଟ୍ରକ୍ ତାଳଚେର ଠାରୁ ୪୯ ନମ୍ବର ଜାତୀୟ ରାଜପଥ ଦେଇ କଲିକତା ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି । ଜୁଡ଼ିଆ ଘାଟି ଠାରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଟ୍ରକ୍‌ଟି ଓଲଟି ପଡିଥିଲା । ଟ୍ରକ୍‌ଟିର ଚାଳକ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଫଳରେ ରାଜପଥର ଗୋଟିଏ ପଟ ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅନେକ କସରତ ପରେ ଗୋଟିଏ ପଟ ରାସ୍ତାରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି । ରାସ୍ତାରେ ପଡ଼ିଥିବା ଟ୍ରକ୍‌ଟିକୁ ରାସ୍ତାରୁ ହଟାଇବା ପାଇଁ ପ୍ରୟାସ ଜାରି ରହିଛି । ରାଜପଥର ଏହି ନିର୍ଦ୍ଦିଷ୍ଟ ସ୍ଥାନରେ ବାରମ୍ବାର ଗାଡି ଦୁର୍ଘଟଣା ଘଟୁଥିବାରୁ ରାସ୍ତା ନିର୍ମାଣରେ କେଉଁଠି ନା କେଉଁଠି ତ୍ରୁଟି ରହିଥିବା କାରଣରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି ।

You Can Read:

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ CEOଙ୍କ ନିକଟରେ ଫେରାଦ ହେଲା ବିଜେଡି