ଜୁନ ୨୩ରେ ହେବ ପଞ୍ଚାୟତ ଉପନିର୍ବାଚନ
ଭୁବନେଶ୍ଵର: ପଞ୍ଚାୟତ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ୪୩ ସରପଞ୍ଚ, ୨୭୨ ୱାର୍ଡ ମେମ୍ବର ପାଇଁ ଉପନିର୍ବାଚନ ହେବ । ଆସନ୍ତାକଲି ବ୍ଲକ, ପଞ୍ଚାୟତ, ୱାର୍ଡରେ ନୋଟିସ୍ ଜାରି ହେବ । ଏହାସହ ଉପନିର୍ବାଚନ ହେବାକୁ ଥିବା ପଞ୍ଚାୟତ ଏବଂ ଓ୍ବାର୍ଡ ଗୁଡ଼ିକରେ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି। ସୂଚନା ଅନୁଯାୟୀ, ଆସନ୍ତା ୨୬,୨୮,୨୯,୩୦ ଏବଂ ୩୧ ତାରିଖ ଦିନ ୧୧ଟାରୁ ୩ଟା ଯାଏଁ ନାମାଙ୍କନ ଦାଖଲ ହେବ। ସରପଞ୍ଚ ପାଇଁ ବ୍ଲକ ଅଫିସ ଏବଂ […] The post ଜୁନ ୨୩ରେ ହେବ ପଞ୍ଚାୟତ ଉପନିର୍ବାଚନ appeared first on Odisha.News.
ଭୁବନେଶ୍ଵର: ପଞ୍ଚାୟତ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ୪୩ ସରପଞ୍ଚ, ୨୭୨ ୱାର୍ଡ ମେମ୍ବର ପାଇଁ ଉପନିର୍ବାଚନ ହେବ । ଆସନ୍ତାକଲି ବ୍ଲକ, ପଞ୍ଚାୟତ, ୱାର୍ଡରେ ନୋଟିସ୍ ଜାରି ହେବ । ଏହାସହ ଉପନିର୍ବାଚନ ହେବାକୁ ଥିବା ପଞ୍ଚାୟତ ଏବଂ ଓ୍ବାର୍ଡ ଗୁଡ଼ିକରେ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି।
ସୂଚନା ଅନୁଯାୟୀ, ଆସନ୍ତା ୨୬,୨୮,୨୯,୩୦ ଏବଂ ୩୧ ତାରିଖ ଦିନ ୧୧ଟାରୁ ୩ଟା ଯାଏଁ ନାମାଙ୍କନ ଦାଖଲ ହେବ। ସରପଞ୍ଚ ପାଇଁ ବ୍ଲକ ଅଫିସ ଏବଂ ୱାର୍ଡ ମେମ୍ବର ପ୍ରାର୍ଥୀ ପଞ୍ଚାୟତ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିବେ। ଜୁନ ୨ରେ ନାମାଙ୍କନ ଯାଞ୍ଚ ହେବ ଏବଂ ୪ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରାର୍ଥିପତ୍ରପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଛି।
ତା’ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପଞ୍ଚାୟତ ଅଫିସରେ ପ୍ରକାଶ ପାଇବ।ଅପରପକ୍ଷରେ ଜୁନ ୨୩ରେ ସକାଳ ୭ଟାରୁ ଦିନ ୧ ଟା ଯାଏଁ ମତଦାନ ହେବ। ତେବେ ୨୪ ତାରିଖରେ ବ୍ଲକ ଅଫିସରେ ଭୋଟ ଗଣତି ହେବ ବୋଲି ଜଣାପଡିଛି।
The post ଜୁନ ୨୩ରେ ହେବ ପଞ୍ଚାୟତ ଉପନିର୍ବାଚନ appeared first on Odisha.News.