ଜୁନାଗଡ଼ ଆତ୍ମା ଅଧ୍ୟକ୍ଷଙ୍କ ପରଲୋକ

ଭବାନୀପାଟଣା,୨୨ା୬(ଉତ୍ତମ କୁମାର ଦାଶ): ମୃତ୍ୟୁ କାହାକୁ କେତେବେଳେ କେମିତି ନେବ କେହି କହିପାରିବେ ନାହିଁ। କଳାହାଣ୍ଡି ଜିଲା ଜୁନାଗଡ଼ ଆତ୍ମାର ଅଧ୍ୟକ୍ଷ ଅଶୋକ ପଟ୍ଟନାୟକ (୫୫) ରବିବାର ଘରର ଛାତକୁ ଯାଇଥିବାବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପରଲୋକ ଖବର ଶୁଣି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବାବେଳେ ଅନେକ ବ୍ୟକ୍ତି ବିଶେଷ ସୋସିଆଲ ମିଡିଆରେ ପୋଷ୍ଟ କରି […] The post ଜୁନାଗଡ଼ ଆତ୍ମା ଅଧ୍ୟକ୍ଷଙ୍କ ପରଲୋକ appeared first on Dharitri Odia News.

ଜୁନାଗଡ଼ ଆତ୍ମା ଅଧ୍ୟକ୍ଷଙ୍କ ପରଲୋକ

ଭବାନୀପାଟଣା,୨୨ା୬(ଉତ୍ତମ କୁମାର ଦାଶ): ମୃତ୍ୟୁ କାହାକୁ କେତେବେଳେ କେମିତି ନେବ କେହି କହିପାରିବେ ନାହିଁ। କଳାହାଣ୍ଡି ଜିଲା ଜୁନାଗଡ଼ ଆତ୍ମାର ଅଧ୍ୟକ୍ଷ ଅଶୋକ ପଟ୍ଟନାୟକ (୫୫) ରବିବାର ଘରର ଛାତକୁ ଯାଇଥିବାବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପରଲୋକ ଖବର ଶୁଣି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବାବେଳେ ଅନେକ ବ୍ୟକ୍ତି ବିଶେଷ ସୋସିଆଲ ମିଡିଆରେ ପୋଷ୍ଟ କରି ଶୋକ ପ୍ରକାଶ କରିଛନ୍ତି। ଅଶୋକ ଆତ୍ମାର ଅଧ୍ୟକ୍ଷ ସହ ଗଛ ଲଗାଇ ପରିବେଶ ରକ୍ଷା କରୁଥିବାରୁ ତାଙ୍କୁ ପ୍ରକୃତିବନ୍ଧୁ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହାସହ ଜଣେ ଆଇନଜୀବୀ ଓ ଅଧ୍ୟାପକ ଭାବେ ମଧ୍ୟ ବେଶ ପରିଚିତ ରହିଥିଲେ।

The post ଜୁନାଗଡ଼ ଆତ୍ମା ଅଧ୍ୟକ୍ଷଙ୍କ ପରଲୋକ appeared first on Dharitri Odia News.