ଜୁନାଗଡ଼ ବିଜେଡି ପ୍ରାର୍ଥୀ ଦିବ୍ୟଶଙ୍କର ମିଶ୍ର ଙ୍କ ନାମାଙ୍କନ ଦାଖଲ।
କୋକସରା:୨୩/୦୪ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଧାନସଭା ପାଇଁ ଆଜି ବିଜେଡି ବିଧାୟକ ପ୍ରାର୍ଥୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନାମାଙ୍କନ ଦାଖଲ କରିଛନ୍ତି। ବିଜେଡି ବିଧାୟକ ପ୍ରାର୍ଥୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଜୁନାଗଡ଼ ବଜାର ପଡିଆ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜୁନାଗଡ଼ ଆରାଧ୍ୟ ଦେବି ମାଁ ଲଙ୍କେଶ୍ୱରୀଙ୍କ ଆଶୀର୍ବାଦ ନେଇଥିଲେ ଏବଂ ଶଙ୍ଖନାଦ ସଂକଳ୍ପ ସମାବେଶରେ ଯୋଗଦେଇ ବିଶାଳ ଜନସଭାକୁ ଉଦବୋଧନ ଦେଇଥିଲେ ।ପରେ ଧର୍ମଗଡ ଉପଜିଲ୍ଲାପାଳ କାର୍ଯାଳୟକୁ ଆସି […] The post ଜୁନାଗଡ଼ ବିଜେଡି ପ୍ରାର୍ଥୀ ଦିବ୍ୟଶଙ୍କର ମିଶ୍ର ଙ୍କ ନାମାଙ୍କନ ଦାଖଲ। appeared first on Odisha.News.

କୋକସରା:୨୩/୦୪
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଧାନସଭା ପାଇଁ ଆଜି ବିଜେଡି ବିଧାୟକ ପ୍ରାର୍ଥୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନାମାଙ୍କନ ଦାଖଲ କରିଛନ୍ତି। ବିଜେଡି ବିଧାୟକ ପ୍ରାର୍ଥୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଜୁନାଗଡ଼ ବଜାର ପଡିଆ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜୁନାଗଡ଼ ଆରାଧ୍ୟ ଦେବି ମାଁ ଲଙ୍କେଶ୍ୱରୀଙ୍କ ଆଶୀର୍ବାଦ ନେଇଥିଲେ ଏବଂ ଶଙ୍ଖନାଦ ସଂକଳ୍ପ ସମାବେଶରେ ଯୋଗଦେଇ ବିଶାଳ ଜନସଭାକୁ ଉଦବୋଧନ ଦେଇଥିଲେ ।ପରେ ଧର୍ମଗଡ ଉପଜିଲ୍ଲାପାଳ କାର୍ଯାଳୟକୁ ଆସି ନିର୍ବାଚନ ଅଧିକାରୀ ଙ୍କୁ ନାମାଙ୍କନ ଦାଖଲ କରିଛନ୍ତି । ଜୁନାଗଡ଼ ର ଜନ ସାଧାରଣ ଲଗାତାର ୨ ଥର ତାଙ୍କୁ ଆଶୀର୍ବାଦ କରିଛନ୍ତି ଓ ଚଳିତ ନିର୍ବାଚନ ରେ ମଧ୍ୟ ଆଶ୍ରିବାଦ କରିବେ ବୋଳି କହିବା ସହ ବିଗତ ୧୦ ବର୍ଷ ମଧ୍ୟରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ରେ ମୁଖ୍ୟମନ୍ତ୍ରୀ ଙ୍କ ଆଶ୍ରିବାଦ ରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟ, ଓ ଆଗାମୀ ଦିନରେ ଜୁନାଗଡ଼ ର ଜନ ସାଧାରଣ ତାଙ୍କୁ ନିଶ୍ଚିତ ବିଜୟୀ କରାଇବେ ଓ ଜୁନାଗଡ଼ ପାଇଁ ସେ ଦେଖିଥିବା ସ୍ୱପ୍ନ ର ଜୁନାଗଡ଼ ନିର୍ମାଣ କରିବେ ବୋଳି କହିଛନ୍ତି। ଚଳିତ ନିର୍ବାଚନ ରେ ମଧ୍ୟ ଜୁନାଗଡ଼ରେ ଶଙ୍ଖନାଦ ହେବ ବୋଲି କହିଥିଲେ l
The post ଜୁନାଗଡ଼ ବିଜେଡି ପ୍ରାର୍ଥୀ ଦିବ୍ୟଶଙ୍କର ମିଶ୍ର ଙ୍କ ନାମାଙ୍କନ ଦାଖଲ। appeared first on Odisha.News.