ଜୁନ୍ ୧ରେ ଜେଲ୍ ଯିବେ କେଜ୍ରିଓ୍ବାଲ, ୬ରେ ରାହୁଲ ଗାନ୍ଧୀ ଯିବେ…
ନୂଆଦିଲ୍ଲୀ,୨୭ା୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବଂ କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀଙ୍କୁ କଡ଼ା ଆକ୍ରମଣ କରିଛନ୍ତି। ଶାହା କହିଛନ୍ତି, କେଜ୍ରିଓ୍ବାଲଙ୍କୁ ଜୁନ୍ ୧ରେ ଜେଲ ଯିବାକୁ ପଡ଼ିବ ଏବଂ ରାହୁଲ ବାବା ଜୁନ୍ ୬ରେ ଛୁଟି ମନାଇବାକୁ ବ୍ୟାଙ୍କକ ଯାଉଛନ୍ତି। ଗୋଟିଏ ପଟେ ରାହୁଲ ବାବା ଯିଏ କି, ଗ୍ରୀଷ୍ମ ଋତୁ ଆରମ୍ଭ ହେବା ମାତ୍ରେ ଥାଇଲାଣ୍ଡର ବ୍ୟାଙ୍କକକୁ ଯାଆନ୍ତି। ଅନ୍ୟପକ୍ଷରେ ୨୩ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଏବଂ […] The post ଜୁନ୍ ୧ରେ ଜେଲ୍ ଯିବେ କେଜ୍ରିଓ୍ବାଲ, ୬ରେ ରାହୁଲ ଗାନ୍ଧୀ ଯିବେ… appeared first on Dharitri Odia News.
ନୂଆଦିଲ୍ଲୀ,୨୭ା୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବଂ କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀଙ୍କୁ କଡ଼ା ଆକ୍ରମଣ କରିଛନ୍ତି। ଶାହା କହିଛନ୍ତି, କେଜ୍ରିଓ୍ବାଲଙ୍କୁ ଜୁନ୍ ୧ରେ ଜେଲ ଯିବାକୁ ପଡ଼ିବ ଏବଂ ରାହୁଲ ବାବା ଜୁନ୍ ୬ରେ ଛୁଟି ମନାଇବାକୁ ବ୍ୟାଙ୍କକ ଯାଉଛନ୍ତି। ଗୋଟିଏ ପଟେ ରାହୁଲ ବାବା ଯିଏ କି, ଗ୍ରୀଷ୍ମ ଋତୁ ଆରମ୍ଭ ହେବା ମାତ୍ରେ ଥାଇଲାଣ୍ଡର ବ୍ୟାଙ୍କକକୁ ଯାଆନ୍ତି। ଅନ୍ୟପକ୍ଷରେ ୨୩ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଏବଂ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଥିବା ନରେନ୍ଦ୍ର ମୋଦି ଯିଏ ସୀମାରେ ଥିବା ସୈନିକମାନଙ୍କୁ ମିଠା ବଣ୍ଟନ କରନ୍ତି। ପଞ୍ଜାବର ଲୁଧିଆନାରେ ରବିବାର ଏକ ସାଧାରଣ ସଭାରେ ସମ୍ବୋଧିତ କରିବା ବେଳେ ଅମିତ ଶାହା ଏପରି କହିଛନ୍ତି।
ଖାଲି ଏତିକି ନୁହେଁ, ସେ କହିଛନ୍ତି, କେଜ୍ରିଓ୍ବାଲ ପଞ୍ଜାବକୁ ତାଙ୍କ ଏଟିଏମ୍ ମେଶିନ କରିଛନ୍ତି। ଯଦି ତାଙ୍କୁ ମାମଲା ସହ ଲଢ଼ିବାକୁ ପଡ଼ିବ ତେବେ ସେ ପଞ୍ଜାବର ଟଙ୍କା ନେଇଥା’ନ୍ତି ଏବଂ ଯଦି ନିର୍ବାଚନରେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ ତେବେ ସେ ପଞ୍ଜାବର ଟଙ୍କା ଖର୍ଚ୍ଚ କରନ୍ତି। ପଞ୍ଜାବ ଟଙ୍କାକୁ କେଜ୍ରିଓ୍ବାଲ ତାଙ୍କ ଏଟିଏମ୍ କାର୍ଡ ଜରିଆରେ ଦିଲ୍ଲୀ ନେଇଥାନ୍ତି। କେଜ୍ରିଓ୍ବାଲ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ପାଇଲଟ କରିଛନ୍ତି। ମୁଁ ବୁଝି ପାରୁନାହିଁ ଯେ, ମାନ ସାହେବ କେଜ୍ରିଓ୍ବାଲଙ୍କ ପାଇଲଟ ନା ପଞ୍ଜାବର ମୁଖ୍ୟମନ୍ତ୍ରୀ।
The post ଜୁନ୍ ୧ରେ ଜେଲ୍ ଯିବେ କେଜ୍ରିଓ୍ବାଲ, ୬ରେ ରାହୁଲ ଗାନ୍ଧୀ ଯିବେ… appeared first on Dharitri Odia News.