ଜୁନ୍ ୨୫ରେ ଲଞ୍ଚ ହେବ ଆକ୍ସିଅମ୍-୪ ମିସନ୍, ଏନେଇ NASA ପକ୍ଷରୁ ନୂଆ ତାରିଖ ଘୋଷଣା
ମୁମ୍ଵାଇ ୨୪।୦୬; ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା ଏବେ ଜୁନ୍ ୨୫ ତାରିଖରେ ଆରମ୍ଭ ହେବ। ଏନେଇ ନାସା ମଙ୍ଗଳବାର ଏହି ସୂଚନା ଦେଇଛି। ଏହି ମିଶନ ବୁଧବାର ଦିନ ୧୨:୦୧ ସମୟରେ ଫ୍ଲୋରିଡାର ନାସାର କେନେଡି ସ୍ପେସ୍ ସେଣ୍ଟରରୁ ସ୍ପେସ୍ଏକ୍ସର ଫାଲକନ୍ ୯ ରକେଟ୍ରେ ଉତକ୍ଷେପଣ କରାଯିବ। ଶୁଭାଂଶୁ ଶୁକ୍ଳା ଏହି ମିଶନରେ ପାଇଲଟ୍ ଭୂମିକାରେ ଅଛନ୍ତି।ଆକ୍ସିଅମ୍-୪ ମିଶନ୍ ଭାରତ ସହିତ ହଙ୍ଗେରୀ ଏବଂ ପୋଲାଣ୍ଡ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ହେବାକୁ ଯାଉଛି। ଏହାକୁ ଏହି ଦେଶ ଗୁଡ଼ିକର ମହାକାଶକୁ ଫେରିବାର ପ୍ରତୀକ ଭାବରେ ମଧ୍ୟ ବିବେଚନା କରାଯାଉଛି। ନାସାର ବିବୃତ୍ତି ଅନୁଯାୟୀ, ନାସା ଆକ୍ସିଅମ୍ ସ୍ପେସ୍ ଏବଂ ସ୍ପେସ୍ଏକ୍ସ ସେମାନଙ୍କର ଚତୁର୍ଥ ଘରୋଇ ମହାକାଶଚାରୀ ମିଶନ୍ ଆନ୍ତଃରାଷ୍ଟ୍ରୀୟ ମହାକାଶ ଷ୍ଟେସନ (ISS)କୁ ଉତକ୍ଷେପଣ କରିବାକୁ ଯାଉଛନ୍ତି।ପ୍ରକୃତରେ ଆକ୍ସିଅମ୍ ମିଶନ୍ ୪ ମହାକାଶ ଯାତ୍ରା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ। ଏହା ଭାରତ ପାଇଁ ଗର୍ବର ବିଷୟ ଯେ ଶୁଭାଂଶୁ ଶୁକ୍ଳା ଏହି ମିଶନରେ ପାଇଲଟ୍ ଭୂମିକାରେ ଅଛନ୍ତି। ଆକ୍ସିଅମ୍-୪ ବାଣିଜ୍ୟିକ ମିଶନ୍ କମାଣ୍ଡର ପେଗି ହ୍ୱିଟସନ୍ଙ୍କ ନେତୃତ୍ୱରେ ଚାଲିଛି। ମିଶନର ବିଶେଷଜ୍ଞ ଦଳରେ ହଙ୍ଗେରୀର ଟିବୋର କାପୁ ଏବଂ ପୋଲାଣ୍ଡର ସ୍ଲାଭୋଜ ଉଜନାନ୍ସ୍କି-ୱିସନିୱସ୍କି ଅଛନ୍ତି। ଏହି ମିଶନ ବିଜ୍ଞାନ ଗବେଷଣା ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ମିଶନ ଫ୍ଲୋରିଡାର ନାସାର କ
ମୁମ୍ଵାଇ ୨୪।୦୬; ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା ଏବେ ଜୁନ୍ ୨୫ ତାରିଖରେ ଆରମ୍ଭ ହେବ। ଏନେଇ ନାସା ମଙ୍ଗଳବାର ଏହି ସୂଚନା ଦେଇଛି। ଏହି ମିଶନ ବୁଧବାର ଦିନ ୧୨:୦୧ ସମୟରେ ଫ୍ଲୋରିଡାର ନାସାର କେନେଡି ସ୍ପେସ୍ ସେଣ୍ଟରରୁ ସ୍ପେସ୍ଏକ୍ସର ଫାଲକନ୍ ୯ ରକେଟ୍ରେ ଉତକ୍ଷେପଣ କରାଯିବ। ଶୁଭାଂଶୁ ଶୁକ୍ଳା ଏହି ମିଶନରେ ପାଇଲଟ୍ ଭୂମିକାରେ ଅଛନ୍ତି।

ଆକ୍ସିଅମ୍-୪ ମିଶନ୍ ଭାରତ ସହିତ ହଙ୍ଗେରୀ ଏବଂ ପୋଲାଣ୍ଡ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ହେବାକୁ ଯାଉଛି। ଏହାକୁ ଏହି ଦେଶ ଗୁଡ଼ିକର ମହାକାଶକୁ ଫେରିବାର ପ୍ରତୀକ ଭାବରେ ମଧ୍ୟ ବିବେଚନା କରାଯାଉଛି। ନାସାର ବିବୃତ୍ତି ଅନୁଯାୟୀ, ନାସା ଆକ୍ସିଅମ୍ ସ୍ପେସ୍ ଏବଂ ସ୍ପେସ୍ଏକ୍ସ ସେମାନଙ୍କର ଚତୁର୍ଥ ଘରୋଇ ମହାକାଶଚାରୀ ମିଶନ୍ ଆନ୍ତଃରାଷ୍ଟ୍ରୀୟ ମହାକାଶ ଷ୍ଟେସନ (ISS)କୁ ଉତକ୍ଷେପଣ କରିବାକୁ ଯାଉଛନ୍ତି।
ପ୍ରକୃତରେ ଆକ୍ସିଅମ୍ ମିଶନ୍ ୪ ମହାକାଶ ଯାତ୍ରା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ। ଏହା ଭାରତ ପାଇଁ ଗର୍ବର ବିଷୟ ଯେ ଶୁଭାଂଶୁ ଶୁକ୍ଳା ଏହି ମିଶନରେ ପାଇଲଟ୍ ଭୂମିକାରେ ଅଛନ୍ତି। ଆକ୍ସିଅମ୍-୪ ବାଣିଜ୍ୟିକ ମିଶନ୍ କମାଣ୍ଡର ପେଗି ହ୍ୱିଟସନ୍ଙ୍କ ନେତୃତ୍ୱରେ ଚାଲିଛି। ମିଶନର ବିଶେଷଜ୍ଞ ଦଳରେ ହଙ୍ଗେରୀର ଟିବୋର କାପୁ ଏବଂ ପୋଲାଣ୍ଡର ସ୍ଲାଭୋଜ ଉଜନାନ୍ସ୍କି-ୱିସନିୱସ୍କି ଅଛନ୍ତି। ଏହି ମିଶନ ବିଜ୍ଞାନ ଗବେଷଣା ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ମିଶନ ଫ୍ଲୋରିଡାର ନାସାର କେନେଡି ସ୍ପେସ୍ ସେଣ୍ଟରରେ ଲଞ୍ଚ କମ୍ପ୍ଲେକ୍ସ 39A ରୁ ଉତକ୍ଷେପଣ କରାଯିବ।