ଜୁନ୍ରେ ଖସିଲା ୟୁପିଆଇ କାରବାର
ଭୁବନେଶ୍ୱର,୨।୭(ଅନୁରାଧା ମହାରଣା): ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) କାରବାରର ପରିମାଣ ଏବଂ ମୂଲ୍ୟ ମେ’ ମାସ ତୁଳନାରେ ଜୁନରେ ସାମାନ୍ୟ ହ୍ରାସ ପାଇଛି। ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ ଇଣ୍ଡିଆ (ଏନପିସିଆଇ) ପକ୍ଷରୁ ସୋମବାର ମିଳିଥିବା ସରକାରୀ ତଥ୍ୟରେ ଦର୍ଶାଯାଇଛି ଯେ, ୟୁପିଆଇ କାରବାରରେ ମେ’ ତୁଳନାରେ ଜୁନ ମାସରେ ପରିମାଣ ୧% ଏବଂ ମୂଲ୍ୟରେ ୨% ହ୍ରାସ ଘଟିଛି। ମେ’ ମାସରେ ୟୁପିଆଇ ୧୪.୪୫ ବିଲିୟନ କାରବାର କରିଥିବାବେଳେ ଜୁନରେ କାରବାର ପରିମାଣ ୧୩.୮୯ ବିଲିୟନ ରହିଛି। […] The post ଜୁନ୍ରେ ଖସିଲା ୟୁପିଆଇ କାରବାର appeared first on Dharitri Odia News.
ଭୁବନେଶ୍ୱର,୨।୭(ଅନୁରାଧା ମହାରଣା): ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) କାରବାରର ପରିମାଣ ଏବଂ ମୂଲ୍ୟ ମେ’ ମାସ ତୁଳନାରେ ଜୁନରେ ସାମାନ୍ୟ ହ୍ରାସ ପାଇଛି। ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ ଇଣ୍ଡିଆ (ଏନପିସିଆଇ) ପକ୍ଷରୁ ସୋମବାର ମିଳିଥିବା ସରକାରୀ ତଥ୍ୟରେ ଦର୍ଶାଯାଇଛି ଯେ, ୟୁପିଆଇ କାରବାରରେ ମେ’ ତୁଳନାରେ ଜୁନ ମାସରେ ପରିମାଣ ୧% ଏବଂ ମୂଲ୍ୟରେ ୨% ହ୍ରାସ ଘଟିଛି। ମେ’ ମାସରେ ୟୁପିଆଇ ୧୪.୪୫ ବିଲିୟନ କାରବାର କରିଥିବାବେଳେ ଜୁନରେ କାରବାର ପରିମାଣ ୧୩.୮୯ ବିଲିୟନ ରହିଛି। ଜୁନ୍ ମାସରେ ହୋଇଥିବା କାରବାରର ମୂଲ୍ୟ ୨୦.୦୭ ଟ୍ରିଲିୟନ ରହିଛି। ମାତ୍ର ଏକ ବର୍ଷ ପୂର୍ବେ ସମାନ ମାସ ତୁଳନାରେ ପରିମାଣର ୪୯ ପ୍ରତିଶତ ବୃଦ୍ଧି ଏବଂ ମୂଲ୍ୟରେ ୩୬ ପ୍ରତିଶତ ବୃଦ୍ଧି ହୋଇଛି। ତଥ୍ୟରେ ଦର୍ଶାଇଛି ଯେ ତୁରନ୍ତ ପେମେଣ୍ଟ ସେବା (ଆଇଏମ୍ପିଏସ୍) କାରବାର ପରିମାଣ ୭ ପ୍ରତିଶତ ହ୍ରାସ ପାଇଛି। ମେ ମାସରେ ଏହା ୫୫୮ ମିଲିୟନରୁ ହ୍ରାସ ପାଇ ଜୁନ୍ରେ ୫୧୭ ମିଲିୟନ ରହିଛି। ଜୁନରେ ଫାସଟାଗ୍ କାରବାର ମଧ୍ୟ ୪ ପ୍ରତିଶତ ହ୍ରାସ ପାଇ ୩୩୪ ମିଲିୟନରେ ପହଞ୍ଚିଛି। ଯାହା ଏକ ମାସ ପୂର୍ବରୁ ୩୪୭ ମିଲିୟନ ଥିଲା। ମୂଲ୍ୟ ଦୃଷ୍ଟିରୁ, ମେ ମାସରେ ୫,୯୦୮ କୋଟି ତୁଳନାରେ ଜୁନରେ କାରବାର ୨ ପ୍ରତିଶତ ହ୍ରାସ ପାଇ ୫,୭୮୦ କୋଟି ଟଙ୍କା ହୋଇଛି। ଏହାପୂର୍ବରୁ ଏପ୍ରିଲରେ ଫାସଟାଗ୍ କାରବାର ୩୨୮ ନିୟୁତରେ ପହଞ୍ଚିଥିଲା ଏବଂ ମୂଲ୍ୟ ଅନୁଯାୟୀ ଏହାର ମୂଲ୍ୟ ୫,୫୯୨ କୋଟି ଥିଲା। ଆଧାର ସକ୍ଷମ ପେମେଣ୍ଟ ସିଷ୍ଟମ (ଏଇପିଏସ୍) ପରିମାଣ ଜୁନରେ ୧୧% ବୃଦ୍ଧି ପାଇ ୧୦୦ ମିଲିୟନରେ ପହଞ୍ଚିଛି।
The post ଜୁନ୍ରେ ଖସିଲା ୟୁପିଆଇ କାରବାର appeared first on Dharitri Odia News.